logo
add image
ଭବାନୀପାଟଣା ଠାରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ।

ଭବାନୀପାଟଣା ଠାରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ।

ଭବାନୀପାଟଣା,୨୯/୦୮(ଆଧାର ମିଡ଼ିଆ//ରିପୋର୍ଟ-ସାରଦା ପ୍ରସାଦ ମହାନ୍ତି)ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ଥାନୀୟ ଭବାନୀପାଟଣା ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ ଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ଖେଲୋ ଇଣ୍ଡିଆ ତରଫରୁ ରାଜ୍ୟ ସରକାରଙ୍କ ସହଯୋଗରେ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା କ୍ରୀଡା ବିଭାଗ ତରଫରୁ ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମତିଥି ଅବସରରେ "ଜାତୀୟ କ୍ରୀଡା ଦିବସ" କଳାହାଣ୍ଡି ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି I କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘର କୋଷାଧ୍ୟକ୍ଷ୍ୟ ସରୋଜ କୁମାର ମହାରଣା ଆଜିର କାର୍ଯ୍ୟକ୍ରମ ର ସଂଯୋଜକ ଭାବରେ କାର୍ଯ୍ୟକ୍ରମଟିକୁ ସଂଚାଳନ କରିଥିଲେ I ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଉପସ୍ଥିତ ରହିଥିବାବେଳେ ସମ୍ମାନିତ ଅତିଥି ଭାବରେ କଳାହାଣ୍ଡି ଲୋକସଭା ସାଂସଦଙ୍କ ପ୍ରତିନିଧି ଜୟଶଙ୍କର ନାଏକ, ଜାତୀୟ ସ୍ତରୀୟ ଭେଟେରାନ ବ୍ୟାଡ଼ମିଣ୍ଟନ ଖେଳାଳି ମନୋରଞ୍ଜନ ଦାସ, ପୂର୍ବତନ ଜାତୀୟ ଖେଳାଳି ତଥା କଳାକାର ସଂଘର ଜିଲ୍ଲା ସଭାପତି ଅବଦୁଲ କାଦିର, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ ଏବଂ ବ୍ୟାଡ଼ମିଣ୍ଟନ ସଂଘର ଜିଲ୍ଲା ସଭାପତି ପ୍ରଦୀପ କୁମାର ଦାସ ମଂଚାସୀନ ଥିଲେ I ସର୍ବପ୍ରଥମେ ଅତିଥିଗଣଙ୍କ ଦ୍ୱାରା ଧ୍ୟାନଚାନ୍ଦଙ୍କ ଫୋଟୋ ଚିତ୍ରରେ ଧୂପ, ଏବଂ ପୁଷ୍ପଗୁଚ୍ଛ ଅର୍ପଣ କଲାପରେ ସାମୁହିକ ଜାତୀୟ ସଂଗୀତ ଗାନ କରାଯାଇଥିଲା। ଏହାପରେ କେନ୍ଦ୍ର ସରକାରଙ୍କ ଫିଟ ଇଣ୍ଡିଆ ତରଫରୁ ସମସ୍ତେ ସୁସ୍ଥ ରହିବା ନିମନ୍ତେ ରିଲିଜ ହୋଇଥିବା ଏକ ବାର୍ତ୍ତାକୁ ସାମୁହିକ ଶପଥ କରାଯାଇଥିଲା।ଏହାପରେ ଅତିଥିଗଣ ଦିବସ ପାଳନ ର ତାତ୍ପର୍ଯ୍ୟ ଉପରେ ସେମାନଙ୍କର ଅଭିଭାଷଣ ରଖିଥିଲେ ଏବଂ ସମସ୍ତଙ୍କୁ ଉତ୍ସIହିତ କରିଥିଲେ।ଆଗାମୀ ୩୧ ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପି ହେବାକୁଥିବା ଏହି କାର୍ଯ୍ୟକ୍ରମରେ ସଂସଦଙ୍କ ପ୍ରତିନିଧି ଶ୍ରୀଯୁକ୍ତ ନାଏକ  ଆଗାମୀ ସେପ୍ଟେମ୍ବର ୨୧ ତାରିଖରୁ ଡିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଖେଳ ମହୋତ୍ସବ ରେ ସମସ୍ତ ସଂସଦୀୟ କ୍ଷେତ୍ରରେ କନଭେନସନାଲ ଗେମ୍ ରେ ଅନ୍ତର୍ଭୁକ୍ତ ଆରଚେରୀ, ଅIଥଲେଟିକ, ଫୂଟବଲ, କ୍ରିକେଟ ଏବଂ ଭଲିବଲ ରହିଥିବାବେଳେ ପାରମ୍ପରିକ ଖେଳ ରେ କବାଡି, ଖୋକୋ ଏବଂ ଗିର୍ଲିଦଣ୍ଡI କୁ ଅନ୍ତର୍ଭୁକ୍ତ କରାଯିବIନେଇ ମାନ୍ୟବର ସାଂସଦ ଶ୍ରୀମତୀ ମାଲବିକା ଦେବୀଙ୍କ ଦ୍ୱାରା ଘୋଷଣା କରାଯାଇଅଛି ବୋଲି ପ୍ରକାଶ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ୧୩ ବର୍ଷରୁ କମ ବ୍ୟାଡ଼ମିଣ୍ଟନ ଯୁଗ୍ମ ପ୍ରତିଯୋଗିତାର ଉଭୟ ବାଳକ ଓ ବାଳିକା ବିଭାଗର ଖେଳ, ଦୌଡିଡିଆଁ ପ୍ରତିଯୋଗିତା, ଦଣ୍ଡ ମାରିବା, ବଲ ଥ୍ରୋ,ଖେଳ କ୍ଵିଜ ପ୍ରତିଯୋଗିତା ଆଦି ବିଭିନ୍ନ ପ୍ରତିଯୋଗିତା ମାନ କରାଯାଇ କୃତୀ ଖେଳାଳୀମାନଙ୍କୁ ପୁରସ୍କୃତ କରି ଉତ୍ସIହିତ କରାଯାଇଥିଲା Iପରିଶେଷରେ ସଂଘର କାର୍ଯ୍ୟକାରିଣୀ ସଦସ୍ୟ ମାଣିକେଶ୍ବରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ I ସଂଘର ଅନ୍ୟାନ୍ୟ ପଦାଧିକାରୀ ଏବଂ ସଦସ୍ୟବୃନ୍ଦ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

Recent Comments

Leave Comments

Top