logo
add image
ଡେରଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ମାଙ୍କ ନାମରେ ବୃକ୍ଷଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ଡେରଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ମାଙ୍କ ନାମରେ ବୃକ୍ଷଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

କଣିହାଁ/0୩/0୯/୨0୨୫/(ଆଧାର ମିଡ଼ିଆ/ରିପୋର୍ଟ ଟୁନା ସାହୁ)- ଅନୁଗୋଳ ଜିଲ୍ଲା କଣିହାଁବ୍ଲକ ଡେରଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟର ଇକୋକ୍ଳବ ପକ୍ଷରୁ ବୁଧବାର ପୂର୍ବାହ୍ନରେ ମାଙ୍କ ନାମରେ ବୃକ୍ଷଟିଏ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅନୁଗୋଳ ଜିଲ୍ଲା ବନଖଣ୍ଡ ଅଧିନସ୍ଥ କଣିହାଁ ବନାଞ୍ଚଳ ପକ୍ଷରୁ ଇକୋ କ୍ଳବକୁ ୭0ଟି ଫଳଚାରା ଓ ଔଷଧ ବୃକ୍ଷ ଯୋଗାଇ ଦିଆ ଯାଇଥିଲା,ଏଥିରେ ଆମ୍ବ,ପଣସ,ପିଜୁଳି,ନଡ଼ିଆ,ଓଉ,ଜାମ୍ବୁ କୋଳି,ଲେମ୍ବୁ,କମଳା, ଅଁଳା, ହରିଡ଼ା,ଏହିଭଳି ବିଭିନ୍ନ ପ୍ରକାର ଫଳଚାରା ଓ ଔଷଧ ବୃକ୍ଷ ରୋପଣ କରାଯାଇଥିଲା,କଣିହାଁ ବନାଞ୍ଚଳ ଡେରଙ୍ଗ ବିଟିର ଫରେଷ୍ଟ ଗାର୍ଡ କବିତାରାଣୀ ପ୍ରଧାନ,ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରିଥିଲେ l ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ଗଡ଼ନାୟକ ଏବଂ ଇକୋ କ୍ଳବର ଅଧକ୍ଷ ,ଶିକ୍ଷକ ଲମ୍ବୋଦର ନନ୍ଦୀ ସମେତ ଅନ୍ୟ ଶିକ୍ଷକ ଶିକୟିତ୍ରୀ ମାନେ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ,ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତରହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦାନ କରି ବୃକ୍ଷ ରୋପଣ କରିଥିଲେ, l

Recent Comments

Leave Comments

Top