logo
add image
ବଳଙ୍ଗା ନିମାପଡା ପୂର୍ତ୍ତ ରାସ୍ତାର ଅବସ୍ଥା ଶୋଚନୀୟ - କୁମ୍ଭକର୍ଣ୍ଣ ନିଦ୍ରାରେ ନିମାପଡା ପୂର୍ତ୍ତ ବିଭାଗ

ବଳଙ୍ଗା ନିମାପଡା ପୂର୍ତ୍ତ ରାସ୍ତାର ଅବସ୍ଥା ଶୋଚନୀୟ - କୁମ୍ଭକର୍ଣ୍ଣ ନିଦ୍ରାରେ ନିମାପଡା ପୂର୍ତ୍ତ ବିଭାଗ

ପିପିଲି/ପୁରୀ/୩୦/୮/୨୦୨୫(ଆଧାର ମିଡ଼ିଆ)ପୁରୀ ଜିଲ୍ଲା ନିମାପଡା ବଳଙ୍ଗା ରାସ୍ତା ଶୋଚନୀୟ ଅବସ୍ଥା ହୋଇଥିବାରୁ ଜନସାଧାରଣ ମାନଙ୍କ ପାଇଁ ପାଲଟିଛି ମରଣଯନ୍ତା.ଏହା ଦିନ ଓଳିଏ ନୁଁହ ଦୀର୍ଘ ବର୍ଷ ବର୍ଷ ଧରି ଲାଗିରହିଛି ସମସ୍ୟା. ନିମାପଡା ବ୍ଲକର ଏକ ଅଙ୍ଗ ବୁଝାଇଲେ ବଳଙ୍ଗା ଅଞ୍ଚଳ. ବଳଙ୍ଗା ଅଞ୍ଚଳରେ ୧୭ ଗୋଟି ଗ୍ରାମ ପଞ୍ଚାୟତ ରହିଛି. ଏହି ପଞ୍ଚାୟତବାସି ସଦାସର୍ବଦା ନିର୍ଭର କରନ୍ତି ନିମାପଡା ଉପରେ. ନିମାପଡା ବ୍ଲକ ଅଞ୍ଚଳରେ ରହିଛି ସରକାରୀ ବିଦ୍ୟାଳୟ. ମହା ବିଦ୍ୟାଳୟ,ଘରୋଇ ବିଦ୍ୟାଳୟ, ମହାବିଦ୍ୟାଳୟ,କୋର୍ଟ, ଥାନା,ବ୍ଲକ ଅଫିସ,ତହସିଲ ଅଫିସ, ଅଗ୍ନିଶମ ବିଭାଗ, ପୂର୍ତ୍ତ ବିଭାଗ ଓ ଗ୍ରାମ ଉର୍ନ୍ନୟନ ବିଭାଗ ଭଳି ଅନେକ କାର୍ଯ୍ୟାଳୟ ରହିଛି. ଏହି ରାସ୍ତାରେ ହଜାର ହଜାର ଜନସାଧାରଣ ସହ ସହ ଜାନ ବାହାନ, ଘରୋଇ ଓ ସରକାରୀ ବସ ନିର୍ଭରଶୀଳ ଅଟେ.ଏହିରାସ୍ତା ଖାଲ ଖମାରେ ପରିପୂର୍ଣ୍ଣ ଥିବା ଯୋଗୁଁ ଜନସାଧାରଣ, ସ୍କୁଲ ଛାତ୍ରଛାତ୍ରୀ ମାନେ ବହୁ ଅସୁବିଧାରେ ସମ୍ମୁଖୀନ ହୋଇ ଅତିଷ୍ଟ ହେଉଛନ୍ତି. ଏହି ରାସ୍ତା ସୁଧାର ଆଣିବା ବା ନବୀକରଣ କରାଯିବା କ୍ଷେତ୍ରରେ ସ୍ଥାନୀୟ ବିଧାୟକ/ବିଧାୟିକା ତଥା ଓଡିଶା ରାଜ୍ୟ ସରକାରଙ୍କ ଉପ ମୁଖ୍ୟମନ୍ତ୍ରୀ ମହୋଦୟା ବଳଙ୍ଗା ହରିପୁର କେନାଲ ରାସ୍ତା ଉଦଘାଟନ କରିବା ସମୟରେ ବଳଙ୍ଗା - ନିମାପଡା ପୂର୍ତ୍ତ ସଡ଼କ ନବୀକରଣ ପାଇଁ ପ୍ରାୟ ୪୨କୋଟି ଟଙ୍କା ମଞ୍ଜୁର ହେବ ବୋଲି ଘୋଷଣା କରିଥିବା ବେଳେ ନିମାପଡା ପୂର୍ତ୍ତ ବିଭାଗ ଏହା ଶୁଣି କୁମ୍ଭକର୍ଣ୍ଣ ଭଳି ନିଦ୍ରାରେ ସୋଇ ରହିଥିବାବେଳେ ଏହି ରାସ୍ତାରେ ଯାତାୟାତ ପାଇଁ ଖାଲ ଖମାରେ ବୋଝେ ମାଙ୍କଡ଼ା ପଥର ଗୁଣ୍ଡ ପକାଇବା ପାଇଁ ସକ୍ଷମ ହେଉନି. ଯାହାଫଳରେ ଏହି ରାସ୍ତା