logo
add image
ପିପିଲି କୋର୍ଟ ମହାରୀର ପ୍ରଫୁଲ୍ଲ ଙ୍କ ବିୟୋଗରେ ଶୋକସଭା

ପିପିଲି କୋର୍ଟ ମହାରୀର ପ୍ରଫୁଲ୍ଲ ଙ୍କ ବିୟୋଗରେ ଶୋକସଭା

ପିପିଲି/ପୁରୀ/୨/୯/୨୦୨୫(ଆଧାର ମିଡ଼ିଆ)ପିପିଲି କୋର୍ଟର କାର୍ଯ୍ୟରତ ବରିଷ୍ଠ ମୋହରିର ପ୍ରଫୁଲ୍ଲ ବେହେରାଙ୍କ ଅକାଳ ବିୟୋଗରେ ମଙ୍ଗଳବାର ଦିନ ପିପିଲି ଓକିଲ ସଂଘରେ ଶୋକସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଶୋକସଭାରେ ପିପିଲି ଓକିଲ ସଂଘର ସଭାପତି ହାଡୁବନ୍ଧୁ ଜେନା,ସମ୍ପାଦକ ବୀରେନ୍ଦ୍ର ଭୁଜବଳଙ୍କ ନେତୃତ୍ୱରେ ଶ୍ରୀ ବେହେରାଙ୍କ ଅମର ଆତ୍ମାର ସଦଗତି ଓ ଶୋକ ସନ୍ତତି ପରିବାରକୁ ସମବେଦନା ଜଣାଇ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।ପରେ ଶ୍ରୀ ବେହେରାଙ୍କ ସମ୍ପର୍କରେ ବରିଷ୍ଠ ଆଇନ ଯିବି ରମାକାନ୍ତ ସାହୁ,ରଶାନ୍ତ କିଶୋର ପରିଡା,ସୂର୍ଯ୍ୟ ନାରାୟଣ ନାୟକ,ଅନିଲ କୁମାର ଦଳାଇ,ଶିବ ସୁନ୍ଦର ଜେନା ମୋହରିର ଦିବାକର ପ୍ରଧାନ ଶ୍ରୀ ବେହେରା ଙ୍କ କାର୍ଯ୍ୟ କାରିତା ଚଳଣି ଉପରେ ଆଲୋକପାତ କରିଥିଲେ. ଏହି ସମୟରେ ଆଇନ ଆଇନଜିବି ବିନାୟକ ପ୍ରଧାନ,ବସନ୍ତ କୁମାର ପରିଡା,ସୁରେଖା ଦାଶ, ହେମନ୍ତ କୁମାର କର,ରସିଦ ଖାଁ,ପ୍ରସନ୍ନ କୁମାର ଚମ୍ପତ୍ତି,ନିର୍ମଳ ଯାଦବ,ବିଶ୍ୱ ଭୂଷଣ ପଟ୍ଟନାୟକ,ସନ୍ତୋଷ ଦାସ,ପ୍ରମୁଖ ସହ ମୋହରିର ଦୁଃଖିଶ୍ୟାମ ପ୍ରଧାନ,କୃଷ୍ଣ ଚନ୍ଦ୍ର ଭୋଳ,ଅକ୍ଷୟ ମହାପାତ୍ର, ଧନନଞ୍ଜୟ ପରିଡା, ଗୋପାଳ କୃଷ୍ଣ ବିଶ୍ୱାଳ,ବିଚିତ୍ରା ନନ୍ଦ ସ୍ୱାଇଁ,ଷ୍ଟାମ୍ପ ଭେଣ୍ଡର କିରଣ ପ୍ରତାପ ସ୍କ୍ୱାଇଁ ଟାଇପିସ୍ଟି ପୂର୍ଣ୍ଣ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।

Recent Comments

Leave Comments

Top