ସୁବର୍ଣ୍ଣପୁର/୯/୯/୨୦୨୫(ଆଧାର ମିଡ଼ିଆ)ଉତ୍ତର ପ୍ରଦେଶର ଦୁର୍ବୃତ୍ତଙ୍କ ଦ୍ବାରା ଅପହୃତ ସୋନପୁର ର ନଅ ବର୍ଷ ର ନାବାଳକ କୁ ଗତ ରାତି ୧ଘଟିକା ରେ ପୁରୀ ମାର୍କେଟ୍ ଛକ ସ୍ଥିତ ମହାୱର ଗେଷ୍ଟ୍ ହାଉସ୍ ସାମ୍ନାରୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ପୁରୀ ରୁ ଖସି ଯାଇଛନ୍ତି । ତେବେ ସେମାନେ ବ୍ୟବହାର କରୁଥିବା କାର ଓ଼ ଏକ ମାଉଜର କୁ ଜଗନ୍ନାଥ ବଲ୍ଲଭ ପାର୍କିଂରେ ପୋଲିସ ପାଇଛି । ୭ତାରିଖ ରାତି ସୋନପୁର ସହର ୧୦ ନମ୍ବର ୱାର୍ଡ଼ ର ପଟାଭାଡ଼ିରୁ ବାଳକକୁ ଅପହରଣ କରଯାଇଥିଲା l ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ପୁରୀ ଏସ୍ପି ପ୍ରତୀକ ସିଂହ ଓ ସିଟିଡିଏସପି ଙ୍କ ଉଦ୍ୟମ ରେ ବିଭିନ୍ନ ଥାନାର ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ତନାଘନା ଚଳାଇ ଥିଲେ । ପୋଲିସ ଡିଜି ଏବଂ ଉତ୍ତରାଞ୍ଚଳ ଆଇଜି ଙ୍କ ତତ୍ୱାବଧାନରେ ପୁରୀ ଓ଼ ସୁବର୍ଣ୍ଣପୁର ଏସପି ଙ୍କ ଉଦ୍ୟମରେ ଦୁଇଟି ସାଈବର ଟିମ ଙ୍କ ପ୍ରଚେଷ୍ଟା ରେ ଅପହୃତ ନାବାଳକ କୁ ସୁରକ୍ଷିତ ଉଦ୍ଧାର କରିଥିବା ବିଷୟ ସୁବର୍ଣ୍ଣପୁର ଏସପି ନାରାୟଣ ନାୟକ ଆଜି ଏକ ଖବର ଦାତା ସମ୍ମିଳନୀ ରେ ପ୍ରକାଶ କରିଛନ୍ତି l ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ର ଏକ ସ୍ବତନ୍ତ୍ର ଟିମ ଆଜି ସକାଳେ ପୁରୀ ପହଞ୍ଚି ପୁରୀ ପୋଲିସ ପାଖରୁ ସୁରକ୍ଷିତ ଭାବେ ଆଣି ସୋନପୁର ଥାନା ରେ ରଖିଥିବା ଓ ଅପହୃତ ନାବାଳକ ର ବାପା ଶ୍ରଦ୍ଧାକର ନାଏକ ଓ ମାଆ ମନ୍ଦାକିନୀ ନାଏକ ଙ୍କୁ ହସ୍ତାନ୍ତର କରି ଥିବା ବିଷୟ ଆଜି ସଂଧ୍ୟାରେ ସୁବର୍ଣ୍ଣପୁର ଏସପି ବାଳକ ର ବାପା ମା ଆଗରେ ସବୁ ବିଷୟ ସୂଚନା ଦେଇଛନ୍ତି l ଟଙ୍କା ପାଇଁ ଆୟୁଷ କୁ ଅପହରଣ କରି ନିଆ ଯାଇଥିବା କଥା ଅପହୃତ ନାବାଳକ ର ବାପା ମାଆ ସୁବର୍ଣ୍ଣପୁର ପୋଲିସ କୁ ଓ ସାମ୍ୱାଦିକ ଙ୍କୁ କହିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ସୋନପୁର ସହର ପଟାଭାଡ଼ିର ଉକ୍ତ ବାଳକ ଆୟୁଷ ରବିବାର ନିକଟସ୍ଥ ଏକ ଫାଷ୍ଟଫୁଡ ଦୋକାନକୁ ଚାଉମିନ ଖାଇବାକୁ ଯାଇଥିଲା । ସେଠାରୁ ବାଳକ କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅପହରଣ କରି ନିଆଯାଇଥିବା ପରିବାର ଲୋକେ ରବିବାର ରାତି ୧ ଟା ରେ ଥାନାରେ ଅଭିଯୋଗ କରିଥିଲେ | ଯାହାକି ୨୦ଲକ୍ଷ ଟଙ୍କା ଦାବୀ କରି ଦୁବୃର୍ତ୍ତ ବାରମ୍ବାର ଫୋନ୍ ମାଧ୍ୟମରେ ଶ୍ରଦ୍ଧା କର କୁ ଧମକ ଦେଇଥିବା ବିଷୟ ସୂଚନା ମିଳିଛି l ସୁବର୍ଣ୍ଣପୁର ପୋଲିସ ଏକ ମାମଲା ରୁଜୁ କରି ତିନି ଗୋଟି ସ୍ଵତନ୍ତ୍ର ସ୍କ୍ୱାର୍ଡ ଗଠନ କରି ଛାନଭିନ ଜାରି ରଖିଥିଲା ବୋଲି ଏସପି ସୂଚନା ଦେଇଛନ୍ତି ଓ଼ ଅଭିଯୁକ୍ତ ମାନଙ୍କୁ ଧରିବା ପରେ ଅପହରଣ ର ଅସଲ କାରଣ ଜଣା ପଡିବ ବୋଲି ପ୍ରକାଶ କରିଥିଲେ।
Recent Comments