ଏବେ ଉପାନ୍ତ ଅଞ୍ଚଳ ପାଲଟି ଥିବା ବଳଙ୍ଗା ଅଞ୍ଚଳବାସି ଓ ଯାତାୟତ ଜନସାଧାରଣ ମାନେ ଅଙ୍ଗୁଳି ଉଠାଇଛନ୍ତି. ଏହି ରାସ୍ତା ଶୋଚନୀୟ ହୋଇଥିବା ନେଇ ଜଣେ ବୟସ୍କ ବୃଦ୍ଧ କହିଛନ୍ତି ଏହି ରାସ୍ତା ଆମ୍ଭ ପିଲାଟିଦିନରୁ ଏଭଳି ଶୋଚନୀୟ ଅବସ୍ଥା ଦେଖି ଶୋଚନୀୟ ରାସ୍ତାରେ ଜୀବନକୁ ପାଣି ଛଡାଇ ଯିବା ଆସିବା କରୁଛନ୍ତି . ତାହାରି ମଧ୍ୟରେ ଯେତେ ନିର୍ବାଚନ ହୁଏ ସେହି ସମୟରେ ଆସୁଥିବା ଆଶାଇ ୱାର୍ଡ ମେମ୍ବର ଠାରୁ ଆରମ୍ଭ କରି  ବିଧାୟକ / ବିଧାୟିକା ପର୍ଯ୍ୟନ୍ତ ଏହି ରାସ୍ତାରେ  ରାଜନୀତି କରି ଜିତିବାର ନଜରକୁ ଆସୁଛି. କିନ୍ତୁ ଏକ ପରିତାପର ବିଷୟ ଏହିକିଯେ ରାସ୍ତା ଉପରେ ରାଜନୀତି କରି ଜିତୁଥିବା ରାଜନେତା ମାନେ ଉକ୍ତ ରାସ୍ତା କଥା ଭୁଲିଯାନ୍ତି .ନଜର ଦେବାର ଦୂରର କଥା କିନ୍ତୁ କେହି ମନେବି ପକାନ୍ତି ନାହିଁ. ତେଣୁ ବିଭାଗ ଖାଲ ଖମାର ସୁଧାର ଓ ନବୀକରଣ କାର୍ଯ୍ୟ ନହେଲେ ଆସନ୍ତା ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଉଚିତ ଜବାବ ବଳଙ୍ଗା ବାସି ଦେବବୋଲି ଦୃଢତାର ସହିତ ପ୍ରକାଶ କରିଛନ୍ତି . ଅନ୍ୟ ପକ୍ଷରେ ଏହି ରାସ୍ତା ସମ୍ପର୍କରେ ନିମାପଡା ଜାଗ୍ରତ  ଯୁବସଂଗଠନର କର୍ମକର୍ତ୍ତା କହିଛନ୍ତି. ନିମାପଡା ହେଉଛି ଓଡ଼ିଶାରେ ଐତିହ ସୁନାମ ଅର୍ଜନ ସହର.ଏହି ସୁନାମ ଅର୍ଜନ ସହରକୁ କଳଙ୍କିତ କରିବା ଲାଗି ପୂର୍ତ୍ତବିଭାଗ ସମ୍ପୂର୍ଣ୍ଣ ଅଣ୍ଟା ଭିଡିବାରୁ ନିମାପଡା ବଳଙ୍ଗା ଅଞ୍ଚଳରେ କୌଣସି କାର୍ଯ୍ୟ ହେଉନାହିଁ.ଏହି ରାସ୍ତା ସମସ୍ୟା ନେଇ ସଂଗଠନ ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କୁ ଜଣାଇ ଆସୁଥିଲେ ମଧ୍ୟ ଏଥିପ୍ରତି ବିଭାଗ ଗୁରୁତ୍ୱ ଦେଉ  ନଥିବାରୁ ଅସନ୍ତୋଷ ଦେଖାଦେଇଛି. ତେଣୁ ଉକ୍ତ ରାସ୍ତାରେ ହୋଇଥିବା କୃତିମ ହ୍ରଦଗୁଡିକ ଯଥାଶୀଘ୍ର ମରାମତି ପାଇଁ ଦାବୀ ହେଉଛି. ଯଦି ଯୁଧ୍ୟକାଳୀନ ଭିତିରେ ମରାମତି କରା ନଯାଏ ତେବେ ବଳଙ୍ଗା ଅଞ୍ଚଳର ବିଭିନ୍ନ ସଂଗଠନ ରାଜରାସ୍ତାକୁ ଓଲ୍ହାଇବେ ବୋଲି  ମିଳିଛି.

Recent Comments

Leave Comments

Top