logo
add image
କଣିହାଁ ପ୍ରଜାମଣ୍ଡଳର ୮୮ତମ ଜନ୍ମଜୟନ୍ତୀ ଉତ୍ସବ ପାଳିତ

କଣିହାଁ ପ୍ରଜାମଣ୍ଡଳର ୮୮ତମ ଜନ୍ମଜୟନ୍ତୀ ଉତ୍ସବ ପାଳିତ

କଣିହାଁ/୦୭/0୯/୨0୨୫/(ଆଧାର ମିଡ଼ିଆ/ରିପୋର୍ଟ ଟୁନା ସାହୁ)-ଅନୁଗୋଳ ଜିଲ୍ଲା ତାଳଚେର ସ୍ୱାଧୀନତା ସଂଗ୍ରାମୀ ମେମୋରି ଆଲ୍ ଟ୍ରଷ୍ଟ୍‌ କଣିହାଁ ପକ୍ଷରୁ ୮୮ତମ ପ୍ରଜାମଣ୍ଡଳ ଜନ୍ମଜୟନ୍ତୀ ଉତ୍ସବ ଶନିବାର ମହାସମାରୋହରେ ପାଳିତ ହୋଇଯାଇଛି । ପାଳଲହଡା ବିଧାୟକ ଅଶୋକ ମହାନ୍ତିଙ୍କ ଅଧକ୍ଷତାରେ ଅୟୋଜିତ ଜନ୍ମଜୟନ୍ତୀ ମହାସମାରୋହ ଉତ୍ସବରେ ମୂଖ୍ୟଅତିଥୀ ଭାବରେ ଓଡିଶା ସରକାରଙ୍କ ପଂଚାୟତରାଜ ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାଏକ, ମୁଖ୍ୟବକ୍ତା ଭାବରେ ଡକ୍ଟର ଧରଣୀଧର ନାଥ ଏବଂ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ,ଛେଣ୍ଡିପଦା ବିଧାୟକ ଅଗସ୍ତୀ ବେହେରା, ପାଲଳହଡା ବିଧାୟକ ଶ୍ରୀ ମହାନ୍ତି,ବର୍ଷୀୟାନ ସ୍ୱାଧିନତା ସଂଗ୍ରାମୀ ବଂଶୀଧର ପ୍ରଧାନ, ଜିଲ୍ଲାପାଳ ଅବଦ୍ଦାଲ ଏମ୍‌. ଅକ୍ତର, ତାଳଚେର ଉପଜିଲ୍ଲାପାଳ ସମୀର ଜେନା, ଏନଟିପିସି କଣିହାଁ କାର୍ଯ୍ୟନିର୍ବାହୀ ନିର୍ଦେଶକ କେ.ନରସୀମା ରେଡ୍ଡି, କଣିହାଁ ମହାପ୍ରବନ୍ଧକ ଦୀନେସ୍ ମାଲି ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ । ରାଜା ଶାଶନବାଘ ଠାରୁ ଆହୁରୀ ହିଂସ୍ର ଅତ୍ୟାଚାରୀ ଓ ଘାତକ ଥିଲାବୋଲି ମୁଖ୍ୟବକ୍ତା ଶ୍ରୀନାଥ ତାଙ୍କ ବକ୍ତବ୍ୟରେ କହିଥିଲେ । 
କଣିହାଁ ପବିତ୍ର ମୋହନ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅତିଥୀମାନଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ସଂଗୀତ ଗାନ କରାଯାଇ ଥିଲା । ମଂଚାସୀନ ଅତିଥୀ ମାନଙ୍କ ପକ୍ଷରୁ ପ୍ରଦୀପ ପ୍ର୍‌ଜ୍ଜ୍ୱଳନ ପରେ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ଟ୍ରଷ୍ଟପକ୍ଷରୁ ସମସ୍ତ ଅତିଥିମାନଙ୍କୁ ମଂଚକୁ ସ୍ୱାଗତ କରାଯାଇ ପୁଷ୍ପ ଗୁଚ୍ଛ, ଉତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ପାଳଲହଡା ବିଧାୟକ ଶ୍ରୀ ମହାନ୍ତି ସ୍ୱାଗତ ଭାଷଣ,ସହିତ ଅତିଥି ପରିଚୟ ଓ ଧନ୍ୟବାଦ୍ ପ୍ରଦାନ କରିଥିଲେ । ସ୍ୱର୍ଗତ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ, ଦିବଂଗତ ସ୍ୱାଧୀନତା ସଂଗ୍ରାମୀ ଓ ଟ୍ରଷ୍ଟ ସଦସ୍ୟ ତଥା ଦିଂବଗତ ସାମ୍ବାଦିକ ସଚ୍ଚିଦାନନ୍ଦ ପ୍ରଧାନଙ୍କ ବିୟୋଗ ଏବଂ ଦେଶ ମାତୃକା ପାଇଁ ବଳୀଦାନ ଦେଇଥିବା ସହୀଦ୍ ଯବାନଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ସଭାସ୍ଥଳରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।
