ରେଢ଼ାଖୋଲ/୦୧/୦୯/୨୦୨୫/(ଆଧାର ମିଡ଼ିଆ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଡ୍ରାଇଭର ମହାସଂଘ ପକ୍ଷରୁ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳିତ ହୋଇଯାଇଛି। ଏଥିରେ ସଂଘର ସଭାପତି ଯୁଗଳ କିଶୋର ସ୍ୱାଇଁଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ସଂଘର ସଦସ୍ୟ ମାନେ ସାମିଲ ରହିଥିଲେ। ଏଥିରେ ପ୍ରଥମେ ରେଢ଼ାଖୋଲ ସହରର ମାହେଶ୍ୱରୀ କ୍ଲିନିକ୍ ଠାରୁ ଏକ ଭବ୍ୟ ଶୋଭାଯାତ୍ରାରେ ସଂଘର ସଦସ୍ୟ ମାନେ ଡିଜେ ବଜାଇ ସ୍ଳୋଗାନ ଦେଇ ପଦଯାତ୍ରା କରି ସନ୍ଥକବି ଭୀମଭୋଇ ଛକ ସ୍ଥିତ ଭୀମଭୋଇ ଙ୍କ ପ୍ରତିମୂର୍ତ୍ତି ଠାରେ ମାଲ୍ୟାର୍ପଣ ପୂର୍ବକ ଦୀପ ପ୍ରଜ୍ବଳନ କରାଯାଇଥିଲା। ତା ପରେ ଭବ୍ୟ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ଭୀମଭୋଇ କଲେଜ ଛକ ଠାରେ ଶୋଭାଯାତ୍ରା ଶେଷ ହୋଇଥିଲା। ଏଥିରେ ସଂଘର ଉପସଭାପତି ଧୀରେନ୍ଦ୍ର ସାମଲ, ସମ୍ପାଦକ କେଶବ ଚନ୍ଦ୍ର ମହାପାତ୍ର, ସହ ସମ୍ପାଦକ ରମଣୀ ବିଶ୍ଵାଳ, କୋଷାଧ୍ୟକ୍ଷ ବଶିଷ୍ଠ ବଞ୍ଜାନୀ, ଏନଏସି ସଭାପତି ନରେଶ ଦୀପ, ସନ୍ତୋଷ କୁମାର ମଲ୍ଲିକ ପ୍ରମୁଖ ସମେତ ବହୁ ସଂଖ୍ୟାରେ ସଂଘର ସଦସ୍ୟ ମାନେ ସାମିଲ ରହିଥିଲେ।
Recent Comments