logo
add image
କ୍ଷତିଗ୍ରସ୍ତ ମସୁଣୀ ହତା ଗ୍ରାମବାସୀଙ୍କ ବାରମ୍ବାର ଆନ୍ଦାଳନ-ଶୁଣୁନି ପ୍ରଶାସନ

କ୍ଷତିଗ୍ରସ୍ତ ମସୁଣୀ ହତା ଗ୍ରାମବାସୀଙ୍କ ବାରମ୍ବାର ଆନ୍ଦାଳନ-ଶୁଣୁନି ପ୍ରଶାସନ

କଣିହାଁ/0୩/0୯/୨0୨୫/(ଆଧାର ମିଡ଼ିଆ/ରିପୋର୍ଟ ଟୁନା ସାହୁ)- ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକସ୍ତ ଏନଟିପିସି ଜମିହରା କ୍ଷତିଗ୍ରସ୍ତ ମସୁଣୀ ହତା ଗ୍ରାମବାସି ବୁଧବାର ଏନଟିପିସି ଷ୍ଟେଜ ୧, ପାଉଁଶ ପୋଖରୀ କାର୍ଯ୍ୟ  ଏବଂ ପାଉଁଶ ଟ୍ରାନପଟିଙ୍ଗଙ୍କୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହିତ ଆନ୍ଦୋଳନକୁ ଓଲାହି ଥିବା ଜଣାପଡିଛି l ଅଗଷ୍ଟ ମାସରେ ଏନଟିପିସି ବିରୋଧରେ ଆନ୍ଦୋଳନ କରିବା ସହିତ   ଗ୍ରାମ ବାସୀଙ୍କ ମଧ୍ୟରେ ଏକ ତ୍ରିପକ୍ଷୀକ ବୈଠକ ଉପ ଜିଲ୍ଲାପାଳ ତାଳଚେରଙ୍କୁ ଠାରେ ଗ୍ରାମବାସି ଏନଟିପିସି ଏବଂ ପ୍ରଶାସନଙ୍କ ମଧ୍ୟରେ ଗୁରୁତ୍ୱ ପୂର୍ଣ୍ଣ ସମିଧନୀ ବୈଠକ ଅନୁଷ୍ଠିତ ହୋଇଥିଲା, ଏଥିରେ ବିଭିନ୍ନ ଦାବୀ ଗୁଡିକ ଆଲୋଚନା ହୋଇଥିଲା, ଏବଂ ଦୁଇମାସ ଭିତରେ ଦାବିଗୋଡି ଏନଟିପସି ଏବଂ ପ୍ରଶାସନ ମଧ୍ୟରେ ଆଲୋଚନା କରି ଗ୍ରାମ ବାସୀଙ୍କୁ ଜଣାଇଵା ସହିତ ଅଗଷ୍ଟ ୧ ରୁ ୧୫ ତାରିଖ ଭିତରେ ବୈଠକରେ ଆଲୋଚନା ପୂର୍ବକ ପ୍ରଥମେ ୧0 ଜଣଙ୍କୁ ଯୋଗ୍ୟତା ବିତିକ ଏନଟିପିସି ମେଣ୍ଟନାନ୍ସ ଠିକାସଂସ୍ଥାରେ ନିଯୁକ୍ତି ଦେବାସହିତ ପ୍ରତେକ ମାସରେ ୧0 ଜଣ କ୍ଷତିଗ୍ରସ୍ତ ଯୁବକ ଯୁବତୀ ନିଯୁକ୍ତି ପ୍ରଦାନ କରିବାକୁ ବୈଠକରେ ଗ୍ରାମ ବାସୀଙ୍କୁ ପ୍ରତି ଦେଇ ଥିବାବେଳେ ଏନଟିପିସି ଏବଂ ପ୍ରଶାସନ,ପ୍ରତି ସୃତିକୁ ପାଳନକୁ ଅଣଦେଖା କରିବାରୁ ପୁନର୍ବାର ଆଜି ମସୁଣୀହତା ଜମିହରା କ୍ଷତିଗ୍ରସ୍ତ  ଗ୍ରାମବାସି ଆନ୍ଦୋଳନକୁ ଓଲାହି ଛନ୍ତି ବୋଲି ଗ୍ରାମ ସଭାପତି ରଞ୍ଜନ କୁମାର ପାଣି ଗଣ ମାଧ୍ୟମକୁ ପ୍ରତିକ୍ରୟ ଦେଇଛନ୍ତି,
ଏଥିରେ ଏନଟିପିସି କର୍ତ୍ତୃପକ୍ଷ ଏବଂ ପ୍ରଶାସନିକ ଅଧିକାରୀ ଟାଳଟୋଳ ନିତି ଅବୋଲମ୍ବା କରୁଥିବାରୁ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ଯୋର ଦାର କରାଯିବ ବୋଲି କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ପକ୍ଷରୁ ପ୍ରକାଶ ,ଆନ୍ଦୋଳନରେ କଣିହାଁ ବ୍ଲକ ଅଧ୍ୟାକ୍ଷ,ଏବଂ ଉପାଧକ୍ଷା ଓ ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମେତ ଗ୍ରାମ ସଭାପତି  ସମ୍ପାଦକ ଇନ୍ଦ୍ରମଣୀ ସାହୁ,ଏବଂ ଗ୍ରାମର ଅନେକ ପୁରୁଷ ଓ ମହିଳା ଆନ୍ଦୋଳନରେ ସାମିଲଥିଲେ l  ପ୍ରକାଶ ଥାଉକି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ କୌଣସି ସମାଧାନ ବୈଠକ ହୋଇନଥିଲା l

Recent Comments

Leave Comments

Top