ପୁରୀ/୯/୯/୨୦୨୫/((ଆଧାର ମିଡ଼ିଆ)-ସ୍ନାଚକୋରୁର ଭେଷଜ ବିଜ୍ଞାନ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ସ୍ବରୂପ ଚଳିତ ବର୍ଷଠାରୁ ପୁରୀ ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ବି.ଏନ୍.ବି. (ପି.ଜି.) କୋର୍ସ ଆରମ ହୋଇଛି ।୨୦୨୫ ରୁ୨୯ ଶିକ୍ଷାବର୍ଷ ପର୍ଯ୍ୟନ୍ତ ମେଡିସିନ୍ ବିଭାଗରେ ୪ଟି ସର୍ଜରୀରେ ୪ଟି, ଗାଏନାକୋଲୋଜିରେ ୩ଟି, ପେଡିଆଟ୍ରିକରେ ୪ଟି, ଅପଆଲ ମୋଲୋଜିରେ ୩ଟି, ଆନେକ୍ସେସିଓଲୋଜିରେ ୫ଟି ଏବଂ ରେସିରେଟୋଲି ମେଡିସିନ୍ ରେ ୨ଟି ଏହିପରି ସାତଟି ପ୍ରମୁଖ ବିଭାଗରେ ମୋଟ ୨୫ଟି ସିଟ୍ ପାଇଁ ଆୟୁର୍ବିଜ୍ଞାନ ରାଷ୍ଟ୍ରୀୟ ପରୀକ୍ଷା ବୋର୍ଡ଼ ସ୍ବୀକୃତି ପ୍ରଦାନ କରିଛନ୍ତି । ଚନ୍ମଧ୍ୟରୁ ୫୦ ପ୍ରତିଶତ ସିଟ୍ ସର୍ବଭାରତୀୟ ଛାତ୍ରଛାତ୍ରୀ ଓ ୫୦ ପ୍ରତିଶତ ସିଟ୍ ଓଡ଼ିଶାର ଛାତ୍ରଛାତ୍ରୀ ଚାକିରିଆ)ଙ୍କ ପାଇଁ ସଂରକ୍ଷିତ ରହିଛି । ଚଳିତବର୍ଷ ଠାରୁ ଏମ୍.ବି.ବି.ଏସ୍ ପାସ କରିଥିବା ଛାତ୍ରଛାତ୍ରୀମାନେ ଏହି ପାଠ୍ୟକ୍ରମରେ ନାମଲେଖାଇ ପାରିବେ ।କି.ଏନ୍.ବି. ପାଠ୍ୟକ୍ରମ ଦ୍ୱାରା ଭେଷଜ ବିଜ୍ଞାନର ବିଭିନ୍ନ ବିଭାଗରେ ବିଶେଷଜ୍ଞ ଡାଇରମାନଙ୍କ ସଂଖ୍ୟା ବୃଦ୍ଧିସହ ରାଜ୍ୟରେ ଚିକିତ୍ସା ଭିତ୍ତିଭୂମିକୁ ସୁଦୃଢ଼ କରାଯାଇ ପାରିବ । ପୁରୀ ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଏହି ପାଠ୍ୟକ୍ରମ ଖୋଲିବା ଦ୍ବାରା ସ୍ଥାନୀୟ ଛାତ୍ରଛାତ୍ରୀଙ୍କୁ ଆଉ ବାହାର ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ ।
ଆଗ୍ରହୀ ଛାତ୍ରଛାତ୍ରୀମାନେ ଏବେ ନିଜ ରାଜ୍ୟରେ ଏହି କୋର୍ସ ଅଧ୍ୟୟନ କରିବାର ସୁଯୋଗ ପାଇପାରିବେ ।ଗତ କିଛି ମାସ ତଳେ ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପକ୍ଷରୁ ଏଥିପାଇଁ ଆବେଦନ କରାଯାଇଥିବା ବେଳେ ଆୟୁର୍ବିଜ୍ଞାନ ରାଷ୍ଟ୍ରୀୟ ପରୀକ୍ଷା ବୋର୍ଡ଼ର ବରିଷ୍ଠ ଅଧୁକାରୀମାନେ କଲେଜ ପରିଦର୍ଶନରେ ଆସି ଭିତ୍ତିଭୂମିର ଯାତ୍ରା କରି ସନ୍ତୋଷ ପ୍ରକାଶ କରିଥିଲେ । ଚର୍ ପରେ ଆନୁଷ୍ଠାନିକ ଭାବେ ଏହି ସ୍ବୀକୃତି ପ୍ରଦାନ କରାଯାଇଥିଲା । ସର୍ଜରୀ ବିଭାଗର ଆସୋସିଏଟ ପ୍ରଫେସର ଢା. ସ୍ବରୂପାନନ୍ଦ ମଲ୍ଲିକ ନୋଡାଲ ଅଫିସର ଭାବେ ଏହି ଯାଞ୍ଜି ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଇଥିଲେ । ସ୍ବୀକୃତି ପାଇବା ପରେ ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ନିଜ ଉତ୍କର୍ଷତାକୁ ନେଇ ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିବା ସହ ରାଜ୍ୟର ଅନ୍ୟତମ ଅଗ୍ରଣୀ ଭେଷଜ ବିଜ୍ଞାନ ଶିକ୍ଷାନୁଷ୍ଠାନ ଭାବେ ପରିଗଣିତ ହୋଇଛି । ଏ ନେଇ ସମଗ୍ର ପୁରୀଜିଲ୍ଲା ତଥା ରାଜ୍ୟର ଶିକ୍ଷିତ ଅଭିଭାବକମାନେ ଖୁସି ପ୍ରକାଶ କରିଥିବା ବେଳେ ପିଲାମାନଙ୍କ ପାଇଁ ଭେଷଜ ବିଜ୍ଞାନରେ ଉଚ୍ଚଶିକ୍ଷା ଲାଭ କରିବା ଏବେ ସୁବିଧା ଜନକ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ।
ଏହି ସଫଳତା ପାଇଁ ସମସ୍ତ ସହଯୋଗ ନିମନ୍ତେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଭେଷଜ ବିଜ୍ଞାନ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟଙ୍କୁ କୃତଜ୍ଞତା ଜ୍ଞାପନ କରିଛପି କଲେଜ କର୍ତ୍ତୃପକ୍ଷ । ପୁରୀ ଶ୍ରୀଜଗନ୍ନାଥ ଭେଷଳ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଡି.ଏନ୍.ବି. କୋର୍ସ ଆରମ ହେବା ଆମପାଇଁ ଗୌରବର ବିଷୟ ଏବଂ ଏହା ଦ୍ଵାରା ଶୈକ୍ଷିକ ବାରାକରଣରେ ଅଭିବୃଦ୍ଧି ସହିତ ରନ୍ନତ ଗବେଷଣା ଓ ପ୍ରଶିକ୍ଷଣ ଦ୍ୱାରା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ଉନ୍ନତି ହୋଇପାରିବ ବୋଲି କଲେଜ୍ ର ଅଧ୍ୟକ୍ଷା ପ୍ରଫେସର ସବିତା ମହାପାତ୍ର, ଅଧୀକ୍ଷକ ପ୍ରଫେସର କୌଶିକ ମିଶ୍ର ଓ ଉପାଧ୍ୟକ୍ଷ ପ୍ରଫେସର ଲଲାଟେନ୍ଦୁ ପାଇଁ ପ୍ରକାଶ କରିଛନ୍ତି ।
Recent Comments