କାକଟପୁର/7/9/୨୦୨୫/(ଆଧାର ମିଡ଼ିଆ// ତୁଷାର ଦୀକ୍ଷିତ)-ରାଜ୍ୟ କୃଷିନୀତି ଉପରେ ରାଜ୍ୟ ସରକାରଙ୍କ ତରଫରୁ ଯୁବ ଗୋଷ୍ଠୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ଏବଂ ସହାୟତା ରାଶି ଘୋଷଣା କରିଛନ୍ତି.ଏହାକୁ କାର୍ଯ୍ୟ କ୍ଷମ କରିବା ଦିଗରେ ସରକାର ଚେଷ୍ଟିତ.ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କୃଷି ଉଦ୍ୟୋଗ ସ୍ଥାପନ କରି ୫୦ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ରିହାତି ଦେବାର ବନ୍ଦୋବସ୍ତ କରାଯିବାର ଵେବସ୍ତା ମଧ୍ୟରହିଛି ,ଆଜି ଏହି ପରିପ୍ରେକ୍ଷୀରେ କାକଟପୁର ଅନ୍ତର୍ଗତ ଶାରଳା ଆବାସିକ ମହାବିଦ୍ୟାଳୟରେ ଏକ ବର୍ଣାଢ ପରିବେଶରେ ଶାରଳା ମହାବିଦ୍ୟାଳୟର ପ୍ରତିଷ୍ଠାତା ଚିତ୍ତରଞ୍ଜନ ପରିଡା, ଜଗତସିଂହ ପୁର ସାଂସଦୀୟ କ୍ଷେତ୍ରର ସାଂସଦ ପ୍ରତିନଧି ସୁଦର୍ଶନ ସ୍ୱାଇଁ, ସ୍ୱାବଲମ୍ବୀ ଭାରତ ଅଭିଯାନ ପୁରୀର କାର୍ଯ୍ୟ କର୍ତ୍ତା ରାଜେଶ କୁମାର ଦାସ,ସୁବ୍ରତ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଯଥା କୁକୁଡ଼ା ଚାଷ, ଚିଙ୍ଗୁଡ଼ି, କଙ୍କଡା,ବରଫ କଳ ପ୍ରଭୁତି ମସ୍ଚ୍ୟ ଭିତ୍ତିକ ସମ୍ପଦ ଥିବାବେଳେ ପ୍ରାଣୀ ସମ୍ପଦ ଉପରେ ଅଣ୍ଡା,ଘୁଷୁରୀ ପାଳନ,ବତକ, ଦେଶୀ ମାଈ ବାଛୁରୀ,ପ୍ରତିଷ୍ଠିତ ଦେଶୀ ପ୍ରଜାତିର ମଇଁଷି ପାଳନ ଉଦ୍ୟାନ ଭିତ୍ତିକ ଉପରେ ଫୁଲଚାଷ, କାଜୁଚାଷ,କଦଳୀ ଅମୃତଭଣ୍ଡା,ସପୁରୀ, ନଡ଼ିଆ,ମହୁମାଛି ପାଳନ ଓ ବିଭିନ୍ନ ପନି ପାରିବା ଚାଷକରିବା ଉପରେ ହିତାଧିକାରୀ ମାନଙ୍କୁ ଆର୍ଥିକ ସହାୟତା ରାଶି ଯୋଗାଇ ଦେବାକୁ ସରକାରଙ୍କ ତରଫରୁ ଦିଆ ଯିବାର ଵେବସ୍ତା ମଧ୍ୟ କରାଯାଇଛି, ସରକାରଙ୍କ ନିର୍ଦେଶ ଓ ବ୍ୟାଙ୍କ ନିୟମାବଳୀ ଅନୁଯାୟୀ ହିତାଧିକାରୀ ମାନେ ଆବଶ୍ୟକୀୟ ଦସ୍ତାବିଜ ଦାଖଲ କରି ଏହାର ସୁବିଧା ପାଇ ପାରିବାର ଉପଲବ୍ଧ ରହିଛି, ଏହି ଆଲୋଚନାରେ ଅଂଶ ଗ୍ରହଣକରି ଯୁବ ବର୍ଗଙ୍କୁ ସନ୍ଦେଶ ଦେଇଛନ୍ତି ଅତିଥି ମାନେ,ଏହି ଆୟୋଜିତ ସଭାରେ ଛାତ୍ର, ଯୁବକ, ବୁଦ୍ଧିଜୀବୀ ମାନେ ସାମିଲ ହୋଇଥିଲେ,
Recent Comments