ଖୋର୍ଦ୍ଧା/୧୪/୦୯/୨୦୨୫/(ଆଧାର ମିଡ଼ିଆ//ପ୍ରସନ୍ନସ୍ବାଇଁ):ଓଡିଶା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ରୁ ୨୬ ତାରିଖ ପର୍ଯ୍ୟନ୍ତ କଟକ ବାରବାଟୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ପ୍ରୋ ଟି -୨୦ ଲିଗ କ୍ରିକେଟ ଟୁର୍ନାମେଣ୍ଟରେ ଅଂଶ ଗ୍ରହଣ କରୁଥିବା ୬ ଗୋଟି ଦଳରେ ଖେଳିବାକୁ ଥିବା ଖେଳାଳି ମାନଙ୍କ ନିଲାମ ପ୍ରକ୍ରିୟାରେ ଖୋର୍ଦ୍ଧା ଜିଲ୍ଲାରୁ ସାତଜଣ ଖେଳାଳି ନିଲାମରେ ବିକ୍ରିହୋଇ ବିଭିନ୍ନ ଫ୍ରାଞ୍ଚାଇଜ ପାଇଁ ମନୋନୀତ ହୋଇଛନ୍ତି। ଆର୍ଯ୍ୟଶ୍ରୀ ଦେବାଶିଷ ଭଟ୍ଟ ଭୁବନେଶ୍ୱର ଟାଇଗର୍ସ, ଦେବବ୍ରତ ପ୍ରଧାନ ଏବଂ ବିଶ୍ୱଭୂଷଣ ବିହାରୀ କେଉଁଝର ମାଇନର୍ସ, ରୁଦ୍ର ପ୍ରାସାଦ ମଲ୍ଲିକ ଏବଂ ଆଦିତ୍ୟ ଜୟସିଂ ପୁରୀ ଟାଇଟନ୍ସ, ରାକେଶ ପଟ୍ଟନାୟକ ଏବଂ ହେମନ୍ତ ରଥି ସମ୍ବଲପୁର ୱାରିୟର୍ସ ପାଇଁ ଖେଳିବେ।ଏହି ପରିପେକ୍ଷୀରେ ଜିଲ୍ଲା କ୍ରିକେଟ ସଙ୍ଘ ସମସ୍ତ ଖେଳାଳି ମାନଙ୍କୁ ଖୋର୍ଦ୍ଧା ମିନି ଷ୍ଟାଡିୟମ ଠାର ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇ ପୁଷ୍ପଗୁଚ୍ଛ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ଖୋର୍ଦ୍ଧାର ପୂର୍ବତନ ବିଧାୟକ ତଥା ଜିଲ୍ଲା କ୍ରିକେଟ ସଙ୍ଘ ସଭାପତି ରାଜେନ୍ଦ୍ର କୁମାର ସାହୁ ଓ ସି ଏ କୋଷାଧକ୍ଷ ବିକାଶ ପ୍ରଧାନ, ସଂଯୋଜକ ଚଣ୍ଡୀ ପ୍ରସାଦ ଆଚାର୍ଯ୍ୟ, କାଜଲ ବଳିୟାର ସିଂ, ବ୍ରିଜେଶ ପ୍ରଧାନ, ଦେବୀ ଶଙ୍କର ପଣ୍ଡା, ବିବେକାନନ୍ଦ ବୋଷ,ଅବ୍ୟକ୍ତ ହରିହର ଖାଡ଼ଙ୍ଗା,ବିରଞ୍ଚି ନାରାୟଣ ଜେନା, କୋଚ ସୌମେନ୍ଦ୍ର ମହାନ୍ତି, ରୋହିତ ରଞ୍ଜନ ରାୟ, କିରଣ ଶତପଥି, ସୁଧୀର ସାହୁ, ହାପି ଲାଲା,ବିଶ୍ୱନାଥ ପାତ୍ର ପ୍ରମୁଖ କ୍ରିକେଟ କର୍ମକର୍ତା ମାନେ ଉପସ୍ଥିତ ଥିଲେ। ଖେଳାଳି ମାନେ ଭଲ ପ୍ରଦର୍ଶନ କରି ଖୋର୍ଦ୍ଧା ମାଟିର ଟେକ ରଖିବାକୁ ରାଜେନ୍ଦ୍ର କୁମାର ସାହୁ ସମସ୍ତ ଖେଳାଳି ମାନଙ୍କୁ ଆହ୍ୱାନ ଦେଇଥିଲା ବେଳେ ସମ୍ପାଦକ ବିକାଶ ପ୍ରଧାନ ଖୋର୍ଦ୍ଧା ତଥା ଓଡିଶାର ଯୁବକ୍ରିକେଟ ଏହି ଲିଗଦ୍ୱାରା ପ୍ରୋତ୍ସାହିତ ହେବେ ବୋଲି ଆଶାବ୍ୟକ୍ତ କରିଥିଲେ।
Recent Comments