ବାଲିଗୁଡା/୦୮/୦୯/୨୦୨୫/(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ପୁଲିସ ପକ୍ଷରୁ ଆରମ୍ଭ ହୋଇଥିବା “ଅପରେସନ ପ୍ରହାର “ଅଭିଯାନରେ ବାଲିଗୁଡା ପୁଲିସକୁ ମିଳିଛି ଏକ ସଫଳତା । ଏ ନେଇ ସୋମବାର ବାଲିଗୁଡା ଏସଡିପିଓ ରମେନ୍ଦ୍ର ପ୍ରସାଦ ଓ ଥାନା ଅଧିକାରୀ ସମ୍ବିତସ୍ଵାଇଁ ଏକ ସାମ୍ବାଦିକ ସମ୍ବିଳନୀ କରି ସଫଳତାର ତଥ୍ୟ ରଖିଛନ୍ତି । ବାଲିଗୁଡା ପୁଲିସ ପକ୍ଷରୁ ଏସଆଇ ଭୋଳାନାଥ ପଣ୍ଡା ଓ ଏସଆଇ ସଞ୍ଜୟ କୁମାର ସ୍ଵାଇଁ ଭିନ୍ନ ଭିନ୍ନ ସ୍ଥାନରେ ପାଟ୍ରୋଲିଂ କରିବା ସମୟରେ ଦୁଇ ଜଣକୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୫ଟି ଦେଶୀବନ୍ଧୁକ ଓ ୪ ଟି କାଠସାମଗ୍ରୀ ସହ ୧୨୭ କେଜି ଗଞ୍ଜେଇ ଜବତ କରିଛନ୍ତି । ଏନେଇ ଦୁଇଟି ପୃଥକ ପୃଥକ ମାମଲାରେ କୋର୍ଟ ଚାଲାଣ କରାଯାଇଛି ।
ସୂଚନା ମୁତବକ ସେପ୍ଟେମ୍ବର ୭ ତାରିଖ ଦିନ ପୂର୍ବ ସୂଚନା ଅନୁଯାୟୀ ଏସଆଇ ଭୋଳାନାଥ ପଣ୍ଡା ପାଟ୍ରୋଲିଂ କରି ଯାଞ୍ଚ କରୁଥିବା ବେଳେ ତିଲୋରି ପଞ୍ଚାୟତର ଟକିମହା ଗ୍ରାମର ବଳିଆ ପ୍ରଧାନଙ୍କ ଠାରୁ ଦୁଇଟି ଦେଶୀ ହାତତିଆରି ବନ୍ଧୁକ ଜବତ କରିଥିଲେ । ତାଙ୍କଠାରୁ କୌଣସି ଲିଇସେନ୍ଶ ତାଙ୍କ ନିକଟରେ ରହିନଥିବା ଜାଣିଥିଲେ । ଏନେଇ ୨୭୪ /୨୫ ରେ ଏକ ମାମଲା ରୁଜୁ କରିଥିଲେ । ସେହିପରି ଏସଆଇ ସଞ୍ଜୟ କୁମାର ସ୍ଵାଇଁ ଗଞ୍ଜେଇ ନିରୀକ୍ଷଣ ପେଟ୍ରୋଲିଂ ସମୟରେ ତିଲୋରି ପଞ୍ଚାୟତର ଗ୍ଲୁଡ଼ା ଗ୍ରାମର ସୁଜନ ବିନ୍ଧାଣି ଏକ ନିଛାଟିଆ ସ୍ଥାନରେ ବନ୍ଧୁକଧରି ଗଞ୍ଜେଇ ପେକେଟକୁ ଜଗି ରହିଥିଲା । ଏତିକି ବେଳେ ପୁଲିସ ମାଡି ବସିଥିଲେ । ପଚରା ଉଚରା ପରେ ତା ନିକଟରୁ ମୋଟ ୩ଟି ଦେଶୀବନ୍ଧୁକ ୪ଟି କାଠ ବଟଷ୍ଟକ ସହ ୧୨୭ କେଜି ଗଞ୍ଜେଇ ଯାହାର ଆନୁମାନିକ ମୂଲ୍ୟ ୬ରୁ ୭ଲକ୍ଷ ଟଙ୍କା ହେବବୋଲି ଜଣାପଡିଛି ।
ଏ ଦୁହେଁ ନିଜ ଗାଁରେ ଦୀର୍ଘଦିନ ହେବ ଏଭଳି ଦେଶୀବନ୍ଧୁକ ତିଆରି କରି ଗଞ୍ଜେଇ ମାଫିଆ ସମେତ ବିଭିନ୍ନ ଅପରାଧିକ ମାମଲା ରେ ବ୍ୟବହାର କରୁଥିଲେ । ଗୋଟିଏ ଗୋଟିଏ ଦେଶୀ ବନ୍ଧୁକର ମୂଲ୍ୟ ୩୦ ରୁ ୪୦ ହଜାର ଟଙ୍କାରେ ବିକ୍ରି କରୁଥିଲେ । ଦୁଇ ଜଣକୁ ପୁଲିସ ଗିରଫ କରି ଅଧିକ ତଦନ୍ତ କରାଯାଉଥିବା ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ମାନଙ୍କୁ ମଧ୍ୟ ପୁଲିସ ଖୋଜୁ ଥିବା ବିଷୟ ଏସଡିପିଓ ରମେନ୍ଦ୍ର ପ୍ରସାଦ ପ୍ରକାଶ କରିଛନ୍ତି।
Recent Comments