logo
add image
କଲରା ପତାରିଆ ବାଘଛାଲ ସହିତ ଆସାମୀ ଗିରଫ.

କଲରା ପତାରିଆ ବାଘଛାଲ ସହିତ ଆସାମୀ ଗିରଫ.

ସିନାପାଲି/ନୂଆପଡ଼ା/୨୭/୦୮/୨୫/(ଆଧାର ମିଡ଼ିଆ/ରିପୋର୍ଟ- ହେରମ୍ବ ମେହେର) ନୂଆପଡା ଜିଲ୍ଳା ସୀମାନ୍ତ ସିନାପାଲି ବନାଞ୍ଚଳ ଅଧିନସ୍ଥ ଚଟିଆଗୁଡ଼ା ଛକ ନିକଟରେ ବିଳମ୍ବିତ ରାତ୍ରୀରେ ଏକ ବାଘଛାଲ ଜବତ ଘଟଣାକୁ ନେଇ ଏସିଏଫ୍ ଗଣ ମାଧ୍ୟମକୁ ସିନାପାଲି ସହରର ହୃଷୀକେଶ ବାଗ (୨୫) କୁ ଗିରଫ କରିଥିବା ସୂଚନା ଦେଇଛନ୍ତି l ସୂଚନା ଅନୁସାରେ ହୃଷୀକେଶ ବାଗ ଏକ କଲରା ପତରିଆ ବାଘଛାଲକୁ ଧରି ନିଜଗ୍ରାମ ସିନାପାଲିକୁ ଆସୁଥିବା ବେଳେ କୌଣସି ସୂତ୍ରରୁ ଖବରପାଇ ଖଡ଼ିଆଳ ବନ ବିଭାଗର ଏସିଏଫ ମହମ୍ମଦ ସଲିହାଙ୍କ ନେତୃତ୍ଵରେ ସିନାପାଲି ବନାଞ୍ଚଳ ଅଧିକାରୀ କାମେଶ୍ୱର ତାଣ୍ଡିଙ୍କ ସମେତ ବନପାଳ ଓ ଅନ୍ୟାନ୍ୟ କର୍ମଚାରୀ ଆଗରୁ ଛକି ବସି ହୃଷୀକେଶକୁ ବାଘଛାଲ ସହିତ ଧରିଥିଲେ l
ଏ ସଂକ୍ରାନ୍ତରେ ବନ ବିଭାଗ କର୍ମଚାରୀ ହୃଷୀକେଶକୁ ପଚାରିବାରୁ କଳାହାଣ୍ଡି ଜିଲ୍ଲା ଡାକିବଣ୍ଡ ଗ୍ରାମର ସୁନ୍ଦର ମାଝୀଠାରୁ ଗତ ଆଠମାସ ପୂର୍ବରୁ କିଣିଥିବା କହିଛନ୍ତି l ଏହି ଘଟଣାରେ ଆସାମୀ ଧରା ପଡିଥିଲେ ମଧ୍ୟ ଏମିତି ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଏ ଘଟଣାର ଚେର କେତେଦୂର ଲମ୍ବିଛି ତାହା ଜାଣିବା ପାଇଁ ଜନସାଧାରଣ ମନରେ ଅସନ୍ତୋଷ ପ୍ରକାଶ ପାଉଛି l ବନ୍ୟଜନ୍ତୁ ସଂରକ୍ଷଣ କୁ ନେଇ ବନ ବିଭାଗ କର୍ମଚାରୀ ସବୁବେଳେ ତତ୍ପରତା ଦେଖାଇ କାମ କଲେ ବନ୍ୟଜନ୍ତୁ ସୁରକ୍ଷା ରହିପାରିବ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି l ପ୍ରକାଶ ଥାଉକି ଆସାମୀ କୁ ଗୀରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି l

Recent Comments

Leave Comments

Top