logo
add image
ଖେଳୁଆଡ଼ ମନଭାବନେଇ ଆଗକୁବଢନ୍ତୁ ଶିଶୁ

ଖେଳୁଆଡ଼ ମନଭାବନେଇ ଆଗକୁବଢନ୍ତୁ ଶିଶୁ

ଗୁଣୁପୁର/ରାୟଗଡା/୧୫/୯/୨୦୨୫/(ଆଧାର ମିଡ଼ିଆ//ନରସିଂହନାଥ ମହାନ୍ତି)- ନିଜଭିତରେ ଥିବା ଅନ୍ତର୍ନିହିତ ଗୁଣବଳୀର ବିକାଶ ସହ ଖେଳୁଆଡ଼ ମନଭାବ ନେଇ ଶିଶୁମାନେ ଆଗକୁ ବଢ଼ିବା ଆବଶ୍ୟକ ବୋଲି ଜିଲ୍ଲା ସ୍ତରୀୟ ଉତ୍ସାହ-୨୦୨୫ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାୟଗଡା ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ଓ ଗୁଣୁପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପ କହିଥିଲେ । ଶିଶୁଯତ୍ନ ଅନୁଷ୍ଠାନ ମାନଙ୍କରେ ରହୁଥିବା ଅନ୍ତେବାସୀ ମାନଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗର ଅନନ୍ୟ ପ୍ରୟାସରେ ଗୁଣୁପୁର ବ୍ଲକ୍ ଲିମାମେଡା ଠାରେ ଥିବା ବାଳନିକେତନ ଶିଶୁଯତ୍ନ ଅନୁଷ୍ଠାନ ପରିସରରେ ଆଜି ଜିଲ୍ଲାସ୍ତରୀୟ ଉତ୍ସାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଜିଲ୍ଲାରେ ଥିବା ୪ଗୋଟି ଶିଶୁଯତ୍ନ ଅନୁଷ୍ଠାନର ପ୍ରାୟ ୨୦୦ ଜଣ ଅନ୍ତେବାସୀ ଅଂଶ ଗ୍ରହଣ କରିଥିଲେ । ଦୌଡ଼,କ୍ୟାରମ, ଚେସ,ଉଚ୍ଚ ଡ଼ିଆଁ, ଲମ୍ବ ଡିଆଁ, ବକୃତା, କୁଇଜ ,ଚିତ୍ରାଙ୍କନ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନେ ରାଜ୍ୟ ସ୍ତରୀୟ ଉତ୍ସବକୁ ଯିବେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମହାଦେବ ଚିଚୁଆନ, ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମକର୍ତ୍ତା,ଚାଇଲଡ଼ ହେଲ୍ପ ଲାଇନର କର୍ମଚାରୀ, ସେବା ସମାଜର ସମ୍ପାଦିକା ରାଜେଶ୍ୱରୀ ଦଳେଇ, ବାଳ ନିକେତନ ସମ୍ପାଦିକା ରଶ୍ମିରେଖା ମହାନ୍ତି ,ଶିଶୁଯତ୍ନ ଅନୁଷ୍ଠାନ ମାନଙ୍କର ସମସ୍ତ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିବା ବେଳେ କାଉନ୍ସେଲର ଅଜିତ୍ ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Recent Comments

Leave Comments

Top