ପିପିଲି/୫/୯/୨୦୨୫/(ଆଧାର ମିଡ଼ିଆ ) ପିପିଲି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ବଳଙ୍ଗା ଥାନା ଅଞ୍ଚଳରେ ଏକ ପରିବାରକୁ ଦୀର୍ଘଦିନ ଧରି ବାସନ୍ଦ କରାଯାଇଛି.ବାସନ୍ଦ ପରେ ତାଙ୍କଘର ଚତୁର୍ପାଶ୍ୱରେ କଣ୍ଟା ତାରବାଡ଼ କରିବା ଏବଂ ନାନାଦି ପ୍ରକାର ଗାଳି ଗୁଲଜ ସହ ମରଣାନ୍ତକ ଧମକ ଦେବାରୁ ଥାନାରେ ଅଭିଯୋଗ ହୋଇଛି. ପୋଲିସ ଅଭିଯୋଗ ପାଇ ମାମଲା ଆଗତ କରିଛି ଅଭିଯୋଗ କାରିଣୀ କନକଲତା ସାହୁ(୪୬) ଅଭିଯୋଗରୁ ଜଣା ପଡିଛି. ପଦ୍ମପୁର ଗ୍ରାମରେ ମଠର ସମ୍ପତି ଥିବାରୁ ଆଜକୁ ୩ ପିଢୀହେବ ମଠର କିଛି ଜାଗାରେ ଅଭିଯୋଗ କାରିଣୀଙ୍କ ପରିବାର ବସ ବାସ କରି ଚଳାଚଳ କରି ଆସୁଛନ୍ତି । ଉକ୍ତ ଗ୍ରାମର ଲୋକମାନେ ଏହାକୁ ସହି ସବୁବେଳ କଳି ଝଗଡା କରି ଆସୁଛନ୍ତି । ଚା-୨୩.୦୭.୨୫ ରିଖ ଦିବା ୧୨ ଘ.ସମୟରେ ଗ୍ରାମର ଶୋବନୀ ବାରିକ,ରବି ଭୋଇ,ଭୀମ ସେଠୀ ଚାର ବାଡ କରୁଛବୋଲି ପଚାରିବାରୁ ସେମାନେ ଧମକ ଦେଇଥିଲେ.ଏହା ପୂର୍ବରୁ ପରିବାରକୁ ଗ୍ରାମରୁ ଏକଘରିଆ କରି ନିଆଁପାଣି ବାସନ୍ଦକରି ରଖୁଛନ୍ତି ବୋଲି ଅଭିଯୋଗରେ ଦର୍ଶାଇ ଛନ୍ତି
Recent Comments