logo
add image
ଦୋକାନରୁ ଚୋରି ଅଭିଯୋଗ

ଦୋକାନରୁ ଚୋରି ଅଭିଯୋଗ

ପିପିଲି/୩୧/୦୮/୨୦୨୫(ଆଧାର ମିଡ଼ିଆ)ବଳଙ୍ଗା ଥାନା ଅଞ୍ଚଳରୁ ଏକ ଦୋକାନରୁ ଚୋରି କରି ମହିଳାଙ୍କୁ ଆକ୍ରମଣ କରିବା ନେଇ ବଳଙ୍ଗା ଥାନାରେ ଲିଖିତ ଅଭିଯୋଗ ହୋଇଛି. ଅଭିଯୋଗକୁ ବଳଙ୍ଗା ଥାନା ଅଧିକାରୀ ଦିବ୍ୟରଞ୍ଜନ ପଣ୍ଡା ଗ୍ରହଣ କରି ଥାନା କେଶ ନଂ ୧୯୦/୨୫ ଆଗତ କରିଛନ୍ତି. ଅଭିଯୋଗ ଅନୁଯାୟୀ ଅଭିଯୋଗକାରିଣୀ ଶୈଳବାଳା ବେହେରା(୫୦) ଅଭିଯୋଗରେ ଦର୍ଶାଇ ଛନ୍ତି ତାଙ୍କ ଘର ପଛପଟେ କେନାଲ ବନ୍ଧ ପାଖରେ ତାଙ୍କ ସ୍ବାମୀ ଗ୍ଲୋସରି ଦୋକାନ କରିଛନ୍ତି ।ସବୁଦିନ ପରି ୨୯/୦୮/୨୦୨୫ ରିଖ ରାତ୍ର ୧୦ଘଟିକା ସମୟରେ ଦୋକାନ ଘର ତାଲାଚାବି ପକାଇ ଘରକୁ ଶୋଇବା ପାଇଁ ପଳାଇ ଆସିଥିଲେ।ରାତ୍ର ପ୍ରାୟ ୨ ଘଟିକା ସମୟରେ ଅଭିଯୋଗକାରିଣଙ୍କ ନିଦ ଭାଙ୍ଗିଯିବାରୁ ଉଠି ଶୁଣିଲି ତାଙ୍କ ଦୋକାନ ଘର ଭିତରେ ଖଡ ଖଡ ଶବ୍ଦ ହେଉଛି । ଦୁଆର ଫିଟାଇ ଦେଖିବାକୁ ପାଇଲେ ମୁହଁରେ କଳା କପଡ଼ା ବାନ୍ଧି କିଛି ଯୁବକ ହାତରେ ଅସ୍ତ୍ର ଧରିଛନ୍ତି।ଦୋକାନ ତାଲାକୁ ଭାଙ୍ଗି କବାଟ ଖୋଲି ଦୋକାନ ଭିତରୁ ସବୁ ଜିନିଷ ପତ୍ରକୁ ଚୋରି କରି ନେଇ ଯାଉଛନ୍ତି ।କିଏସେ ଦୋକାନରୁ ଚୋରି କରୁଅଛ ବୋଲି ପଚାରିବାରୁ ସେମାନେ କହିଲେ ଆରେ ଜଗା ଆସିନି କିରେ  ଆସିଥିଲେ ତାକୁ ହାଣିଦେଇ ଥାନ୍ତୁ କହି ଅଭିଯୋଗକରୀଙ୍କୁ ଅଶ୍ଳୀଳ,ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ।ତାଙ୍କ ଭିତରୁ ଜଣେ ଅସ୍ତ୍ର ଧରି ହାଣିବା ପାଇଁ ଆସିବାରୁ କୌଶଳ କ୍ରମେ ତାର ମୁହଁରୁ କଳା କପଡ଼ା ଟିକୁ ଭିଡି କାଢି ଦେଇଥିଲେ । ଦେଖିଲା ବେଳକୁ ସେ ବ୍ୟକ୍ତି ତାଙ୍କରି ଗ୍ରାମର ପ୍ରସନ୍ନ କୁମାର ନାୟକ(ଗେଡୁ) ପି-କାହ୍ନୁ ଚରଣ ନାୟକ, ସେ  ଦୁଇ ଧକ୍କା ପକାଇବାରୁ ଅଭିଯୋଗ କାରିଣୀ ତଳେ ପଡ଼ିଗଲେ । ବେକରେ ଅସ୍ତ୍ରକୁ ଲଗାଇ କହିଲା ତୋର ବଡ ପୁଅ ଓ ସ୍ବାମୀକୁ ଜୀବନରୁ ମାରିଦେବା ପାଇଁ ଲକ୍ଷ ରଖୁଛି କହି ସେମାନେ ସେଠାରୁ ଜିନିଷ ପତ୍ର ନେଇ ପଳାଇଗଲେ. ଯାହାକି ଚୋରି ହୋଇଥିବା ଜିନିଷ ପତ୍ରର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ରୁ ୬୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଇଛି।
 

Recent Comments

Leave Comments

Top