ଏହାପରେ  ଅତିଥୀ ମାନଙ୍କ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀ ଓ ଅନୁଗୁଳ ଜିଲ୍ଲାର ସହୀଦ୍ ବୀର ଯବାନଙ୍କ ପରିବାର ସଦସ୍ୟଙ୍କୁ ସମ୍ମାନିତ କରାଯିବା ସହିତ ଟ୍ରଷ୍ଟି ପକ୍ଷରୁ ଚଳିତବର୍ଷର ପ୍ରକାଶିତ ‘ଆମେ ସଂଗ୍ରାମୀ’ପୁସ୍ତକ ଉନ୍ମୋଚନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରାରମ୍ଭରେ ଆମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ଏନ୍‌ଟିପିସ୍ ବାଇପାସ୍ ଛକ ଓ ବ୍ଲକ୍ ସହୀଦ୍ ସ୍ମୃତିସ୍ତମ୍ଭ, କଣିହାଁସ୍ଥ ଉତ୍କଳମଣି ଗୋପବନ୍ଧୁ ଦାସ, ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନ ଓ ପ୍ରଜାମଣ୍ଡଳ ପରିସରରେ ଥିବା ମହାତ୍ମା ଗାନ୍ଧୀଜୀଙ୍କର ପ୍ରତିମୂ ରେ ମାଲ୍ୟାର୍ପଣ କରାଯାଇଥିଲା । 
ମହାନ୍ ବିପ୍ଳବୀ ସ୍ୱର୍ଗତ ପବିତ୍ରମୋହନ ପ୍ରଧାନଙ୍କ ନେତୃତ୍ୱରେ ୧୯୩୮ ମସିହା ସେପ୍ଟେମ୍ବର ୬ତାରିଖ ଦିନ ବ୍ରିଟିଶ ଶାସନ ଲୁପ୍ତ କରି ସ୍ୱାଧୀନତାର ମହତ ଉଦ୍ଦେଶ୍ୟ ନେଇ ମା’ ରାମଚଣ୍ଡୀ ଙ୍କ ମାଟି କୋଶଳା ଠାରେ ଗଠିତ ହୋଇଥିଲା ଇତିହାସ ପ୍ରସିଦ୍ଧ ‘ତାଳଚେର ପ୍ରଜାମଣ୍ଡଳ’ ମୂଳ ଦୁଆ। ଅନେକ ସ୍ୱାଧୀନତା ସଂଗ୍ରାମୀ ଏହି ସଂଗଠନରେ ସାମିଲ୍ ହୋଇ ବ୍ରିଟିଶ ଓ ରାଜତନ୍ତ୍ର ବିରୋଧରେ ଲଢେଇ କରି ପ୍ରଜାମାନଙ୍କୁ ଅନ୍ଧାରୀ ଶାସନରୁ ମୁକ୍ତ କରିଥିଲେ । ସେହି ମହାନ୍ ସଂଗ୍ରାମୀମାନଙ୍କ ବଳୀଦାନକୁ ସଦାସର୍ବଦା ଉଦ୍‌ଜୀବିତ କରିବା ଉଦ୍ଦେଶ୍ୟରେ ସ୍ୱାଧିନତା ସଂଗ୍ରାମୀ ସ୍ମାରକୀ ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଜୀବିତ ସଂଗ୍ରାମୀମାନଙ୍କୁ ସମ୍ମାନୀତ କରାଯାଇଥାଏ ।
ସହୀଦ୍ ପରିବାରର ୩୦ଜଣ, ଏବଂ ୨୨ଜଣ ସ୍ୱାଧୀନତା ସଂଗ୍ରାମୀ, ୧୮ଜଣ ସହୀଦ୍ ସଂଗ୍ରାମୀ ଓ ୫ଜଣ ପଂଚଶଖା ପରିବାର ବୀର ଦାୟଦ ମାନଙ୍କୁ ଛତା, ବସ୍ତ୍ର, ଲୁଗା, ଟର୍ଚ୍ଚ, ସାଲ ଦେଇ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । 
 ଏହି ଅବସରରେ କଣିହାଁ ଓ ଛେଣ୍ଡିପଦା ବ୍ଲକସ୍ଥ ବିଭିନ୍ନ ଶିକ୍ଷାନୁଷ୍ଠାନର କୃତୀ ଛାତ୍ରଛାତ୍ରୀଙ୍କୁ ନେଇ ପୂର୍ବରୁ ଆୟୋଜିତ ସଂଗୀତ, ରଚନା, ଭାଷଣରେ କୃତୀ ପ୍ରତିଭା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏନଟିପିସି କଣିହାଁ ପ୍ରକଳ୍ପ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏମସିଏଲ, ଜେଏସ୍‌ପିଏଲ, ଜେଆଇପିଏଲ ତଥା କଣିହାଁ ଅଞ୍ଚଳର ବଦାନ୍ୟ ବ୍ୟକ୍ତିଙ୍କ ଆର୍ଥିକ ସାହାଯ୍ୟ ସହଯୋଗରେ,ପ୍ରତିବର୍ଷ ଏଭଳି କାର୍ଯ୍ୟକ୍ରମ ଯାରୀ ରହିଛି ବୋଲି ଟ୍ରଷ୍ଟ ସଭାପତି ଙ୍କ ପକ୍ଷରୁ କପ୍ରକାଶ କରାଯାଇଛି ।ଏହି   ଉତ୍ସବରେ ପ୍ରଜା ମଣ୍ଡଳର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ l

 

Recent Comments

Leave Comments

Top