logo
add image
ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମକୁ ଉଦ୍ଘାଟନ କଲେ ବିଧାୟକ ।

ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମକୁ ଉଦ୍ଘାଟନ କଲେ ବିଧାୟକ ।

ଖୋର୍ଦ୍ଧା/ବୋଲଗଡ଼/୦୮/୦୯/୨୦୨୫/(ଆଧାର ମିଡ଼ିଆ)-ସରକାର ବଦଳିବା ପରେ ପଲ୍ଲୀରୁ ପ୍ରଶାସନ ଭଳି କାର୍ଯ୍ୟକ୍ରମ ଜାରିରହିଛି। ସେହି କ୍ରମରେ ପ୍ରଥମେ ବୋଲଗଡ଼ ବ୍ଲକ ସଦର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରକାରଙ୍କ ନିର୍ଦେଶ କ୍ରମେ “ପଲ୍ଲୀରେ ପ୍ରଶାସନ” କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି।ଏହି ପ୍ରମୁଖ ଜନସ୍ୱାର୍ଥ କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ପଲ୍ଲୀରେ ପ୍ରଶାସନ ବିଶେଷ କରି ସମସ୍ତ ଗ୍ରାମଞ୍ଚଳକୁ ଯାଇ ସାଧାରଣ ଲୋକମାନଙ୍କୁ ସମସ୍ତ କ୍ଷେତ୍ରରେ ତ୍ୱରିତ ସେବା ଯୋଗାଇଦେବା ମୁଖ୍ୟ ଉଦେଶ୍ୟ ବୋଲି ବିଧାୟକ ଶ୍ରୀ ସାହୁ କହିଥିଲେ।ବୋଲଗଡ଼ ମଣ୍ଡଳ ଉନ୍ନୟନ ଅଧିକାରୀ ସୁମନ ସୁଧା କୁଣ୍ଡୁ ଓ ତହସିଲଦାର ବିଜୟ କୁମାର ସେଠୀ ଯୋଗଦେଇ ପ୍ରଶାସନ ପକ୍ଷରୁ ସାଧାରଣ ଜନତାକୁ ସମସ୍ତ ବିଭାଗ ସମ୍ପର୍କରେ ଜନ ସଚେତନତା କରିଥିଲେ।
ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପଞ୍ଚାୟତରାଜ ଅଧିକାରୀ ଶ୍ୟାମଳେନ୍ଦୁ ନାୟକ ଯୋଗଦେଇ ପଲ୍ଲୀରେ ପ୍ରଶାସନ ସାଧା ରଣ ଜନତା ମାନଙ୍କୁ କିପରି ସହାୟତା ପ୍ରଦାନ କରି ପାରିବ ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅତି ରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଡ଼ଃ.ରତିକାନ୍ତ ମିଶ୍ର ଓ ସରପଞ୍ଚ ଗୀତାଞ୍ଜଳି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମରେ ରାଜସ୍ୱ,ସ୍ୱାସ୍ଥ୍ୟ,ଭତ୍ତା,ଜଙ୍ଗଲ,ଜଳ ସେଚନ,ଶିକ୍ଷା,ପାନୀୟ ଜଳ ଓ ପରିମଳ,ମହିଳା ଓ ଶିଶୁ ବିକାଶ, ଉଦ୍ୟାନ ,କୃଷି,ଗୋ ସମ୍ପଦ ଚିକିତ୍ସା, କୌଶଳ ବିକାଶ,ଅର୍ଥ,ସାମାଜିକ ସୁରକ୍ଷା,ମତ୍ସ ଓ ପଶୁପାଳନ,ମିଶନ ଶକ୍ତି,ସିଏସସି ଓ ଆଧାର ବିଭାଗ ପ୍ରମୁଖ ଯୋଗଦେଇ ଥିଲେ।ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ୧ ଲକ୍ଷ ୫୫ ହଜାର ଟଙ୍କାର ଚେକ ବିଧାୟକ ଶ୍ରୀ ସାହୁ ହାର୍ଟ ସର୍ଜରୀ ହୋଇଥିବା ଖଙ୍ଗୁରିଆ ପଞ୍ଚାୟତ ହରିପୁର ଗ୍ରାମର ଗଦାଧର ସାହୁଙ୍କୁ ପ୍ରଦାନ କରିଥିଲେ।
ସେହିପରି ଭୂମିହୀନ ବ୍ୟକ୍ତି ବିଶେଷଙ୍କୁ ନୂତନ ପଟ୍ଟାପ୍ରାପ୍ତ ନିମନ୍ତେ ଦରଖାସ୍ତ ଆହ୍ୱାନ କରା ଯାଇଥିବା ବେଳେ ପ୍ରଶାସନର ନିର୍ଦେଶ କ୍ରମେ ୨ୟ ଖାନାପୁରୀ ଦ୍ଵାରା ସଂଶୋଧନ ହୋଇଥିବା ୧୪ଗୋଟି ନୂତନ ପଟ୍ଟା ବୋଲଗଡ଼ ରାଜସ୍ବ ନିରୀକ୍ଷକ ଦିଲ୍ଲୀପ କୁମାର ରାଉଳ ତ୍ୱରିତ ପ୍ରସ୍ତୁତ କରିବାରେ ସହାୟତା କରିଥିଲେ ଓ ତାହା ହିତାଧିକାରୀଙ୍କୁ ବଣ୍ଟନ କରାଯାଇଥିଲା।ସେହିପରି ଜାତି ପ୍ରମାଣପତ୍ର,ସ୍ଥାୟୀ ବାସିନ୍ଦା ଓ ଆୟ ପ୍ରମାଣ ପତ୍ର ଇତ୍ୟାଦି ତ୍ୱରିତ ସମାଧାନ କରାଯାଇ ହିତାଧିକାରୀଙ୍କୁ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି।ତେବେ ମାସର ପ୍ରତି ସୋମବାର ବ୍ଲକ ଅନ୍ତର୍ଗତ ୧୯ ଗୋଟି ପଞ୍ଚାୟତ କାର୍ଯ୍ୟାଳୟରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟ ଚାଲୁ ରହିବ ବୋଲି ବ୍ଲକ ପ୍ରଶାସନ ଠାରୁ ସୂଚନା ମିଳିଛି।

Recent Comments

Leave Comments

Top