logo
add image
ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନାରେ ଗୁରୁଦିବସ ପାଳିତ

ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନାରେ ଗୁରୁଦିବସ ପାଳିତ

ପଦମପୁର/୦୫/୦୯/୨୦୨୫/(ଆଧାର ମିଡିଆ// ଦିଲେଶ୍ଵର ବାଗ): ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ଗୁରୁଦିବସ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀ ପ୍ରମୋଦ ନାଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ପୂର୍ବତନ ଇଂରାଜୀ ଶିକ୍ଷକ ଶ୍ରୀ ଟିକେଲାଲ ସାହୁ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଡ ସର୍ବପଲ୍ଲୀ ରାଧା କ୍ରିଷ୍ଣନଙ୍କ ବିଷୟରେ ବିଶଦ ଭାବରେ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ। ଏହି ସଭାରେ ପରିଚାଳନା କମିଟିର ସଦସ୍ୟ ଶ୍ରୀ ରଣଜିତ ବୁଡେକ୍, ଅତିଥି ଶିକ୍ଷକ ଶ୍ରୀ ଅକ୍ଷୟ କୁମାର ବେହେରା, ଶିକ୍ଷୟତ୍ରୀ ଶ୍ରୀମତୀ ଚଞ୍ଚଳା ସାହୁ, ଶ୍ରୀ ଯତୀନ୍ଦ୍ର ଦୀପ ପ୍ରମୁଖ ଗୁରୁ ଦିବସର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ପରିଶେଷରେ ଖେଳଶିକ୍ଷକ ଶ୍ରୀ ବୁଲୁ ମଲ୍ଲିକ ଧନ୍ୟବାଦ୍ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟରେ ଶ୍ରୀ ସୁରେଶ ପଟେଲ ସହଯୋଗ କରିଥିଲେ।

Recent Comments

Leave Comments

Top