logo
add image
ୱିନର ବ୍ରାଇଟ ଫ୍ୟୁଚର ସ୍କୁଲରେ ଦାଦା ଦାଦୀ ଦିବସ ସମାରୋହ

ୱିନର ବ୍ରାଇଟ ଫ୍ୟୁଚର ସ୍କୁଲରେ ଦାଦା ଦାଦୀ ଦିବସ ସମାରୋହ

ପଦ୍ମପୁର/୭/୯/୨-୨୫/ (ଆଧାର ମିଡ଼ିଆ//ଡିଲେଶ୍ୱର ବାଗ): ରବିବାର ଦିନ ସକାଳ ୮ଟାରୁ ୱିନର ବ୍ରାଇଟ ଫ୍ୟୁଚର ସ୍କୁଲରେ ଦାଦା ଦାଦୀ ଦିବସ ପାଳିତ ହୋଇଯାଇଛି। ଏଥିରେ ସ୍କୁଲ ପିଲାମାନଙ୍କ ଦାଦା ଦାଦୀ ମାନେ ତାଙ୍କୁ ସାଙ୍ଗରେ ଆଣି ଉପସ୍ଥିତ ହୋଇଥିଲେ। ଫୁଲ ଚନ୍ଦନର ଟୀକା ଲଗାଇ ତାଙ୍କୁ ସ୍ବାଗତ କରାଯାଇଥିଲା। ପିଲାମାନେ ଅତି ସୁନ୍ଦର ଭାବରେ ନାଚ, ଗୀତ ଓ ନାଟକ ମାଧ୍ୟମରେ ଦାଦା ଦାଦୀ ଙ୍କ ମନକୁ ଜିତି ଥିଲେ। ତାଙ୍କ ଉପରେ ଅନେକ ଶିକ୍ଷଣୀୟ କଥା ମଧ୍ୟ କହିଥିଲେ। ଦାଦା ଦାଦୀ ଙ୍କ ମନକୁ ଜିତିଲା ପରି ଅନେକ ଖେଳ ତାଙ୍କ ସହିତ କରାଯାଇଥିଲା, ସେଥିରେ ବିଜେତା ବି ଘୋଷଣା କରାଯାଇଥିଲା। ଶେଷରେ ଦାଦା ଦାଦୀ ମାନେ ସମ୍ବଲପୁରୀ ଗୀତର ତାଳେ ତାଳେ ନୃତ୍ୟ ମଧ୍ୟ କରିଥିଲେ। ସ୍କୁଲର ଚେୟାର ମ୍ୟାନ ଶ୍ରୀଯୁକ୍ତ ଶ୍ରୀକାନ୍ତ ମିଶ୍ର, ଅଧ୍ୟକ୍ଷା ଶ୍ରୀମତୀ ଅପାଳି ଅପରାଜିତା ଦାସ,କୋର୍ଡିନେଟର ଶ୍ରୀମତୀ ନିବେଦିତା ଦାସ ଆଜିର ଏ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମାପନ କରିବା ପାଇଁ ସ୍କୁଲର ଶିକ୍ଷକ ଓ କର୍ମଚାରୀ ମାନେ ବିଶେଷ ଧ୍ୟାନ ଦେଇଥିଲେ।

Recent Comments

Leave Comments

Top