logo
add image
ସିଆରପି ଏମବିକେ ସ୍ୱୟଂସହାୟକ ଗୋଷ୍ଟି ମଧ୍ୟରେ ବୈଠକ

ସିଆରପି ଏମବିକେ ସ୍ୱୟଂସହାୟକ ଗୋଷ୍ଟି ମଧ୍ୟରେ ବୈଠକ

କଣିହାଁ/୩0/0୮/୨0୨୫/(ଆଧାର ମିଡ଼ିଆ/ରିପୋର୍ଟ ଟୁନା ସାହୁ)-ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ କୁଲେଇ ପଂଚାୟତ କାର୍ଯ୍ୟାଳୟ ଠାରେ ସମଲ ବ୍ୟାରେଜ ଷ୍ଟେଟବ୍ୟାଙ୍କ ମ୍ୟାନେଜର ଦିବ୍ୟରଞ୍ଜନ ପାଣିଗ୍ରାହୀ ଯୋଗଦେଇ ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ସିଆରପି, ଏମ୍ବିକେ, ଅଙ୍ଗନବାଡି କର୍ମୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା. ଶ୍ରୀ ପାଣିଗ୍ରାହୀ ବ୍ୟାଙ୍କର କର୍ମଚାରୀଙ୍କ ସହ ସୁ ସମ୍ପର୍କରଖି ଋଣନେଇ ଠିକ ସମୟରେ ଋଣ ପରିଶୋଧ କରିବାକୁ କହିଥିଲେ। ବ୍ୟାଙ୍କ ପ୍ରତି କୌଣସି ନକାରାତ୍ମକ ଚିନ୍ତାଧାରା ଏବଂ ଅଭିମାନ ନକରି ବ୍ୟାଙ୍କ ଆସନ୍ତୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ମ୍ୟାନେଜର କହିଥିଲେ।
ପ୍ରଧାନ ମନ୍ତ୍ରୀଙ୍କ ବିଭିନ୍ନବ୍ୟାଙ୍କ ସ୍କିମ ଉପରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା, ଜୀବନ ଜ୍ୟୋତି ବୀମା, ଅଟଳ ପେନସନ ଯୋଜନା ନେଇ ସବିଶେଷ ତଥ୍ୟ ଜଣାଇଥିଲେ। ବ୍ୟାଙ୍କ ମ୍ୟାନେଜର ଶ୍ରୀ ପାଣିଗ୍ରାହୀ ଅଧକ୍ଷତା କରିଥିବା ବେଳେ କୁଲେଇ ସରପଞ୍ଚ ଜ୍ୟୋତ୍ସ୍ନାମୟୀ ଗଡ଼ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଙ୍ଗନବାଡି କର୍ମୀ ଅନଙ୍ଗ ମଞ୍ଜରୀ ଗଡ଼ନାୟକ, ଗ୍ରାହକ ସେବା କେନ୍ଦ୍ର ଅଧିକାରୀ ରୁଦ୍ର ମୋହନ ଗଡ଼ନାୟକ, ଏମ୍ବିକେ ସନ୍ଧ୍ୟାରାଣୀ ମହାନ୍ତି, ସିଆରପି ସୁମିତ୍ରା ମାଝୀ, ଭାରତୀ ଜେନା, ଅଞ୍ଜଳି ସାମଲ, ଇସି ସଦସ୍ୟ ମାମି ଭୁକ୍ତା, ପ୍ରତିମା ମାଝୀ, ସମାଜ ସେବି ହୃଷିକେଶ ସାମଲ ସମେତ ମହିଳା ସଦସ୍ୟ ମାନେ ସାମିଲ ଥିଲେ।

Recent Comments

Leave Comments

Top