logo
add image
ଆଇନ ସଚେତନତା ଶିବିର I

ଆଇନ ସଚେତନତା ଶିବିର I

ପୁରୀ/୧୫/୯/୨୦୨୫/(ଆଧାର ମିଡ଼ିଆ)-ପୁରୀଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟା ତଥା ଜିଲ୍ଲା ଓ ଦୌରାଜଜ୍ ଶ୍ରୀମତି ଅଜନ୍ତା ଷଡଙ୍ଗୀଙ୍କ ନିର୍ଦେଶ ଅନୁଯାଇ ତା ୧୫.୯.୨୦୨୫ ରିଖରେ ଅପରାହ୍ନ ୩.୩୦ ଘଟିକା ସମୟରେ ମାର୍କଣ୍ଡେଶ୍ବର ବାଳିକା ଉଚ ବିଦ୍ୟାଳୟ ଠାରେ ସାମାଜିକ ଗଣ ନିରାପତା ଓ ସାଇବର ଆଇନ ସମ୍ପର୍କିତ ଆଇନଗତ ବିଧ ବ୍ୟବସ୍ଥା ଏବଂ ନିଶା ନିବାରଣ ସମ୍ପର୍କିତ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି କାର୍ଯକ୍ରମକୁ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ପରିତୋଷ କୁମାର ସେଠୀ ଉଦ୍ଘାଟନ କରିବା ସହ ନିଜ ବକ୍ତବ୍ୟରେ ଆଇନ ସେବା ପ୍ରାଧୁକରଣ ଅଧୁନିୟମ ୧୯୮୭ ରେ ଥିବା ବିଭିର୍ନ ବିଧୁବ୍ୟବସ୍ଥାର ଉଦେଶ୍ୟ ଓ ଆଭିମୁଖ୍ୟ ନିଶୁଳ୍କ ଆଇନ ସେବା ଯୋଗ୍ୟ ହିତାଧୁକାରୀ, ଲୋକ ଅଦାଲତ,ମଧ୍ୟସ୍ଥତା କେନ୍ଦ୍ର,ନ୍ୟାୟ ସଂଯୋଗ,୧୫୧୦୦ ଏବଂ ସମୁଖ କାର୍ଯ୍ୟାଳୟ ବିଷୟରେ ଅବଗତ କରାଇବା ସହ ଆଇନସେବା କଣ ଏବଂ ଆଇନ ସେବା ପାଇବାପାଇଁ କେଉଁ କେଉଁମାନେ ଯୋଗ୍ୟ, ସେହି ବିଷୟରେ ଆଲୋଚନା କରିଥିଲେ । ଆଜିର ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ସୁଧୀର କୁମାର ଘୋଷ ଉପସ୍ଥିତ ଥିଲେ ।
ଆଜିର ଏହି କାର୍ଯକ୍ରମରେ ସାଇବର ଆଇନ ସମ୍ପର୍କିତ ଆଇନଗତ ବିଧି ବ୍ୟବସ୍ଥା ଓ ଦଣ୍ଡ ବିଷୟରେ ଆଲୋଚନା କରିବା ସହ ଯୁବପିଢ଼ି ମାନଙ୍କୁ ନିଶାଠାରୁ ଦୂରେଲ୍‌ ରହିବା ଏବଂ ନିଶାଦ୍ରବ୍ୟ, ଅପମିଶ୍ରିତ ଓ ବିଷାକ୍ତ ମାଦକ ଦ୍ରବ୍ୟ ବିରୋଧରେ ଆରମ୍ଭ ହେଇଥିବା ସଚେତନତା ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ। ନିଶାଦ୍ରବ୍ୟ ବ୍ୟବହାର,ବିଷାକ୍ତ ମଦ ଓ ଚୋରା ମଦର ବ୍ୟାପକତାକୁ ରୋକିବାଏବଂ ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରହିଥିବା ବିଭିର୍ନ ଆଇନ ବିଷୟରେ ସଚେତନ କରାଇବା ସହ ଏହା କିପରି ଜନସାଧାରଣ ମାନଙ୍କୁ ସଚେତନ କରାଇବା ସେ ବିଷୟରେ ପରାମର୍ଶ ଦେଇଥିଲେ। ଏହି କାର୍ଯକ୍ରମରେ ଉପସ୍ଥିତ ଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଆଇନ ସେବା ପ୍ରାଧିକରଣ ତରଫରୁ ଧନ୍ୟବାଦ ଅର୍ପଣ ସହ ଆଇନ ସେବାର ଉପ‌ଯୋଗୀତା ଓ ଉପଦେୟତାକୁ ଜନସାଧାରଣଙ୍କ ମଧ୍ୟରେ ପ୍ରଚାର କରିବା ସହ ଏହା କିପରି ଜନସାଧାରଣଙ୍କ ଉପଯୋଗୀ ହୋଇପାରିବ ଏଥିପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯକ୍ରମକୁ ପରିଚାଳନା କରିବାରେ ପ୍ରାଧିକାରଣର କର୍ମଚାରୀମାନେ ସହଯୋଗ କରିଥିଲେ ।

Recent Comments

Leave Comments

Top