କାକଟପୁର/ ୪ /୯/୨୦୨୫/(ଆଧାର ମିଡ଼ିଆ//ତୁଷାର ଦୀକ୍ଷିତ ) ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୨୦୨୪ -୨୦୨୫ଶିକ୍ଷାବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଘୋଷଣା କରାଯାଇଛି l ଏହି ଶିକ୍ଷା ପୁରସ୍କାର ସମଗ୍ର ପୁରୀଜିଲ୍ଲାର ୧୧ ବ୍ଲକ ରେ ମୋଟ ୩୩ ଜଣ ଶିକ୍ଷକ ପାଇବାପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି l ଉକ୍ତ ପୁରସ୍କାର କାକଟପୁର ପିଏମ ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରତାପଚନ୍ଦ୍ର ରାଉତ ଏବଂ ଏଲିମେଣ୍ଟାରୀ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ସ୍ୱାଇଁ ମନୋନୀତ ହୋଇଥିବା ବେଳେ ବଟେଶ୍ୱର ଉଚ୍ଚ ବିଦ୍ୟାଳର ଶ୍ରୁତି ସ୍ମୃତି ସାହୁ ମନୋନୀତ ହୋଇଛନ୍ତି l ଏହି ୩ ଜଣ ଆସନ୍ତାକାଲି ପୁରୀ ଜିଲ୍ଲାପାଙ୍କ ସଦଭାବନା ଗୃହରେ ଜିଲ୍ଲାପାଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ଶିକ୍ଷା ସମ୍ମାନରେ ସମ୍ମାନୀତ ହେବେ l
ଏଥିପାଇଁ ପୁରୀଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଚିଠି ସଂଖ୍ୟା ୭୩୩୯ ରେ ସମ୍ପୃକ୍ତ ବିଦ୍ୟାଳୟ ଗୁଡିକୁ ଜଣାଇଦିଆଯାଉଛି l ଶିକ୍ଷକ ପ୍ରତାପ ରାଉତ ଜଣେ ଦକ୍ଷ ଗଣିତ ଶିକ୍ଷକ ଭାବେ ପରିଗଣିତ ହେଉଥିବାବେଳେ ସ୍କୁଲର ବିଭିନ୍ନ କାର୍ଯ୍ୟକ୍ରମରେ ନିଜକୁ ଜଡିତ ରଖି ବେଶ ସୁନାମ ଅର୍ଜନ କରିଛନ୍ତି l ସେହିପରି ପ୍ରିୟଦର୍ଶିନୀ ସ୍ୱାଇଁ ଜଣେ ଉତ୍ତମ ଶିକ୍ଷୟିତ୍ରୀ ଭାବେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ ଓ ବିଭିନ୍ନ କାର୍ଯ୍ୟକ୍ରମ କରି ପାଠପଢା ପ୍ରତି ପିଲାମାନଙ୍କୁ ଆକୃଷ୍ଟ କରିବାରେ ସେ ସିଦ୍ଧହସ୍ତ ହେବା ସହିତ ସାଧାରଣ ରେ ପ୍ରଶଂସା ସାଉଁଟିଥିବା ଜଣାପଡିଛି
Recent Comments