କାକଟପୁର/୩0/୮/୨୦୧୫/ (ଆଧାର ମିଡ଼ିଆ//ତୁଷାର ଦୀକ୍ଷିତ ):କାକଟପୁର ଥାନା ଅନ୍ତର୍ଗତ ପ୍ରାଚୀବିହାରର ତୁଷାରକାନ୍ତ ପାତ୍ର ଙ୍କ ଗ୍ରିଲଗେଟେ ଭାଙ୍ଗି ପାଣିମଟର ସହିତ ଦୁଇଟି ସିସି କ୍ୟାମେରା, କିଛି ଲାଇଟ, ତାର ଚୋରି ହୋଇଯାଇଥିବା ଜାଣି କାକଟପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପାଇ କାକଟପୁର ଥାନା ଆଇଆଇସି ବସନ୍ତ ସାହୁଙ୍କ ନିର୍ଦେଶ କ୍ରମେ ଏଏସଆଇ ଜୟନ୍ତୀ ସାହୁ, ପ୍ରମୋଦ ସେଠୀ ବିଭିନ୍ନ ସିସି କ୍ୟାମେରାକୁ ଯାଞ୍ଚ କରିବାପରେ ଚୋରିକରିଥିବା ପ୍ରାଚୀ ବିହାର ରେ ରହୁଥିବା ସୁଦର୍ଶନ ମହାନ୍ତିଙ୍କ ପୁଅ ନିରଞ୍ଜନ ମହାନ୍ତି, ଆଲିଆସ ପପୁ ଏଭଳି କାଣ୍ଡ ଭିଅଇଥିବା ଜାଣିବାକୁ ପାଇଥିଲେ, ଏବଂ ଅଭିଯୁକ୍ତକୁ ଗିରଫକରି ଥାନା କେସ ନମ୍ବର 250/2025 ଏକ ମାମଲା ରୁଜୁକରି ଶନିବାର ଦିନ କୋର୍ଟଚାଲାଣ କରିଥିବାର ଥାନାରୁ ପ୍ରକାଶ.
ଅଭିଯୁକ୍ତ ପପୁ ଜଣେ ପାଉଡର ନିଶାସକ୍ତ ହୋଇଥିବା ବେଳେ ଆଖପାଖ ଅଂଚଳରୁ ବିଭିନ୍ନ ଚୋରି ମାମଲାରେ ସମ୍ପୃକ୍ତିଥିବା ପୋଲିସ ଜାଣିବାକୁ ପାଇଛି l ପପୁଠାରୁ ଚୋରି ଯାଇଥିବା ଜିନିଷ ଜବତ କରାଯାଇଛି l ମାନ୍ୟବର କାକଟପୁର ଜେଏମଏଫ ସି କୋର୍ଟ ଅଭିଯୁକ୍ତର ଜାମିନ ନାମଞ୍ଜୁର କରିବାରୁ ଅଭିଯୁକ୍ତକୁ ନିମାପଡା ଜେଲକୁ ପଠାଇ ଦିଆଯାଇଛି l ଏଠାରେ ସୂଚନା ଥାଉକି କାକଟପୁର ଥାନା ଅଞ୍ଚଳରେ ଯୁବପିଢ଼ି ମlନେ ପାଉଡର ଵା ଧଳାଜହର ନିଶାରେ ପଡି ଅର୍ଥ ଅଭାବରୁ ଚୋରି ସହିତ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ପୋଲିସ ପ୍ରକାଶ କରିଛି, ତତ ସହିତ ଖୁବ ଜଲଲ୍ଦି ନିଶା କାରବାର ସମ୍ପୃକ୍ତ ବ୍ୟକ୍ତି ବିଶେଷକୁ ଖୁବଶୀଘ୍ର ଧରାଯିବା ସହିତ କାକଟପୁରରେ ନିଶା କାରବାର ଉପରେ ରୋକ ଲଗାଇବାକୁ ଚେଷ୍ଟା କରିବେ ବୋଲି କାକଟପୁର ଥାନା ଆଇ ଆଇ ସି ଶ୍ରୀ ସାହୁ କହିଛନ୍ତି,
Recent Comments