ପିପିଲି/୮/୯/୨୦୨୫/(ଆଧାର ମିଡ଼ିଆ)-ପିପିଲି ବ୍ଳକ ପରିସର ସଭାଗୃହରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ବ୍ଳକ ବିଡ଼ିଓ ବିଡ଼ିଓ ସରୋଜ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ପୁରୀ ଉପଜିଲ୍ଲାପାଳ ରାଜକିଶୋର ଜେନା ଯୋଗଦେଇ ଜନସାଧାରଣଙ୍କ ୮୧ଟି ଅଭିଯୋଗ ଗ୍ରହଣ କରିଥିଲେ। ବିଶେଷ କରି ମହିଳା ମହାସଂଘ ଗଠନ କ୍ଷେତ୍ରରେ ନଜର ମଧ୍ୟକୁ ଆସୁ ଥିବା ବେଳେ ଏନେଇ ମହାସଂଘ ଓଡିଶା ହାଇକୋର୍ଟଙ୍କ ସ୍ୱାରସ୍ଥ ହୋଇଛନ୍ତି. ମାନ୍ୟବର କୋର୍ଟ ଏହି ମାମଲାକୁ ଆସନ୍ତା ୧୯ତାରିଖ ଦିନକୁ ଧାର୍ଯ୍ୟ ରଖିଛନ୍ତି ଏହାରି ମଧ୍ୟରେ ମହାସଂଘ ଗଠନପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ନେଇ ଆଜି ସମସ୍ତ ମହିଳା ମହାସଙ୍ଘ ଜନଶୁଣାଣୀରେ ଅଭିଯୋଗ ଦେଇଛନ୍ତି.
ଜିଲ୍ଲା ପ୍ରଶାସନ ଗୁରୁତ୍ୱ ନଦେବାରୁ ଉପସ୍ଥିତ ମହିଳାମାନେ ବିଭିନ୍ନ ପ୍ରକାର ନାରାବାଜି ଦେଇ ହୁଳହୁଳିରେ କମ୍ପନ କରିଥିଲେ. ଦୁର୍ନୀତି ଉପରେ ମହିଳାଙ୍କ ଅଭିଯୋଗ ଥିବାବେଳେ ପିପିଲି କଣ୍ଟି ପଞ୍ଚାୟତ ନିଜିଗଡକୁରୁଖିରେ କୋଟି କୋଟି ଟଙ୍କାର ଖଣି ଦୁର୍ନୀତି ଅଭିଯୋଗ ପ୍ରସଙ୍ଗ ଜୋର ଧରିଥିଲା। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ଉପଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ସେପଟେ ପିପିଲି ପୂର୍ତ୍ତବିଭାଗ ଉପରେ ମଧ୍ୟ ବର୍ଷିଥିବା ଜଣାପଡିଛି.କାର୍ଯ୍ୟକ୍ରମରେ ଏ ଡିଏମ ଶରତ କୁମାର ବେହେରା,ଅତିରିକ୍ତ ଏସ୍ପି ସଚ୍ଚିନପଟେଲ,ପିପିଲି ତହସିଲଦାର ,ପିପିଲି ଏସଡିପିଓ ,ବ୍ଲକ ଅଧ୍ୟକ୍ଷା ,ଜିଲ୍ଲାପରିଷଦ ସଭ୍ୟ ଧରଣୀଧର ସାହୁ ଯୋଗଦେଇଥିବା ବେଳେ ପ୍ରତ୍ୟେକ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ.
Recent Comments