logo
add image
ଉତ୍କଳ ସଂଗ୍ରାମୀ ସ୍ମୃତି କମିଟିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଓ ସାମ୍ବାଦିକ ସମ୍ମିଳନୀ

ଉତ୍କଳ ସଂଗ୍ରାମୀ ସ୍ମୃତି କମିଟିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଓ ସାମ୍ବାଦିକ ସମ୍ମିଳନୀ

କାକଟପୁର/ପୁରୀ/୩୧/୮/୨୦୨୫(ଆଧାର ମିଡ଼ିଆ//ରିପୋର୍ଟ-ତୁଷାର ଦୀକ୍ଷିତ)ଉତ୍କଳ ସଂଗ୍ରାମୀ ସ୍ମୃତି କମିଟି କାକଟପୁର ପକ୍ଷରୁ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଓ ସାମ୍ବାଦିକ ସମ୍ମିଳନୀ ସ୍ଥାୟୀ ସଭାପତି ଅମିୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ରାମକୃଷ୍ଣ ଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସାଧାରଣ ସଂପାଦକ ଶିକ୍ଷାବିତ୍ ସ୍ବପ୍ନେଶ୍ଵର ସାହୁ,ପୂର୍ବତନ ସମ୍ପାଦକ ନିରୋଧ ବରଣ ମହାନ୍ତି , ଚିତ୍ତରଞ୍ଜନ କର,ବିକ୍ରମ କୁମାର ଜୟସିଂହ,‌ ଶିକ୍ଷାବିତ ବୈଦନାଥ ମହାନ୍ତି, ପରିବେଶବିତ ତ୍ରିଲୋଚନ ମିଶ୍ର, ଶିକ୍ଷାବିତ ପ୍ରମୋଦ ନାୟକ,କାର୍ଯ୍ୟକାରିଣୀ କମିଟିର ସଭ୍ୟ ଅଶୋକ କୁମାର ଶତପଥିଙ୍କ ସମେତ ସମସ୍ତ ସଭ୍ୟମାନେ ଉପସ୍ଥିତ ରହି ଆଗାମୀ ଦିନରେ ଉତ୍କଳ ସଂଗ୍ରାମୀ ସ୍ମୃତି କମିଟିର ଭବିଷ୍ୟତ ରୂପରେଖ ଉପରେ ଖସଡ଼ା ପ୍ରସ୍ତୁତ କରିଥିଲେ। ବୈଠକର ଦ୍ଵିତୀୟାର୍ଦ୍ଧରେ କୃଷି ଓ କୃଷକ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ କୃଷିଭିତ୍ତିକ କାକଟପୁର ଅଞ୍ଚଳରେ ପ୍ରବାହିତ ପ୍ରାଚୀ ନଦୀକୁ ସୁନାବ୍ୟା କରି ଜଳସେଚନ ସୁବିଧା,କୃଷକ ମାନଙ୍କ ସମସ୍ୟା ଓ ତା'ର ନିରାକରଣ ଉପରେ ଆଲୋକପାତ କରାଯାଇଥିଲା।ଶେଷରେ କାକଟପୁରର ସମସ୍ୟା ଓ ଏନ୍ଏସି ମାନ୍ୟତା ପାଇଁ କାକଟପୁରର ଜନସାଧାରଣଙ୍କ ଦାବି ନେଇ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଂକ କାକଟପୁର ନିର୍ବାଚନ ମଣ୍ଡଳୀ ପ୍ରତି ଅନ୍ୟାୟ କରାଯାଇ ସାଧାରଣ ଜନତାଙ୍କୁ ମୌଳିକ ସୁବିଧାରୁ ବଞ୍ଚିତ କରାଯାଉଥିବା ସହିତ ବିଶେଷ କରି କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳର ଧାନ, ପାନ ଓ ମୀନ ଚାଷୀଙ୍କ ମୌଳିକ ସମସ୍ୟା ଉପରେ ଗୁରୁତ୍ୱ ଦେବାପାଇଁ ସଭାପତି ଶ୍ରୀ ପଟ୍ଟନାୟକ ଦାବୀ ଉପସ୍ଥାପନା କରିଥିଲେ।ଏହି ସାମ୍ବାଦିକ ସମିଳନୀ ରେ କାକଟପୁର ପ୍ରେସ କ୍ଲବର ସଭାପତି କମଳ ଲୋଚନ ଦୀକ୍ଷିତ ସହିତ ଅନ୍ୟ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ।

Recent Comments

Leave Comments

Top