ପୁରୀ/୨୯/୮/୨୦୨୫/(ଆଧାର ମିଡ଼ିଆ)- ପୃଥିବୀରେ କ୍ରୀଡ଼ା ଥିବାପର୍ଯ୍ୟନ୍ତ କିମ୍ବଦନ୍ତୀ କ୍ରିଡାବିତ ଧ୍ୟାନଚାନ୍ଦ ଜନମାନସରେ ରହିଥିବେ।ତାଙ୍କ କ୍ରୀଡା ପ୍ରତିଭା ଅତୁଳନୀୟ।ଆଜିର ଯୁବପିଢ଼ି ଓ କ୍ରୀଡା ପ୍ରତି ମନୋନିବେଶ କରୁଥିବା ପ୍ରତିଟି କ୍ରିଡାବିତଙ୍କ ପାଇଁ ଧ୍ୟାନଚାନ୍ଦ ଆଦର୍ଶ ହୋଇ ରହିଥିବେ।ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ଏକଘଣ୍ଟା କ୍ରିଡାପାଇଁ ଆମେ ପ୍ରତ୍ୟେକ ବ୍ୟୟ କରିପାରିଲେ ସୁସ୍ଥ ନୀରୋଗ ରହି ପାରିବା ବୋଲି ମତବ୍ୟକ୍ତ କରିଛନ୍ତି ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର।
ଜାତୀୟ କ୍ରୀଡା ଦିବସ ଆଜି ପୁରୀଜିଲ୍ଲା ପ୍ରଶାସନ ପକ୍ଷରୁ ତାଳବଣିଆ ସ୍ଥିତ ସ୍ପୋ୍ର୍ଟ୍ସ କମ୍ପ୍ଲେକ୍ସ ଠାରେ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରାକୁ ସାଂସଦ ଡା ପାତ୍ର ଓ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ଉଦଘାଟନ କରିବା ସହ କ୍ରୀଡା ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ।ସାଂସଦ ଡା ପାତ୍ର ସରକାର କ୍ରିଡା ଓ କ୍ରିଡାବିତ ଙ୍କ ଉନ୍ନତି ପାଇଁ ଅନେକ ବ୍ୟବସ୍ଥା କରିଛନ୍ତି।ପ୍ରଧାନମନ୍ତ୍ରୀ ଙ୍କ ପରାମର୍ଶ କ୍ରମେ ସେପ୍ଟେମ୍ବର ମାସରେ ସାଂସଦ ଖେଳ ମହୋତ୍ସବ ର ଆୟୋଜନ କରାଯାଇଛି।ଏଥିରେ ୮ ଟି କ୍ରିଡା ବର୍ଗ ପାଇଁ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ସେ ସୂଚନା ଦେଇଥିଲେ।
ଏକ ହଜାରରୁ ଉର୍ଦ୍ଧ୍ବ କ୍ରିଡାବିତ ଏହି ଶୋଭାଯାତ୍ରାରେ ସାମିଲ ହୋଇ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ଠାରୁ ଇନଡୋର ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ଡା ପାତ୍ର ଯୋଗଦେବା ସହ କୋଚ ଓ କ୍ରିଡାବିତଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ପରେ ସେ ସମସ୍ତଙ୍କୁ କ୍ରିଡା ଶପଥପାଠ କରାଇଥିଲେ।ବେଟୀ ବଚାଓ ବେଟୀ ପଢାଓ ଏବଂ ସାଂସଦ ଖେଳ ପ୍ରତିଯୋଗିତାର ଲିଫଲେଟକୁ ଡା ପାତ୍ର ଓ ଅନ୍ୟାନ୍ୟ ଅତିଥି ମାନେ ପ୍ରଦର୍ଶନ କରିଥିଲେ।
ବାଲୁକା କଳାଶିଳ୍ପୀ ସନ୍ତୋଷ କୁମାର ସେଠୀଙ୍କ ଦ୍ଵାରା ପ୍ରସ୍ତୁତ ଜାତୀୟ କ୍ରିଡା ଦିବସ ଓ ବେଟୀ ବଚାଓ ବେଟୀ ପଢାଓର କୃତିକୁ ସାଂସଦ ଉନ୍ମୋଚନ କରିଥିଲେ।ଯୋଗଗୁରୁ ଆଲୋକ କୁମାର ସ୍ବାଇଁଙ୍କ ତତ୍ତ୍ୱାବଧାନରେ ଯୋଗ ପ୍ରଦର୍ଶନ ସହ,ମାଲଖମ୍ବ କ୍ରିଡା ପ୍ରଦର୍ଶନ କରାଯାଇଥିଲା।କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି,ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା,ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ଭାରତୀୟ କ୍ରିଡା କର୍ତ୍ତୃପକ୍ଷ ର ଭାରପ୍ରାପ୍ତ ଅଧିକାରୀ ତୈଲୋକ୍ୟ ନାଥ ସାହୁ,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, କ୍ରୀଡା ସଂସଦର ପ୍ରାକ୍ତନ ସମ୍ପାଦକ ରବି ଶଙ୍କର ପ୍ରତିହାରୀ, ଖୋ ଖୋ କ୍ରୀଡା ର ମୁଖ୍ୟ କୋଚ ସଞ୍ଜୀବ ଶର୍ମା ,ବିଭିନ୍ନ କ୍ରିଡା ସଂଘର ମୁଖ୍ୟ ମାନେ ଯୋଗ ଦେଇ ଜାତୀୟ କ୍ରୀଡା ଦିବସ ର ଅନୁଚିନ୍ତା ସହ ଧ୍ୟାନଚାନ୍ଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଏଥିରେ କ୍ରୀଡା କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ, କ୍ରିଡାବିତ,କ୍ରୀଡ଼ା କେନ୍ଦ୍ରରେ ରହୁଥିବା ଅନ୍ତେବାସୀ ମାନେ ଯୋଗ ଦେଇଥିଲେ।
Recent Comments