logo
add image
ଗୁଣପୁରରେ ସ୍ୱାୟତ୍ତ ଶାସନ ଦିବସ ପାଳିତ, ସହରକୁ ସ୍ୱଚ୍ଛ ସବୁଜ ଓ ସୁନ୍ଦର ସହ ପଲିଥିନ ମୁକ୍ତ ସହର ଗଠନ କରିବାକୁ ଆହ୍ବାନ

ଗୁଣପୁରରେ ସ୍ୱାୟତ୍ତ ଶାସନ ଦିବସ ପାଳିତ, ସହରକୁ ସ୍ୱଚ୍ଛ ସବୁଜ ଓ ସୁନ୍ଦର ସହ ପଲିଥିନ ମୁକ୍ତ ସହର ଗଠନ କରିବାକୁ ଆହ୍ବାନ

ଗୁଣପୁର/୩୧/୮/୨୦୨୫(ଆଧାର ମିଡ଼ିଆ) ରାୟଗଡ଼ା ଜିଲ୍ଲା ଗୁଣପୁର ପୌରପାରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ଉତ୍ସାହ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଯାଇଛି ।ପ୍ରାତଃ ସମୟରେ ସହରରେ ରାମଧୁନ ପ୍ରଚାର,ସକାଳେ ପୌରପରିଷଦ ପକ୍ଷରୁ ଅଧ୍ୟକ୍ଷା ମମତା ଗୌଡ଼,ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ,କାଉନ୍ସିଲରଙ୍କ ସହ ଅନ୍ୟ ଅଧିକାରୀ ସହରରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସକାଳ ୮.୩୦ ମି. ସମୟରେ ପୌରପାରିଷଦର ଅଫିସରେ ପତାକା ଉତ୍ତଳନ କରାଯାଇଥିଲା ଏବଂ ପରେ ଗୁଣପୁର ଡାକ୍ତରଖାନା ,ସେବା ସମାଜ ଓ ବାଳ ନିକେତନକୁ ଯାଇ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ପୌର କାର୍ଯ୍ୟାଳୟ ପରିସରରେ ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସାଧାରଣ ସଭା ରେ ମୁଖ୍ୟ ଅତିଥି ଭାବେ ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ଵସ୍ତିକ ଜମାଦାର ଯୋଗ ଦେଇ ସହରକୁ ସ୍ୱଚ୍ଛ ସବୁଜ ଓ ସୁନ୍ଦର ଭାବେ ଗଢିବା ସହ ପଲିଥିନ ମୁକ୍ତ ସହର ଗଠନ କରିବାକୁ ସେ ସମସ୍ତ ଙ୍କୁ ଆହ୍ବାନ ଦେଇଥିଲେ । ଅଧ୍ୟକ୍ଷା ମମତା ଗୌଡ଼ ନିଜ ବକ୍ତବ୍ୟ ରେ ମହିଳା ସ୍ୱାବଲମ୍ବୀ ହେଲେ ଗୁଣପୁର ବିକାଶ ସମ୍ଭବ ହେବ ଓ ସ୍ଵୟଂ ସହାୟକ ଗୋଷ୍ଠୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ।ବାଇପାସରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତି ସ୍ଥାପନା ,ନୂଆ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ, ଫୁଡ଼ ପାର୍କ ନିର୍ମାଣ ,ଏଣ୍ଟ୍ରି ଗେଟ ନିର୍ମାଣ ସହର ରେ ଆଉ ୪ ଟି କଲ୍ୟାଣ ମଣ୍ଡପ ନିର୍ମାଣ, ବିଭିନ୍ନ ସ୍ଥାନ ରେ ପାଦଚଲା ରାସ୍ତା ନିର୍ମାଣ , ନୂଆ ପୌର କାର୍ଯ୍ୟାଳୟ କୋଠା ନିର୍ମାଣ କରିବାକୁ ପ୍ରୟାସ ଜାରି ରହିଥିବା ଓ ସଂକଳ୍ପ ନେଇଥିବା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ନିର୍ବାହୀ ଅଧିକାରୀ ମତବ୍ୟକ୍ତ କରିଥିଲେ ।ସହରକୁ ନୂଆ ବାଇପାସ ରାସ୍ତା ଓ ବଂଶଧାରା ନଦୀ ଉପରେ ଦ୍ଵିତୀୟ ସେତୁ ନିର୍ମାଣ କରିବାକୁ ସରକାରଙ୍କ ପାଖରେ ଆଜି ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ ଦାବୀ କରିଥିଲେ ।ଅନ୍ୟତମ ଅତିଥି ଭାବେ ଅଵସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସଭାପତି ସୂର୍ଯ୍ୟ ନାରାୟଣ ରଥ ଯୋଗଦେଇ ଗୁଣପୁରର ଇତିହାସ ଓ ଗାରିମା ପ୍ରକାଶ କରିଥିଲେ ।ଏହି ଅବସର ରେ ପୌର ପାରିଷଦ ର ସମସ୍ତ କାଉନସିଲର ଓ ୪ ଜଣ ବରିଷ୍ଠ ନାଗରିକ ସୁର୍ଯ୍ୟ ରଥ,କୈଳାସ ଦାସ,ନୀଳମାଧବ ପାଢ଼ୀ ଓ ପ୍ରଶାନ୍ତ ମିଶ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ସ୍ୱାୟତ୍ତ ଶାସନ ଦିବସ ଅବସର ରେ ସ୍କୁଲ ଓ କଲେଜ ସ୍ତର ରେ ଅନୁଷ୍ଟିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ସଫେଇ କର୍ମଚାରୀ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇ ପୋଷାକ ଓ ଶାଢ଼ୀ ବଣ୍ଟନ କରାଯାଇଥିଲା। ବର୍ଯ୍ୟବସ୍ତୁ ପରିଚାଳନା କରୁଥିବା ଦୁଇଟି ସ୍ଵୟଂ ସହାୟକ ଗୋଷ୍ଟି କୁ ସେମାନଙ୍କ ଉଲ୍ଲେଖ ନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସର ରେ ମଧୁବାବୁ ପେନସନ ଜରିଆରେ ବିଧବା ଓ ବାର୍ଦ୍ଧକ୍ୟ ଭତା ଓ ବର୍ଦ୍ଧିତ ଭତା ପ୍ରଦାନ କରାଯାଇଥିଲା । ଏହି ଅବସର ରେ ରାଜ୍ୟ ସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ରେ ନଗର ଉନ୍ନୟନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଅଭିଭାଷଣ ର ସିଧା ପ୍ରସାରଣ ପ୍ରଦର୍ଶିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଙ୍ଗୀତା ପଟ୍ଟନାୟକ ଓ ଅନନ୍ତ ପାତ୍ର ସଂଯୋଜନା କରିଥିବା ବେଳେ ପୌର ଯନ୍ତ୍ରୀ,କନିଷ୍ଠ ଯନ୍ତ୍ରୀ,କର୍ମଚାରୀ ତାପସ ପଟ୍ଟନାୟକ,ରଶ୍ମି ଚୌଧୁରୀ, ସୁକାନ୍ତ ପ୍ରଧାନ, ବସନ୍ତ ବେହେରାଙ୍କ ସମେତ ପୌର କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।

Recent Comments

Leave Comments

Top