logo
add image
ବାଇକ ଚୋର ଗିରଫ,ବାଇକ ଜବତ

ବାଇକ ଚୋର ଗିରଫ,ବାଇକ ଜବତ

କାକଟପୁର/୧୫/୦୯/୨୦୨୫/(ଆଧାର ମିଡ଼ିଆ// ତୁଷାର ଦୀକ୍ଷିତ)=କାକଟପୁର ଥାନା ଅନ୍ତର୍ଗତ ଦହିଖିଆ ଗ୍ରାମର ଚନ୍ଦ୍ରଶେଖର ପରିଡା ନିଜ ଗ୍ୟାରେଜରେ ତାଙ୍କ OD13A6511 ( ସ୍ପ୍ଲେଣ୍ଡରପ୍ଲସ )ମୋଟର ବାଇକଟିକୁ ରଖି ଘରକୁ ଯାଇଥିବାବେଳେ ଗତକାଲି ରାତ୍ରିରେ କୋଣସି ଅଜଣା ଦୁର୍ବୁର୍ତ୍ତ ଗ୍ୟାରେଜ କବାଟ ଭାଙ୍ଗି ଚୋରିକରି ନେଇଥିବା ଗାଡି ମାଲିକ ଶ୍ରୀ ପରିଡା କାକଟପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପାଇ କାକଟପୁର ଥାନା ଆଇଆଇସି ବସନ୍ତ କୁମାର ସାହୁଙ୍କ ନିଁର୍ଧେଶ କ୍ରମେ ଥାନା ଏଏସଆଇ ପ୍ରମୋଦ କୁମାର ସେଠୀ,ଏସଆଇ ଗୌରୀଶଙ୍କର ସେଠୀ ବିଭିନ୍ନ ସ୍ଥାନ ଚଢ଼ାଉ କରିବାବେଳେ ପ୍ରାଚୀ ବିହାରର ମୋଷ୍ଟ ୱାଣ୍ଟେଡ ବାଇକଚୋର ଗଗନ ବିହାରୀ ଛୁଆଳ ସିଂହ ଓରଫ ଗୁନକୁ ଚୋରା ବାଇକ ସହିତ ଚୋରୀ ରେ ବ୍ୟବହୃତ ହାତୁଡିକୁ ଜବତ କରିଵା ସହିତ ଚୋରକୁ ଗିରଫ କରିବାରେ ସଫଳ ହୋଇଛନ୍ତି l ଏ ସଂକ୍ରାନ୍ତରେ କାକଟପୁର ଥାନାରେ ଏକ ମାମଲା ରୁଜୁ କରାଯାଇ ଥାନା କେସ ନମ୍ବର 274/2025 ରେ ପୋଲିସ ଘଟଣାର ତଦନ୍ତ କରୁଛି l  ଏଠାରେ ସୂଚନା ଥାଉକି ଗଗନ ବିହାରୀ ଓରଫ ଗୁନର ନିଜଘର ଖୋର୍ଦ୍ଧା ଜିଲ୍ଲା ଗଡ଼ମାଣତିରି ଅଂଚଳରେ ହୋଇଥିବାବେଳେ, କାକଟ ପୁର ପ୍ରାଚୀବିହାର ଠାରେ ରହି ଏକାଧିକ ଚୋରୀ ମାମଲାରେ ତା'ର ସମ୍ପୃକ୍ତି ରହିଥିବା ପୋଲିସ ପ୍ରକାଶ କରିଛି l ଆଜି ତା'ର ଜାମିନ ନାମଞ୍ଜୁର ହେବାରୁ ତାକୁ ନିମାପଡା ଜେଲକୁ ପଠାଇ ଦିଆଯାଇଛି l

Recent Comments

Leave Comments

Top