logo
add image
ଅବସରପ୍ରାପ୍ତ ଜିଲ୍ଲା ମଙ୍ଗଳ ଅଧୂକାରୀ ହରିଶ୍ଚନ୍ଦ୍ର ପଣ୍ଡାଙ୍କ ପରଲୋକ

ଅବସରପ୍ରାପ୍ତ ଜିଲ୍ଲା ମଙ୍ଗଳ ଅଧୂକାରୀ ହରିଶ୍ଚନ୍ଦ୍ର ପଣ୍ଡାଙ୍କ ପରଲୋକ

ଗୁଣପୁର/ରାୟଗଡା/୨/୯/୨୦୨୫(ଆଧାର ମିଡ଼ିଆ) ସ୍ଥାନୀୟ ବିକ୍ରମପୁରର ଅବସରପ୍ରାପ୍ତ ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ହରିଶ୍ଚନ୍ଦ୍ର ପଣ୍ଡାଙ୍କର ସୋମବାର ଦିନ ଶ୍ରୀକାକୁଲମ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ବର୍ଷ ହୋଇଥ‌ିବା ବେଳେ ବୟସାଧୂକ କାରଣରୁ କିଛିଦିନ ହେଲା ସେ ଅସୁସ୍ଥ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ, ତିନି ପୁଅ ରୋହିତ, ପାର୍ଥ, ରାମକୃଷ୍ଣ, ପୁତୁରା ଗଣେଶ, ଝିଅ କଳ୍ପନା, ଜ୍ଵାଇଁ ଶ୍ୟାମ ପଣ୍ଡା ଓ ସମ୍ପର୍କୀୟ ମାନେ ଉପସ୍ଥିତ ଥିଲେ। ଭୋର ସକାଳେ ସ୍ୱର୍ଗତଃ ପଣ୍ଡାଙ୍କୁ ନିଜ ଗ୍ରାମ ଗୁଲୁମୁଣ୍ଡା ଅଣାଯାଇଥିଲା । ଆଖପାଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସ ଭବନକୁ ଯାଇ ଶେଷ ଦର୍ଶନ କରିଥିଲେ। ଅପରାହ୍ନରେ ପୁରୀ ସ୍ବର୍ଗଦ୍ଵାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ବଡ଼ ପୁଅ ରୋହିତ କୁମାର ପଣ୍ଡା ମୁଖାଗ୍ନି ଦେଇଥିଲେ। ସ୍ୱର୍ଗତଃ ପଣ୍ଡା ଜଣେ ଧାର୍ମିକ ଓ ନିଷ୍ଠାପର ବ୍ୟକ୍ତି ରୂପେ ପରିଚିତ ଥିଲେ । ତାଙ୍କ ଚାକିରୀ ଜୀବନ ଗୁଣପୁର ବ୍ଲକ ପୁଟାସିଂ ଏଲଏସଡ଼ିଏର ସ୍ବତନ୍ତ୍ର ଅଧୂକାରୀ, କୋଲନରା ବ୍ଲକ ମଙ୍ଗଳ ଅଧିକାରୀ, ଗୁଣପୁର ଓ ନବରଙ୍ଗପୁର ର ଅତିରିକ୍ତ ଜିଲ୍ଲା ମଂଗଳ ଅଧିକାରୀ ରହିବା ପରେ ପଦନ୍ନତି ପାଇ କୋରାପୁଟ ଜିଲ୍ଲା ମଙ୍ଗଳ ଅଧିକାରୀ ରୂପେ ଦାୟିତ୍ଵ ତୁଲାଇ ଅବସର ଗ୍ରହଣ କରିଥିଲେ। ସ୍ୱର୍ଗତଃ ପଣ୍ଡାଙ୍କ ବିୟୋଗରେ ଗୁଣପୁର ଅଞ୍ଚଳରେ ଶୋକ ର ଛାୟା ଖେଳେଇ ଦେଇଛି। ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ଗାନ୍ଧୀ ବିଶ୍ୱ ବିଦ୍ୟାଳୟର ଉପ ସଭାପତି ଚନ୍ଦ୍ରଧ୍ଵଜ ପଣ୍ଡା, ସଭାପତି ସତ୍ୟ ପ୍ରକାଶ ପଣ୍ଡା, ଜଗଦିଶ ପଣ୍ଡା, ପୌର  ଉପାଧ୍ଯକ୍ଷ ଶିବ ପ୍ରସାଦ ଗୌଡ଼, ଗାୟତ୍ରୀ ଶିକ୍ଷା ଅନୁଷ୍ଠାନ ଅଧ୍ୟକ୍ଷ ଅକ୍ଷୟ ଦାଶ, ରାୟଗଡ଼ା ଜିଲ୍ଲା ବିଜେଡ଼ି ର ପୂର୍ବତନ ସଭାପତି ସୁଧୀର କୁମାର ଦାଶ, ବରିଷ୍ଠ ସାମ୍ବାଦିକ ରାଧାକୃଷ୍ଣ ପଟ୍ଟନାୟକ, ତ୍ରିନାଥ ଖାଡ଼ାଙ୍ଗା, କଂଗ୍ରେସ ନେତା ବିଜୟ କୁମାର ଗମାଙ୍ଗ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

Recent Comments

Leave Comments

Top