କାକଟପୁର/୬ / ୯ /୨୦୨୫/(ଆଧାର ମିଡ଼ିଆ// ତୁଷାର ଦୀକ୍ଷିତ)-କାକଟପୁର ବ୍ଳକ ଅଧିନସ୍ଥ ପାଟସୁନ୍ଦରପୁର ଗ୍ରାମପଞ୍ଚାୟତ ମହାଦେବବସ୍ତ ଗ୍ରାମର ବିଶିଷ୍ଟ ଠିକାଦାର ତଥା ଈଶ୍ବରନୁରାଗି ଧର୍ମପରାୟଣ ବ୍ୟକ୍ତି ରମେଶ ଚନ୍ଦ୍ର ଦଳାଇ ( ୫୨ ) ଙ୍କର ଆକସ୍ମିକ ହୃଦଘାତରେ ପରଲୋକ ହୋଇଯାଇଛି l ଠିକାଦାର ସ୍ୱର୍ଗତ ଦଳାଇ ମହାଦେବବସ୍ତ ଗ୍ରାମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଭାଗବତ ସପ୍ତାହ ପାଳନ ଉପଲକ୍ଷେ କମିଟିର କିଛି ମେମ୍ବର ମାନଙ୍କୁ ସାଥିରେ ଧରି ନାଉଗାଁ ଅଞ୍ଚଳରେ ଥିବା ଜନୈକ ବାବାଙ୍କୁ ନିମତ୍ରଣ କରିବାକୁ ଯାଇଥିଲେ l ମାତ୍ର ବାଟରେ ରମେଶଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କ ସାଥିରେ ଯାଇଥିବା ବ୍ୟକ୍ତି ମାନେ ପ୍ରଥମେ ଚିକିତ୍ସା ନିମନ୍ତେ ନାଉଗାଁ ମେଡିକାଲକୁ ନେଇଥିଲେ l ମାତ୍ର ସ୍ୱାସ୍ଥ୍ୟ ଅବସ୍ଥା ବେଳକୁ ବେଳ ଗୁରୁତର ହେବାରୁ ଅଧିକ ଚିକିତ୍ସା ନିମନ୍ତେ ଆମ୍ବୁଲାନ୍ସ ଯୋଗେ ଚାରିଛକ ମେଡିକାଲକୁ ନେବା ସମୟରେ ବାଟରେ ମୃତ୍ୟୁ ହୋଇଯାଇଥିଲା l ସ୍ବର୍ଗତ ଦଳାଇଙ୍କ ମୃତ୍ୟୁରେ କାକଟପୁର ଠିକାଦାର ସଙ୍ଘପକ୍ଷରୁ ଗଭୀର ଶୋକବ୍ୟକ୍ତ କରାଯିବା ସହ ଠିକାଦାର ସମ୍ପଦ ସ୍ୱାଇଁ , ରଶ୍ମିରଞ୍ଜନ ସାହୁ ,ନିରଞ୍ଜନ ବିଶ୍ୱାଳ ,ଜିତେନ୍ଦ୍ରିୟ ନାୟକ ,ସୁଚିତ୍ର ରାଉତ ,ବିଷ୍ଣୁ ସେନାପତି ,ମନୋରଞ୍ଜନ ନାୟକ ,ଅଜୟ ମହାରଣା ପ୍ରମୁଖ ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି l ଗ୍ରାମ ଶଶ୍ମାନରେ ସ୍ବର୍ଗତ ଦଳାଇଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ଏକମାତ୍ର ପୁତ୍ର ବୈକୁଣ୍ଠ ମୁଖାଗ୍ନି ଦେଇଥିଲେ
Recent Comments