logo
add image
ସୋନପୁର ପୌରପରିଷଦ ଦ୍ବାରା ଅଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ସମାରୋହ ଅନୁଷ୍ଠିତ

ସୋନପୁର ପୌରପରିଷଦ ଦ୍ବାରା ଅଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ସମାରୋହ ଅନୁଷ୍ଠିତ

ସୁବର୍ଣ୍ଣପୁର/ସୋନପୁର/୩୧/୦୮/୨୦୨୫(ଆଧାର ମିଡ଼ିଆ) ଅଦ୍ୟ ତା ୩୧.୦୮.୨୦୨୫ ରିଖ ପୂର୍ବାହ୍ନରେ ସୋନପୁର ପୌର ପରିଷଦ ମଧ୍ୟରେ ସ୍ଥାପିତ ସମସ୍ତ ବରପୁତ୍ର ଓ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତୀରେ ଅଧ୍ୟକ୍ଷା ଓ ପୌରପରିଷଦର ସଭ୍ୟ/ ସଭ୍ୟାଙ୍କ ଦ୍ବାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ତାହାପରେ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତି ତାମସି ତମସ୍ମିତା ନାୟକଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରି ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଇଥିଲା ଏହି ଅବସରରେ ସୋନପୁର ପୌର ପରିଷଦର ସମସ୍ତ ସଭ୍ୟ /ସଭ୍ୟା,ସମସ୍ତ କର୍ମଚାରୀ, ସୋନପୁର ସହରର ଜନ ସାଧାରଣଙ୍କ ସମେତ ପୂର୍ବତନ ଅଧ୍ୟକ୍ଷ ଶ୍ରୀ କାଇଁରୁ ସ୍ୱାଇଁ, ବୁଦ୍ଧିଜୀବୀ ଓ ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ, ଗୋବିନ୍ଦ ମହାରଣାଙ୍କ ସମେତ ସୋନପୁର ସହରର ଅନ୍ୟ ଗଣ୍ୟ ମନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଏହାପରେ ପୂର୍ବାହ୍ନ ୧୦ ଘଟିକା ସମୟରେ ସୋନପୁର ପୌରପରିଷଦ ଦ୍ବାରା ସୋନପୁର ଟାଉନହଲ ଠାରେ ଆନୁଷ୍ଠାନିକ ଭାବେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ସମାରୋହ ପାଳନ ଓ ଆଭାସି ମାଧ୍ୟମରେ ରାଜ୍ୟ ସ୍ତରୀୟ  ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ସମାରୋହର ସିଧା ପ୍ରସାରଣ ଦେଖିବା ନିମନ୍ତେ ବ୍ୟବସ୍ଥା କରାଯାଇଥିଲା ହୋଇଥିଲା।ଏହି ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ସମାରୋହ ରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ,ସୋନପୁର,ଶ୍ରୀଯୁକ୍ତ ନିରଞ୍ଜନ ପୁଝାରୀ,ସମ୍ମାନିତ ଅତିଥି ଭାବରେ  ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼ ନୃପରାଜ ସାହୁ,ଆରକ୍ଷୀ ଅଧିକ୍ଷକ,ସୁବର୍ଣ୍ଣପୁର ଶ୍ରୀ ନାରାୟଣ ନାୟକ,ଅତିରିକ୍ତ ଜିଲ୍ଲାପାଳ,ରାଜସ୍ବ,ସୁବର୍ଣ୍ଣପୁର ତଥା ପ୍ରକଳ୍ପ ନିର୍ଦ୍ଦେଶକ, DUDA (ଡୁଡ଼ା) ଶ୍ରୀ ରାଜେନ୍ଦ୍ର ମାଝୀ,ଅତିରିକ୍ତ ଜିଲ୍ଲାପାଳ,ସାଧାରଣ, ସୁବର୍ଣ୍ଣପୁର, ବନ ଖଣ୍ଡ ଅଧିକାରୀ, ସୁବର୍ଣ୍ଣପୁର ଶ୍ରୀ ମଦନଲାଲ ଶର୍ମା, ଅଧ୍ୟକ୍ଷା ପୌର ପରିଷଦ, ସୁବର୍ଣ୍ଣପୁର ଶ୍ରୀମତି ତାମସି ତାମସ୍ମିତ  ନାୟକ, ଉପାଧ୍ୟକ୍ଷା ଶ୍ରୀମତି ମଲିକା ଦାନି ଓ ଶ୍ରୀ ଋଷି ମାଝୀ, ନିର୍ବାହୀ ଅଧିକାରୀ, ପୌରପରିଷଦ, ସୁବର୍ଣ୍ଣପୁର ଯୋଗଦାନ କରିଥିଲେ।