ଜମନକିରା/ସମ୍ବଲପୁର/୨୯/୮/୨୦୨୫/(ଆଧାର ମିଡ଼ିଆ):ଗତ ୨୮ ତାରିଖରେ ଜମନକିରା ବ୍ଲକ୍ ବଡ଼ରମା ପଂଚାୟତ ଅନ୍ତର୍ଗତ ଚିନିମହୁଲ ଗାଁରେ ଉତ୍କଳମଣି ଯୁବକ ସଂଘ ଓ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ଏକ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାଏକ ଏଵଂ ମୁଖ୍ୟବକ୍ତା ଭାବେ ବଡ଼ରମା ସରପଂଚ ବିଜୟ ନାଏକ ଏଵଂ ସମ୍ମାନିତ ଅତିଥି ଭାବେ ପ୍ରଫୁଲ୍ଲ ପଟେଲ୍, ପ୍ରଫୁଲ୍ଲ କୁମୁରା, ଅରବିନ୍ଦ ନାୟକ, ପ୍ରଶାନ୍ତ ପଟେଲ୍,ବୈକୁଣ୍ଠ ପଧାନ,ରଞ୍ଜିତ ବାଘ,ପଙ୍କଜ ବାଘ,ଦିନବନ୍ଧୁ ବାଘ,ଗୁଣନିଧି ପଟେଲ୍ଜ,ୟଦେବ ଘଟୁଆଳ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ଚିନିମହୁଲ ଗ୍ରାମ୍ୟ ଉନ୍ନୟନ କମିଟି ସଭାପତି ଚିନ୍ତାମଣି ପଧାନ ସଭାପତିତ୍ବ କରିଥିଲେ।ଏହି ବ୍ଲକ୍ ର ବଡ଼ରମା ପଂଚାୟତ ହେବ ଏକ ଆଦର୍ଶ ଗ୍ରାମ ପଂଚାୟତ ବୋଲି ମନ୍ତ୍ରୀ ଶ୍ରୀ ନାଏକ ଘୋଷଣା କରିଥିଲେ।
ଗତ ମଇମାସ ୩୧ ତାରିଖରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଡ଼ରମା ଅଭୟାରଣ୍ୟ ବୁଲି ଦେଖିବା ସହ ଆମ୍ବୁଲାନ୍ସ ସେବାକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପ୍ରଶାସନକୁ ପରାମର୍ଶ ଦେଇଥିଲେ। ବଡ଼ରମା ଅଭୟାରଣ୍ୟ ଅଂଚଳରେ ବସବାସ କରୁଥିବା ବନବାସୀଙ୍କ ରୋଜଗାର ବୃଦ୍ଧିପାଇଁ କୁଟୀର ଶିଳ୍ପକୁ ପ୍ରାଥମିକତା ଦେବାଲାଗି ଚିନ୍ତା କରାଯାଉଛି। ତେଣୁ ବଡ଼ରମା ପଂଚାୟତର ପ୍ରତ୍ୟେକ ଗାଁକୁ ଜିଲ୍ଲା ପ୍ରଶାସନ ପହଂଚି ଗାଁରେ କଣ ସବୁ ସମସ୍ୟା ରହିଛି ତାକୁ ସର୍ଭେକରି ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯିବ। ଜିଲ୍ଲାପାଳ ପ୍ରତି ଗାଁକୁ ଯାଇ ମୌଳିକ ସମସ୍ୟା ଗୁଡ଼ିକ ବୁଝିବେ ସେ ନିଜେ ମଧ୍ୟ ଉପସ୍ଥିତ ରହିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଗାଁ ଲୋକଙ୍କ ସହିତ ବସି ଆଲୋଚନା ପରେ ଯାହା କିଛି ସମସ୍ୟା ଗୁଡ଼ିକ ପ୍ରାଥମିକତା ଦେଇ ସମାଧାନ ବ୍ୟବସ୍ଥା କରାଯିବ ବୋଲି ନୂଆଁଖାଇ ଭେଟିଦେଇ ମନ୍ତ୍ରୀ ଶ୍ରୀ ନାଏକ କହିଥିଲେ। ନୂଆଁଖାଇ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ନାଏକ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ।
Recent Comments