logo
add image
ସମଲ ବଲାଙ୍ଗୀଠାରେ ବୃହତ ପାନୀୟଜଳ ପ୍ରକଳ୍ପ ଉଦ୍‌ଘାଟନୀ ଉତ୍ସବ

ସମଲ ବଲାଙ୍ଗୀଠାରେ ବୃହତ ପାନୀୟଜଳ ପ୍ରକଳ୍ପ ଉଦ୍‌ଘାଟନୀ ଉତ୍ସବ

କଣିହାଁ/0୬ /0୯/୨0୨୫/ (ଆଧାର ମିଡ଼ିଆ //ରିପୋର୍ଟ ଟୁନା ସାହୁ)-ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ହରିହରପୁର ପଂଚାୟତ ଅନ୍ତର୍ଗତ ବଲାଙ୍ଗୀଠାରେ ନିର୍ମିତ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଶନିବାର ଉଦ୍‌ଘାଟିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ଓଡିଶା ସରକାରଙ୍କ ପଂଚାୟତରାଜ, ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ କ୍ୟାବିନେଟ୍ ମନ୍ତ୍ରୀ ରବିନାରାୟଣ ନାଏକ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହି ମେଗା ପ୍ରକଳ୍ପକୁ ଉଦ୍‌ଘାଟିତ କରିଥିଲେ । ପାଳଲହଡା ବିଧାୟକ ଅଶୋକ ମହାନ୍ତି, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ,ଛେଣ୍ଡିପଦା ବିଧାୟକ ଅଗସ୍ତୀ ବେହେରା, ଅନୁଗୁଳ ଜିଲ୍ଲାପାଳ ଅବଦ୍ଦଲ ମହମ୍ମଦ ଅଖତାର, ତାଳଚେର ଉପଜିଲ୍ଲାପାଳ ସମୀର ଜେନା,କଣିହାଁ ବ୍ଲକ୍ ଅଧକ୍ଷ ରାମକୃଷ୍ଣ ପ୍ରଧାନ,୯ନମ୍ବର ଜୋନ୍ ଜିଲ୍ଲାପରିଷଦ ସଭ୍ୟ ରଂଜନ କୁମାର ସାହୁ, ବ୍ଲକ ଉପାଧକ୍ଷ ଜୟନ୍ତୀ ପ୍ରଧାନ,ସମଲ ସରପଂଚ ଜିତେନ୍ଦ୍ର କୁମାର ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।
ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଦେବଦତ୍ତ ମହାନ୍ତ ସଭାପତ୍ୱ କରିଥିବା ବେଳେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ମୁଖ୍ୟଯନ୍ତ୍ରୀ ସୈାରଭ ଦୀକ୍ଷିତ୍ ଧନ୍ୟବାଦ୍ ଅର୍ପଣ କରିଥିଲେ । ଗ୍ରାମ୍ୟ ପାନୀୟ ଜଳ ବିଭାଗ ଏସ୍‌.ଡି.ଓ ସରୋଜ କୁମାର ପ୍ରଧାନ ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଏହି ପ୍ରକଳ୍ପ ପାଇଁ ପାଣିର ଉତ୍ସ ବ୍ରାହ୍ମଣୀ ନଦୀର ସମଲ ବ୍ୟାରେଜ୍ ବଲାଙ୍ଗୀ ଜଙ୍ଗଲ ନଦୀ ପଠାରେ  ନିର୍ମୀଣ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି । ଅନୁଗୁଳ ଜିଲ୍ଲା ଆର୍ ଡବ୍ଲୁ ଏସ୍ ଏସ୍ ବିଭାଗ ଜରୀଆରେ ଏହି ପ୍ରକଳ୍ପ ନିର୍ମାଣ କାମ ଏନ୍ ସିସି ଲିମିଟେଡ୍ ନାମକ ଏକ ଠିକାସଂସ୍ଥା କାମ କରିଛି ।  ୭୦୧କୋଟି୮୬ଲକ୍ଷ୧୭ହଜାର୫ସ ହ ବ୍ୟୟ ବରାଦ୍ ରେ ଖଣିଜ ପାଣ୍ଠିରୁ ବିନିଯୋଗ ହୋଇଥିବା ଜଣାପଡିଛି ।ଅନୁଗୋଳ ଜିଲ୍ଲାର କଣିହାଁ, ଛେଣ୍ଡିପଦା, ତାଳଚେର ଓ ବଅଁରପାଳ ବ୍ଲକ୍ ର ୩୪ଗ୍ରାମପଂଚାୟତ ଅଧିନରେ ଥିବା ୧୭୨ଗ୍ରାମ ର ଅଧିବାସୀ ଉପକୃତ ହେବେ । ମୋଟ୍ ୧ଲକ୍ଷ୮୭ହଜାର୪୮୫ଲୋକ ସୁରକ୍ଷିତ ଓ ସ୍ଥାୟୀ ଶୁଦ୍ଧ ପାନୀୟଜଳ ଯୋଗାଣରେ ଲୋକ ଉପକୃତ ହେବେ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ । ସେହିପରି ପଂଚାୟତ ରାଜ,ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ନାଏକଙ୍କ ଦ୍ୱାରା ସମଲ ବ୍ୟାରେଜ୍ କଲୋନୀ ଠାରେ ଏକ କଲ୍ୟାଣମଣ୍ଡପର ଶିଳାନ୍ୟାଶ କରାଯାଇଥିଲା ।

Recent Comments

Leave Comments

Top