logo
add image
ବଲାଣି ଏସବିଆଇ ଏଟିଏମର ଅବ୍ୟବସ୍ଥା ଯୋଗୁଁ ବଢୁଛି ଗ୍ରାହକଙ୍କ ଅସନ୍ତୋଷ l

ବଲାଣି ଏସବିଆଇ ଏଟିଏମର ଅବ୍ୟବସ୍ଥା ଯୋଗୁଁ ବଢୁଛି ଗ୍ରାହକଙ୍କ ଅସନ୍ତୋଷ l

ବଲାଣି/ବଡବିଲ/୮/୯/୨୫/(ଆଧାର ମିଡିଆ//ରିପୋର୍ଟ-ରାଜେନ୍ଦ୍ର ନନ୍ଦ) କେନ୍ଦୁଝର ଜିଲ୍ଲା ସୀମାନ୍ତ ଖଣିଅଞ୍ଚଳ ବଲାଣିସ୍ଥିତ ଏକ ମାତ୍ର ଷ୍ଟେଟବ୍ୟାଙ୍କ୍ ଅଫ ଇଣ୍ଡିଆ ଶାଖାରେ ଅବ୍ୟବସ୍ଥାକୁ ନେଇ ଉପଭୋକ୍ତା ମାନେ ଘୋର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି l ସୂଚନା ଯୋଗ୍ୟ - ଉପଭୋକ୍ତା ମାନଙ୍କ ସୁବିଧା ପାଇଁ ବ୍ୟାଙ୍କ୍ ଦ୍ଵାରା ବଲାଣିରେ ୨(ଦୁଇ) ଟି ଏଟିଏମ ଗୃହ ତିଆରି କରାଯାଇଛି l ଗୋଟିଏ ବ୍ୟାଙ୍କ୍ ପରିସରରେ ଏବଂ ଅନ୍ୟଟି ସେଲ ବଲାଣି ଲୌହଖଣି ମୁଖ୍ୟ ଫାଟକ ସମ୍ମୁଖରେ l କିନ୍ତୁ ବର୍ତ୍ତମାନ ଗତ ପାଞ୍ଚ ଦିନରୁ ଏଠାରେ ଟଙ୍କା ନଥିବାରୁ ଏହା ଅଚଳ ହୋଇପଡିଛି l
ଅନ୍ୟ ପକ୍ଷରେ ବ୍ୟାଙ୍କ୍ ପରିସରରେ ଥିବା ଏଟିଏମ ଗୃହ ପ୍ରାୟ ଦଶଦିନରୁ ସମ୍ପୂର୍ଣ୍ଣ ବନ୍ଦ ହୋଇପଡିଛି l କେଉଁଥିରେ ଟଙ୍କା ନାହିଁ ତ କେଉଁଥିରେ ମେସିନ ଯାନ୍ତ୍ରିକ ତ୍ରୁଟିଯୋଗୁଁ ଖରାପ ହୋଇପଡିଛି l କିନ୍ତୁ ବ୍ୟାଙ୍କ କର୍ତ୍ତୃପକ୍ଷ ଏହା ପ୍ରତି ଧ୍ୟାନ ଦେଉନାହାନ୍ତି l ଯାହା ଫଳରେ ଉପଭୋକ୍ତା ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ବରିଷ୍ଠ ନାଗରିକ ଓ ମହିଳା ମାନେ ଅସୁବିଧାର ସମ୍ମୁଖୀନ ତେବେ ଏ ନେଇ କିଛି ଉପଭୋକ୍ତା ବ୍ୟାଙ୍କ ନିକଟରେ ଅଭିଯୋଗ କରିଥିବା ନେଇ କହିଥିବା ବେଳେ ଏହାର ସମାଧାନ ପ୍ରତି ବ୍ୟାଙ୍କପକ୍ଷରୁ କୈଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି ।ଏ ସମ୍ବନ୍ଧରେ ବ୍ୟାଙ୍କ ପ୍ରବନ୍ଧକ ଲକ୍ଷ୍ମୀଧର ଟୁଡୁଙ୍କୁ ପଚାରିବାରୁ ଏଟିଏମ ମେସିନ ସିଷ୍ଟମ ଚେଞ୍ଜ ହୋଇଥିବା ଯୋଗୁଁ ଟଙ୍କା ଉଠାଣ ହୋଇପାରୁ ନାହିଁ ଏବଂ ନୂତନ ମେସିନ ସିଷ୍ଟମ ଲଗାଗଲେ ତାହା ସମ୍ପୂର୍ଣ୍ଣ କାର୍ଯ୍ୟ କରିବ ବୋଲି ସୂଚନା ଦେଇଥିଲେ l 
ହେଲେ ଏଠାରେ ଏକ ପ୍ରଶ୍ନବାଚୀ ସୃଷ୍ଟିହେଉଛି ଯେ ସିଷ୍ଟମ ଚେଞ୍ଜ କରିବା ନାଁରେ ପ୍ରକୃତରେ କେତେଦିନ ପର୍ଯ୍ୟନ୍ତ ଏଟିଏମରୁ ଟଙ୍କା ଉଠାଣ ବନ୍ଦ ରହିବ? ଏହା ବ୍ୟତୀତ ବ୍ୟାଙ୍କ୍ ଭିତରେ ଥିବା ସ୍ୱାଇପ ମେସିନ ମଧ୍ୟ ନେଟ ସର୍ବର୍ ଡାଉନ୍ ଯୋଗୁଁ ଭଲ ଭାବରେ ପ୍ରାୟ ସମୟ କାମ କରେନାହିଁ  l ଆଖ ପାଖ ବ୍ୟାଙ୍କରେ ସ୍ଵାଇପ ମେସିନ ବ୍ୟବହାର କରାଯାଉଥିବା ବେଳେ ବଲାଣି ଏସବିଆଇ ଶାଖାରେ ତାହା କାର୍ଯ୍ୟକ୍ଷମ କରାଯାଉ ନାହିଁ l ଅନ୍ୟ ପଟେ ଏଠାରେ ଟଙ୍କା ଜମାକରିବା ପାଇଁ ଏକ ମେସିନ ମଧ୍ୟ ସୁବିଧାଥିଲା l ତାହାମଧ୍ୟ ବନ୍ଦ କରିଦିଆ ଯାଇଛି l ଏ ଅଞ୍ଚଳରେ ଏକମାତ୍ର ଏସବିଆଇ ବ୍ୟାଙ୍କ୍ ଥିବାରୁ ଏଠିକାର ସେଲ କର୍ମଚାରୀ, ଠିକ ଶ୍ରମିକ ସହ ଦୁଇ ପଞ୍ଚାୟତବାସୀ ତଥା ଝାଡ଼ଖଣ୍ଡ ସୀମାବର୍ତ୍ତିର ଗ୍ରାମାଞ୍ଚଳର ଲୋକମାନଙ୍କ ବ୍ୟାଙ୍କଖାତା ଉକ୍ତ ବ୍ୟାଙ୍କରେ ଥିବା ଯୋଗୁଁ ଦୈନଦିନ କାର୍ଯ୍ୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଯଥାଶୀଘ୍ର ଏହାର ବ୍ୟବସ୍ଥା କରାଯାଇ ଉପଭୋକ୍ତାଙ୍କୁ ଉତ୍ତମ ଏଟିଏମ୍ ସେବା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି ।

Recent Comments

Leave Comments

Top