logo
add image
କୁଟୁରା ଉଦ୍ଧାର-ଛେଳି ଗୋଠରେ ଚାଲି ଆସିଥିଲା

କୁଟୁରା ଉଦ୍ଧାର-ଛେଳି ଗୋଠରେ ଚାଲି ଆସିଥିଲା

ଖଡ଼ିଆଳ/ନୂଆପଡା /୩୦/୦୮/୨୦୨୫/(ଆଧାର ମିଡ଼ିଆ//ରିପୋର୍ଟ-ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲ୍ଲା କୋମନା ରେଞ୍ଜ ଭରୁଆମୁଣ୍ଡା ଗାଁରୁ ଏକ କୁଟୁରା ଉଦ୍ଧାର କରିଛି ବନବିଭାଗ l ଭରୁଆମୁଣ୍ଡା ଗାଁର ଜଣେବ୍ୟକ୍ତି ରୂପଧର ମାଝୀ ନିକଟସ୍ଥ ତନ୍ଦୂଳ ପାହାଡକୁ ଛେଳି ଚରାଇବାକୁ ଯାଇଥିଲେ l ଫେରିଲା ବେଳେ ଏକ ଜଂଗଲୀ କୁଟୁରା ଛେଳିସହ ମିଶି ଘରକୁ ଚାଲି ଆସିଥିଲା l ବିଶେଷ ସୂତ୍ରରୁ ସୂଚନା ପାଇ କୋମନା ରେଞ୍ଜର ଦେବଦତ୍ତ ସୁତାରଙ୍କ ନେତୃତ୍ୱରେ ଏକ ଟିମ୍ ଭରୁଆମୁଣ୍ଡା ଗାଁକୁ ଯାଇ ରୂପଧର ମାଝୀଙ୍କ ପାଖରୁ କୁଟୁରାକୁ ଉଦ୍ଧାର କରିଥିଲେ ବନବିଭାଗ .ଏବେ ଆବଶ୍ୟକ ଡାକ୍ତରୀ ଚିକିତ୍ସା କରି କୁଟୁରାର ଯତ୍ନ ନେଉଛି l ସମ୍ପୂର୍ଣ୍ଣ ସୁସ୍ଥ ହେଲେ ଉଚ୍ଚ ଅଧିକାରୀଙ୍କ ଆଦେଶ ପରେ ଜଙ୍ଗଲରେ ଛଡ଼ା ଯିବବୋଲି ରେଞ୍ଜର ଦେବଦତ୍ତ ସୁତାର ଜଣାଇଛନ୍ତି l ଏବେ ବନବିଭାଗ କାର୍ଯ୍ୟାଳୟରେ ଫରେଷ୍ଟର ଉତ୍ତମ ମେହେର,ପାରା ଫରେଷ୍ଟ ଷ୍ଟାଫ ସାଗରଠେଲା ପ୍ରମୁଖ ଯତ୍ନ ନେଉଛନ୍ତି l ୱାଇଲଡ ଲାଇଫ ୱାଡେନ୍ ନୂଆପଡ଼ା ଜିଲ୍ଲା ମାୟାଧର ସରାଫ କୋମନା ବନବିଭାଗ କାର୍ଯ୍ୟାଳୟକୁ ଯାଇ କୁଟୁରାର ସ୍ବାସ୍ଥ୍ୟ ଅବସ୍ଥା ବୁଝିଥିଲେ l

Recent Comments

Leave Comments

Top