ଏହି ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳନ ସମାରୋହରେ  ସୋନପୁର ସହରର ବୁଦ୍ଧିଜୀବୀ, ପୌରପରିଷଦର କର୍ମଚାରୀ, ସ୍ୱଚ୍ଛସାଥୀ ଓ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ,ସୁବର୍ଣ୍ଣପୁର,ଶ୍ରୀ ଅର୍ଜୁନ ମାଝୀ ଙ୍କ ସମେତ ଜନସାଧାରଣ ଯୋଗଦାନ କରିଥିଲେ । ଶ୍ରୀ ଋଷି ମାଝୀ,ନିର୍ବାହୀ ଅଧିକାରୀ, ପୌରପରିଷଦ,ସୋନପୁର ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ ।ଏହି ସମାରୋହରେ ଅଧ୍ୟକ୍ଷା ଶ୍ରୀମତି ନାୟକ ସୋନପୁର ସହରର ସର୍ବାଙ୍ଗୀନ ବିକାଶ ପାଇଁ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ । ମୁଖ୍ୟଅତିଥି ତଥା ସୋନପୁର ବିଧାୟକ, ଶ୍ରୀ ନିରଂଜନ ପୁଝାରୀ,ତାଙ୍କ ଅଭିଭାଷଣରେ କହିଲେ ଯେ ସୋନପୁର ସହରରେ ଥିବା ସମସ୍ତ ଭିତ୍ତିଭୂମିର ରକ୍ଷଣା ବେକ୍ଷଣ କରିବା ସହିତ ନୂତନ ଭିତ୍ତିଭୂମି ନିର୍ମାଣ କରି ଜନସାଧାରଣ ଙ୍କୁ ଉପଯୁକ୍ତ ମୌଳିକ ସେବା ଯୋଗାଇ ଦେବା ପାଇଁ ଗୁରୁତ୍ତ୍ଵ ଦେଇଥିଲେ। ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ସମାରୋହ ରେ  ଅତିଥି ମାନଙ୍କ ଦ୍ଵାରା ପୂର୍ବତନ ଅଧ୍ୟକ୍ଷ/ ଅଧ୍ୟକ୍ଷା ମାନଙ୍କୁ ଉପଢୌକନ ଓ ସ୍ମୃତି ଫଳକ ବା ଚିହ୍ନ ଦେଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯିବ ସଙ୍ଗେ ସଙ୍ଗେ ସୋନପୁର ପୌର ପରିଷଦର ବର୍ତ୍ତମାନ ନିର୍ବାଚିତ ହୋଇ କାମ କରୁଥିବା ସମସ୍ତ ସଭ୍ୟ/ ସଭ୍ୟା, ଉପାଧ୍ୟକ୍ଷା ଓ ଅଧ୍ୟକ୍ଷାଙ୍କୁ ମଧ୍ୟ ସୋନପୁର ପୌର ପରିଷଦ ତରଫରୁ ଉପଢୌକନ ଓ ସ୍ମୃତି ଫଳକ ବା ଚିହ୍ନ ଦେଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା ଶେଷରେ ଆଭାଷି ମାଧ୍ୟମରେ ରାଜ୍ୟ ସ୍ତରରେ ଅନୁଷ୍ଠିତ ହେଉଥିବା ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ସମାରୋହ ସିଧା ପ୍ରସାରଣ ସମସ୍ତେ ଏଲ୍.ଇ.ଡି ଟେଲିଭିଜନ ମାଧ୍ୟମରେ ଦେଖିଥିଲେ। ସମାରୋହ ଶେଷରେ ଶ୍ରୀ ଋଷି ମାଝୀ,ନିର୍ବାହୀ ଅଧିକାରୀ,ପୌରପରିଷଦ,ସୋନପୁର ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Recent Comments

Leave Comments

Top