ଜମନକିରା/୨୯/୮/୨୦୨୫/(ଆଧାର ମିଡ଼ିଆ): ଜମନକିରା ବ୍ଲକ୍ ଅନ୍ତର୍ଗତ ଫାସିମାଲ ହାଇସ୍କୁଲ୍ ଖେଳପଡ଼ିଆ ଠାରେ ନୂଆଁଖାଇ ଉପଲକ୍ଷେ ଏକ ଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା। ଫାସିମାଲ ଆଞ୍ଚଳିକ ଯୁବକ ସଂଘ ଆନୁକୂଲ୍ୟରେ ଆୟୋଜିତ ୬ ତମ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ମୋଟ୍ ୮ ଗୋଟି ଫୁଟବଲ ଟିମ୍ ଅଂଶଗ୍ରହଣ କରିଥିଲେ। ପ୍ରବଳ ବର୍ଷା ଯୋଗୁଁ ଖେଳପଡ଼ିଆ ଜଳାର୍ଣ୍ଣବ୍ ସତ୍ତ୍ୱେ ଅଂଶ ଗ୍ରହଣ କରିଥିବା ଫୁଟବଲ୍ ଟିମ୍ ଗୁଡ଼ିକ ଚିତ୍ତାକର୍ଷକ ଫୁଟବଲ୍ ଖେଳ ଦର୍ଶକଙ୍କୁ ବେଶ୍ ଆମୋଦିତ କରିଥିଲା।
ଫାସିମାଲ ସମେତ ଆଖପାଖ ଗାଁ ଫୁଟବଲ ପ୍ରେମୀ ଦେଖଣାହାରିଙ୍କ ସୁଅ ଛୁଟୀ ଖେଳର ଭରପୂର୍ ମଜା ନେଇଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟଅତିଥି ଥିବା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ତଥା କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ କେଦାରନାଥ ବରିହା ଏବଂ ସମ୍ମାନିତ ଅତିଥି ଥିବା ଫାସିମାଲ ସରପଂଚ ମାଧବୀଲତା ବରିହା ଏକ ଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ କୁ ଶୁଭାରମ୍ଭ କରିଥିଲେ। ପ୍ରଥମେ ଏସଜି ବ୍ରଦର୍ ଅଙ୍କଡିହି ଏଵଂ ଫ୍ରେଣ୍ଡସ କ୍ଲବ୍ ହାଡ଼ିପାଲି ମଧ୍ୟରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଇଥିଲା। ପ୍ରଥମ ସେମି ଫାଇନାଲ ଫ୍ରେଣ୍ଡସ କ୍ଲବ୍ ହାଡ଼ିପାଲି ଏଵଂ ଫ୍ରେଣ୍ଡସ କ୍ଲବ୍ ଅଇଁଠାପାଲି ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ସେମି ଫାଇନାଲ ଖେଳ ଖ୍ରୀଷ୍ଟ କ୍ଲବ୍ ଆମପଡ଼ା ଏଵଂ ଜୁନିଅର ଇଲେଭେନ୍ ରେଙ୍ଗାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା।
ସେହିପରି ଫାଇନାଲ ଖେଳ ଫ୍ରେଣ୍ଡସ କ୍ଲବ୍ ଅଇଁଠାପାଲି ଏଵଂ ଜୁନିଅର ଇଲେଭେନ୍ ରେଙ୍ଗାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଫ୍ରେଣ୍ଡସ କ୍ଲବ୍ ଅଇଁଠାପାଲି ଦଳ ପ୍ରତିଦ୍ବନ୍ଦୀ ଜୁନିଅର ଇଲେଭେନ୍ ରେଙ୍ଗାଲି ଦଳକୁ ୨-୦ ଗୋଲରେ ପରାସ୍ତ କରି ବିଜେତା ଘୋଷିତ ହୋଇଥିଲା। ଏହି ଉପଲକ୍ଷେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଫାସିମାଲ ଆଞ୍ଚଳିକ ଯୁବକ ସଂଘ ପକ୍ଷରୁ ବିଜେତା ଅଇଁଠାପାଲି ଫ୍ରେଣ୍ଡସ କ୍ଲବ୍ ଦଳକୁ ଟ୍ରଫିସହ ୨୫ ହଜାର ଟଙ୍କା ଏବଂ ଉପବିଜେତା ରେଙ୍ଗାଲିର ଜୁନିଅର ଇଲେଭେନ୍ ଦଳକୁ ଟ୍ରଫି ସହ ୧୫ ହଜାର ଟଙ୍କା ପୁରସ୍କୃତ କରାଯାଇଥିଲା। ଏଥିସହ ଫୁଟବଲ ଖେଳରେ ଅଂଶ ଗ୍ରହଣ କରିଥିବା ପ୍ରତ୍ୟେକ ଟିମ୍ କୁ ଆୟୋଜକ ଆଞ୍ଚଳିକ ଯୁବକ୍ ସଂଘ ପକ୍ଷରୁ ଗାମୁଛା ସହ ମାନପତ୍ର, ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ଖେଳକୁ ପିଇଟି ଶତାବ୍ଦୀ ଜୟପୁରିଆ, ତନ୍ମୟ କିସାନ୍, ବାପି କିସାନ, ରାଜା, ସଂଗ୍ରାମ ପଟେଲ୍, ଯଶୋବନ୍ତ ପଧାନ, ପ୍ରଶାନ୍ତ ମୁଣ୍ଡା, ସୁବାଷ ମୁଣ୍ଡା ପରିଚାଳନା କରିଥିଲେ। ଫାସିମାଲ ଆଞ୍ଚଳିକ ଯୁବକ ସଂଘର ସଭାପତି ଜୟନାରାୟଣ ଧୁରୁଆ, ଉପସଭାପତି ବିନୟ ମୁଣ୍ଡା, ସଂପାଦକ ଜୟନ୍ତ କୁମୁରା ଓ ସହ ସଂପାଦକ ଲିଲୁ ପଟ୍ଟାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସଂଘର ସମସ୍ତ ସଭ୍ୟ ବୃନ୍ଦ ସହଯୋଗ କରିଥିଲେ।
Recent Comments