ସୁବର୍ଣ୍ଣପୁର/୦୮/୯/୨୦୨୫(ଆଧାର ମିଡ଼ିଆ) ଅଦ୍ୟ ତା ୦୮.୦୯.୨୦୨୫ ରିଖ ଅପରାହ୍ନ ୪.୩୦ ଘଟିକା ସମୟରେ ଜିଲ୍ଲାପାଳ, ସୁବର୍ଣ୍ଣପୁର ଡ଼ ନୃପରାଜ ସାହୁଙ୍କ ସଭାପତିତ୍ବରେ ସୁବର୍ଣ୍ଣପୁର ଜିଲ୍ଲାର ପ୍ରସିଦ୍ଧ ମହାବଳି ଯାତ୍ରା - ୨୦୨୫ ର ସଫଳ ସମ୍ପାଦନ ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ, ସୁବର୍ଣ୍ଣପୁରଙ୍କ ସମ୍ମିଳନୀ କକ୍ଷ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଉପ-ଜିଲ୍ଲାପାଳ, ସୋନପୁର,ଶ୍ରୀମତି ସୁମ୍ୟାରୁପା ରଥ ତଥା ନିର୍ବାହୀ ଅଧିକାରୀ, ଦେବୋତ୍ତର ବିଭାଗ ସୋନପୁର, ସଭାପତିତ୍ବ କରୁଥିବା ଜିଲ୍ଲାପାଳ,ସୁବର୍ଣ୍ଣପୁର,ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ବୃନ୍ଦ,ମହାବଳି ଯାତ୍ରାରେ ଜଡ଼ିତ ଥିବା ପୂଜକ,ସେବାୟତ ଓ ବ୍ୟକ୍ତି ବିଶେଷ, ସୁବର୍ଣ୍ଣପୁର ଜିଲ୍ଲାର ବୁଦ୍ଧିଜୀବୀ ଓ ଜନସାଧାରଣ ତଥା ଉପସ୍ଥିତ ସମ୍ବାଦ ପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସ୍ଵାଗତ ଜଣାଇଥିଲେ। ଏହା ସହିତ ରାଜ ପୁରୋହିତ,ସୁବର୍ଣ୍ଣପୁରଙ୍କ ପ୍ରଦତ୍ତ ଚଳିତ ମହାବଳି ଯାତ୍ରା-୨୦୨୫ ତାରିଖ ୱାରି କାର୍ଯ୍ୟସୂଚୀ ସମସ୍ତଙ୍କ ଅବଗତି ନିମନ୍ତେ ପଢ଼ି ଶୁଣାଇଥିଲେ। ଜିଲ୍ଲାପାଳ,ସୁବର୍ଣ୍ଣପୁର ଆଗାମୀ ମହାବଳି ଯାତ୍ରା-୨୦୨୫ ଯେପରି କାର୍ଯ୍ୟସୂଚୀ ଅନୁଯାୟୀ ସଠିକ୍ ପୂଜା ବିଧି ନୀତି ନିର୍ଘଣ୍ଟ ଅନୁସାରେ ସମ୍ପାଦନ ଓ ସମାପନ କରାଯିବ ସେଥିପାଇଁ ଉପସ୍ଥିତ ସମସ୍ତ ଅଧିକାରୀ,ପୂଜକ,ସେବାୟତ, ମହାବଳି ଯାତ୍ରାରେ ଜଡ଼ିତ ସମସ୍ତ ବ୍ୟକ୍ତିବିଶେଷ, ସୁବର୍ଣ୍ଣପୁର ଜିଲ୍ଲାର ବୁଦ୍ଧିଜୀବୀ,ଜନସାଧାରଣ ତଥା ସମ୍ବାଦ ପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନଙ୍କ ସହଯୋଗ କାମନା କରିଥିଲେ। ଚଳିତ ମହାବଳି ଯାତ୍ରା-୨୦୨୫ ପରିଚାଳନା ଓ ସମ୍ପାଦନ ଉପରେ ବିଶଦ ଭାବରେ ଆର୍ଥିକ ପରିଚାଳନା,ବଳି ଆୟୋଜନ,ମହାବଳି ଯାତ୍ରା ସମୟରେ ପୂଜକ ଓ ସେବାୟତ ମାନଙ୍କ କାର୍ଯ୍ୟସୂଚୀ ଓ ପୂଜା ବିଧି କାର୍ଯ୍ୟ ସମ୍ପାଦନ ଓ ସମାପନ ଉପରେ ଆଲୋଚନା ହୋଇଥିଲା।ମହାବଳି ଯାତ୍ରା-୨୦୨୫ ଅନୁଷ୍ଠିତ କରିବା ପାଇଁ ବୁଦ୍ଧିଜୀବୀ,ଜନସାଧାରଣ ସେବାୟତ ମାନେ ସେମାନଙ୍କର ମତାମତ ଉପସ୍ଥାପନ କରିଥିଲେ। ଶେଷରେ ସମସ୍ତଙ୍କ ତରଫରୁ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାବଳି ଯାତ୍ରା ଅନୁଷ୍ଠିତ କରିବାପାଇଁ ପ୍ରସ୍ତାବ ଆଗତ ହୋଇଥିଲା।ତେଣୁ ,ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାବଳି ଯାତ୍ରା ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଗଲା ଓ ତାହା ଜିଲ୍ଲାପାଳ,ସୁବର୍ଣ୍ଣପୁର ପ୍ରସ୍ତୁତି ସଭାରେ ସମସ୍ତଙ୍କ ଅବଗତି ନିମନ୍ତେ ଜଣାଇଥିଲେ। ଏହି ଅବସରରେ ଜିଲ୍ଲାପାଳ,ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପ୍ରଶାସନ,କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ,ରାସ୍ତା ଓ କୋଠା ନିର୍ମାଣ ବିଭାଗ,ଅଗ୍ନିଶମ ଅଧିକାରୀ,ସୁବର୍ଣ୍ଣପୁର, ନିର୍ବାହୀ ଯନ୍ତ୍ରୀ,ଜନସ୍ବାସ୍ଥ୍ୟ ବିଭାଗ,ସୁବର୍ଣ୍ଣପୁର ଓ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ,ସୁବର୍ଣ୍ଣପୁର ଓ ନିର୍ବାହୀ ଅଧିକାରୀ,ସୋନପୁର ପୌର ପରିଷଦ,ସୋନପୁରଙ୍କୁ ଆଗତୁରା ମହାବଳି ଯାତ୍ରା କମିଟି ସହିତ ଯୋଗାଯୋଗ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଶେଷରେ ଜିଲ୍ଲାପାଳ,ସୁବର୍ଣ୍ଣପୁର ଚଳିତ ମହାବଳି ଯାତ୍ରା-୨୦୨୫ କୁ ସଫଳ ଅନୁଷ୍ଠିତ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି ସଭା ସମାପ୍ତି ଘୋଷଣା କରିଥିଲେ।
Recent Comments