ସମ୍ବଲପୁର,/କୁଚିଣ୍ଡା/୨୯/୦୮/୨୦୨୫/(ଆଧାର ମିଡ଼ିଆ): ସମ୍ବଲପୁର ତଥା କୁଚିଣ୍ଡା ଅଞ୍ଚଳର ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ଅଜୟ କୁମାର ମହାନ୍ତିଙ୍କ ଗତକାଲି ସନ୍ଧ୍ୟାରେ ସମ୍ବଲପୁର ଠାରେ ଥିବା ନିଜ ବାସଭବନରେ ପ୍ରାୟ ୭୭ ବର୍ଷ ବୟସରେ ପରଲୋକ ହୋଇଛି l ସେ ଅତୀତରେ ବସ, ଟ୍ରକ ପରିବହନ ବ୍ୟବସାୟ ଓ କ୍ରସର ବ୍ୟବସାୟ ସହିତ ସମ୍ପୃକ୍ତ ଥିଲେ l ସେ କୁଚିଣ୍ଡାର ଭୋଜପୁର ଭାତପୁରା ଗାଁର ମୂଳବାସିନ୍ଦା l ସ୍ବର୍ଗୀୟ ଅଜୟ ମହାନ୍ତି ଏହା ସହିତ ରେଙ୍ଗାଲବେଡାର ଜଗନ୍ନାଥ ମନ୍ଦିର ନିର୍ମାଣର ଜଣେ ମୁଖ୍ୟ ପ୍ରତିଷ୍ଠାତା ସହିତ ଏହାର କାର୍ଯ୍ୟକ୍ରମ ସହିତ ଜଡିତଥିଲେ l ଏହି ଅଞ୍ଚଳରେ ପ୍ରସିଦ୍ଧ ଶୈବପୀଠ ଶଗଡ଼େଶ୍ୱର ମନ୍ଦିର ନବୀକରଣ ସହ ବାଲ ଭୋଜନ କରାଇଥିଲେ l
ସ୍ବର୍ଗୀୟ ଅଜୟ ମହାନ୍ତିଙ୍କ ମର ଶରୀରରେ ତାଙ୍କପୁତ୍ର ଅମିତ ମହାନ୍ତି ମୁଖାଗ୍ନି ଦେଇଥିଲେ l ସ୍ବର୍ଗୀୟ ଅଜୟ ମହାନ୍ତି ବିଶିଷ୍ଟ ଶ୍ରମିକନେତା ତଥା ସମ୍ବଲପୁର ଉନ୍ନୟନ ପ୍ରାଧିକରଣ ପୂର୍ବତନ ଅଧ୍ୟକ୍ଷ ବିଜୟ ମହାନ୍ତିଙ୍କ ସାନଭାଇ, ପୁର୍ବତନ ମନ୍ତ୍ରୀ ସ୍ବର୍ଗୀୟ ନବକିଶୋର ଦାସଙ୍କ ସେ ମାମୁଁ ଅଟନ୍ତି l ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜିତ ମହାନ୍ତିଙ୍କ ସେ କାକାହେବେ l
ଆଜି ସମ୍ବଲପୁର ସ୍ଥିତ ରାଜଘାଟରେ ତାଙ୍କ ଶେଷକୃତ୍ୟ ସମାପନ ସମୟରେ ପୂର୍ବତନ ଏସଡିଏ ଅଧ୍ୟକ୍ଷ ବିଜୟ ମହାନ୍ତି, କୁଚିଣ୍ଡା ଏନଏସି ଅଧ୍ୟକ୍ଷ ପ୍ରଦ୍ୟୁତ ମହାନ୍ତି, ଚାଷୀ ନେତା ସରୋଜ, ରାଜ୍ୟପାଳ ମିଡିଆ ଉପଦେଷ୍ଟା ସୁବ୍ରତ ମହାନ୍ତି, ବିଜେଡ଼ି ସାଧାରଣ ସମ୍ପାଦକ ସଂଜିତ ମହାନ୍ତି, ବିଜେଡ଼ି ଜିଲ୍ଲା ଉପଦେଷ୍ଟା ରାଜ କିଶୋର ଦାସ, ଯୁଗଳ କିଶୋର ଦାସ, ପୂର୍ବତନ ବାର ସଭାପତି ପ୍ରମୋଦ ରଥ, ବ୍ରଜ କିଶୋର ଦାସ, ଅଭିରାମ ପାଣିଗ୍ରାହୀ, ଏଚ୍ଏମ୍ଏସ ନେତା ମହମ୍ମଦ ମୂର୍ତ୍ତୁଜା, ରବି ପ୍ରଧାନ, ଆରଟିଏନ୍ ପ୍ରବୀଣ ସୁରି, ଭବାନୀ ପାଣି, ଟିନୁ ମହାନ୍ତି, ଟୁଲୁ ରଥ, ନିରୁ ପଟ୍ଟନାୟକ, ସୁଜିତ୍ ସାବତ, ସିଏଲ ପଟେଲ, ଟ୍ରକ୍ ଆସୋସିଏସନ୍ ରାଜେନ୍ଦ୍ର କୁଅଁର,ଭୋଜପୂର୍ କଲେଜ୍ ଅଧ୍ୟକ୍ଷ ପ୍ରତାପ ମହାକୁଲ, ଲକ୍ଷ୍ମଣ ଗଡତିଆ,ଟିକନ ଶର୍ମା,ଦେବଜ୍ୟୋତି ପଟ୍ଟନାୟକ, ସୁମିତ ପଟେଲ, ଚୁମନ ପ୍ରଧାନ, ସରପଞ୍ଚ ରଥିକାନ୍ତ କିସାନ, ନୃପଳାଲ ପଲେଇ, ଦେବାନନ୍ଦ ମାଝୀ, ପବିତ୍ର ଗଡତିଆ ରେଙ୍ଗଲବେଡା ଜଗନ୍ନାଥ ମନ୍ଦିର କମିଟି ସଦସ୍ୟ, ଡିମିରୀମୁଣ୍ଡା ଶଗଡେସ୍ୱର ମନ୍ଦିର କମିଟି ସଦସ୍ୟ, ସମ୍ବଲପୁର ଓ କୁଚିଣ୍ଡାର ବହୁ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ l
Recent Comments