logo
add image
ରୁଗୁଡିପାଲି ଠାରେ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ

ରୁଗୁଡିପାଲି ଠାରେ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ

ସୁବର୍ଣ୍ଣପୁର/୦୯/୦୯/୨୦୨୫/(ଆଧାର ମିଡ଼ିଆ)- ସୋନପୁର ବ୍ଳକ ଅନ୍ତର୍ଗତ ରୁଗୁଡିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲାଲଚନ୍ଦ ରଣାଙ୍କ ଅଧ୍ୟକ୍ଷତାରେ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇ ଯାଇଛି । ଏଥିରେ ସୋନପୁର ବ୍ଳକ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରହଲ୍ଲାଦ ନାୟକ ମୁଖ୍ୟଅତିଥି ରୂପେ ଯୋଗଦାନ କରିଥିବା ବେଳେ ରୁଗୁଡିପାଲି ଅଙ୍ଗନୱାଡ଼ି କେନ୍ଦ୍ର(ଖ)ର କର୍ମୀ ଶ୍ରୀମତୀ ଗୀତାଞ୍ଜଳୀ ରଣା ଆଶାକର୍ମୀ ଶ୍ରୀମତୀ ବାସନ୍ତି ମଲ୍ଲିକ ଶିକ୍ଷକ ଦୋଳଗୋବିନ୍ଦ ପଣ୍ଡା ,ବିରେନ୍ଦ୍ର ବରିହା,  ମୁକେଶ ରଞ୍ଜନପ୍ରଧାନ ତଥା ପରିଚ଼ଳନା କମିଟୀ ସଦସ୍ୟ ସଦସ୍ୟା ଓ ଅଭିଭାବକ ଅଭିଭାବିକା ଯୋଗ ଦେଇଥିଲେ । ସଭା ଶେଷରେ ସମସ୍ତେ ଏକ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା ସହ ଜନ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ ନାରା ଦେଇ ସଚେତନ କରିଥିଲେ । ଶୋଭାଯାତ୍ରା କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଦୋଳଗୋବିନ୍ଦ ପଣ୍ଡା ସଂପୂର୍ଣ୍ଣ ପରିଚାଳନା କରିଥିଲେ । ଶେଷରେ ବିଦ୍ୟାଳୟର ଛାତ୍ର ସଂସଦର ପରିବେଶ ମନ୍ତ୍ରୀ ଶ୍ରୀମାନ ସୁଲଭ ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Recent Comments

Leave Comments

Top