ପିପିଲି/୧୪/୯/୨୦୨୫/(ଆଧାର ମିଡ଼ିଆ)-ପାର୍ବଣ ପୂର୍ବରୁ ପିପିଲି ପୋଲିସକୁ ଚ୍ୟାଲେଞ୍ଜ,ଜଇସପାଟଣା ଛକରେ ଥିବା ଏମ୍ ଏସ୍ କଲର ପ୍ଲସ ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୃର୍ବୁତ୍ତ।ଚୋରୀରେ ଲକ୍ଷାଧିକ ଟଙ୍କାର ରଙ୍ଗ ସହିତ ଅନ୍ୟାନ୍ୟ ସାମଗ୍ରୀ ଚୋରୀକରି ନେଇଛନ୍ତି ଦୃର୍ବୁତ୍ତ ।ରାତିରେ ଏକ ପିକଅପ ଭ୍ୟାନରେ ୪/୫ଜଣ ଦୃର୍ବୁତ୍ତ ଆସି ଦୋକାନ ତାଲାଭାଙ୍ଗି ଚୋରୀ କରି ନେଇଥିବା CCTV ଫୁଟେଜରୁ ସ୍ପସ୍ଟ ଜଣାପଡିଛି । ଆଜି ସକାଳେ ଜାଣିବା ପରେ ଦୋକାନ ମାଲିକ ପୋଲିସକୁ ଖବର ଦେଇ ଥିବା ବେଳେ ପୋଲିସ ଓ ସାଇଣ୍ଟି ପିକ ଟିମ୍ ଆସି ତଦନ୍ତ ଜାରୀ ରଖିଛନ୍ତି।ଜାତୀୟ ରାଜପଥ ଓ ବ୍ୟାଙ୍କ୍ ନିକଟରେ ଏଭଳି ଘଟଣା ପୋଲିସକୁ ଖୋଲା ଚ୍ୟାଲେଞ୍ଚ ଦେଇଛି. ସେହିଭଳି ପିପିଲି ଥାନାରେ ଅନେକ ଘଟଣା ଦୁର୍ବୁତ୍ତ ଓ ଲୁଟେରା ମାନେ ଘଟାଇ ଚାଲି ଥିବାବେଳେ ପୋଲିସ ମାମଲା ଆଗତ କରି ମାମଲା ସଂଖ୍ୟା ବଢ଼ାଇ ଗିରଫ କରିବାରେ ବିଫଳ ହୋଇଛି. ଯାହା ଲୁଟର ଶିକାର ହେଉଥିବା ବ୍ୟକ୍ତି ଓ ମହିଳାମାନେ ଅତିଷ୍ଟ ହେଲାଣି.
Recent Comments