logo
add image
ବ୍ଲକସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର :

ବ୍ଲକସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର :

ସୁବର୍ଣ୍ଣପୁର/୧୫/୦୯/୨୫/:(ଆଧାର ମିଡ଼ିଆ)- ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ତରଭା ପଞ୍ଚାୟତ ସମିତି ଅନ୍ତର୍ଗତ କମସରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ପ୍ରାଙ୍ଗଣ ଠାରେ ଅନୁଷ୍ଠିତ ହୋଇ ଯାଇଛି l  ଜିଲ୍ଲାପାଳ ସୁବର୍ଣ୍ଣପୁର ଡ. ନୃପରାଜ ସାହୁ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ସର୍ବମୋଟ ୭୭( ସତସ୍ତୋରି) ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ। ତନ୍ମଧ୍ୟରୁ ୫୭ ( ସତାବନ୍ ) ଗୋଟି ଦରଖାସ୍ତ ବ୍ୟକ୍ତିଗତ ରହିଥିବା ବେଳେ ୨୦ (କୋଡ଼ିଏ) ଗୋଟି ସାମୁହିକ ଦରଖାସ୍ତ ନିମନ୍ତେ ଦରଖାସ୍ତ ଗ୍ରହଣ କରାଯାଇଥିଲା। ତନ୍ମଧ୍ୟରୁ ୦୧(ଏକ) ଗୋଟି ଅଭିଯୋଗ ପତ୍ର ତୁରନ୍ତ ଅଭିଯୋଗ ଶୁଣାଣୀ ଶିବିରରେ ସମାଧାନ କରାଯାଇଥିଲା। ସମସ୍ତ ସାମୁହିକ ଓ ବ୍ୟକ୍ତିଗତ ଅଭିଯୋଗ ଦରଖାସ୍ତ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ  ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ପ୍ରଦାନ କରାଯାଇଛି।
ବିଡ଼ିଓ ତରଭା ଶ୍ରୀ ଗଙ୍ଗାରାମ ବୁଡେକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣିରେ ତରଭା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ସରୋଜ କୁମାର କମ୍ପ ଅତିରିକ୍ତ ଜିଲ୍ଲାପାଳ,ରାଜସ୍ବ, ସୁବର୍ଣ୍ଣପୁର, ରାଜେନ୍ଦ୍ର ମାଝୀ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ ଶ୍ରୀ ଅଶ୍ୱିନୀ କୁମାର ମେହେର,ଉପଜିଲ୍ଲାପାଳ ସୋନପୁର ଶ୍ରୀମତି ସୌମ୍ୟାରୂପା ରଥଙ୍କ ସମେତ  ତହସିଲଦାର ତରଭା ସୁଶ୍ରୀ ଶ୍ୱେତଳିନା ମାହାନା, ସରପଞ୍ଚ କମସରା ଗ୍ରାମ ପଞ୍ଚାୟତ, ଶ୍ରୀମତି କୁନ୍ତଳା ରଣା ତଥା ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ, ତହସିଲ ଓ ବ୍ଲକ ସ୍ତରୀୟ ଅଧିକାରୀ, କର୍ମଚାରୀ,ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ଝୁ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ସୁବର୍ଣ୍ଣପୁର ଶ୍ରୀ ଅର୍ଜୁନ ମାଝୀଙ୍କ ସମେତ ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅବସରରେ କମ ସରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜାମକାନି ଗୋଠ ଗ୍ରାମର ଭିନ୍ନକ୍ଷମ ବ୍ୟକ୍ତି ଶ୍ରୀ ପରମାନନ୍ଦ ସନ୍ୟାସୀ ଓ ବଦଯୋର୍ ଗ୍ରାମର ଭିନ୍ନକ୍ଷମ ବ୍ୟକ୍ତି ଶ୍ରୀ ଚଞ୍ଚଳ ନାଏକଙ୍କୁ  ହ୍ବିଲ ଚେୟାର ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼ ନୃପରାଜ ସାହୁଙ୍କୁ ଦ୍ଵାରା ପ୍ରଦାନ କରାଯାଇଥିଲା।

Recent Comments

Leave Comments

Top