ଢେଙ୍କାନାଳ/ଓଡାପଡା/୧୬/୦୯/୨୦୨୫/(ଆଧାର ମିଡ଼ିଆ)-ବିଶ୍ଵ ଯୁବକେନ୍ଦ୍ର,ବଣିନାଳୀ ଦ୍ୱାରା ପରିଚାଳିତ ଆକ୍ସେସ ଟୁ ଜସ୍ଟିସ ପ୍ରକଳ୍ପ ମାଧ୍ୟମରେ ବିଭିନ୍ନ ଧର୍ମପୀଠ ଯେପରି ଶରଣ ଶ୍ରୀକ୍ଷେତ୍ର,ଜଗନ୍ନାଥ ମନ୍ଦିର,କପିଳାସ ମନ୍ଦିର,ଯୋରନ୍ଦା ମହିମା ଗାଦି, ସୁକିଆବାଉତି ମନ୍ଦିର ଠାରେ ପୂଜକ/ଧର୍ମଗୁରୁମାନେ ବାଲ୍ୟବିବାହ ଭଳି କୁପ୍ରଥା କିପରି ଆମ ସମାଜରୁ ବିଲୁପ୍ତ ହୋଇପାରିବ ସେଥିପାଇଁ ଏକ ବାର୍ତ୍ତାଦେଇ ଦର୍ଶାଇଛନ୍ତି ଯେ “ଆମର ଶାସ୍ତ୍ରଗୁଡ଼ିକରେ ଘରର ଲକ୍ଷ୍ମୀ, ସମୃଦ୍ଧି ଏବଂ ଆଶୀର୍ବାଦର ପ୍ରତୀକ ଭାବରେ ଝିଅମାନଙ୍କର ଭୂମିକାକୁ ସମ୍ମାନ କରାଯାଏ। ସେମାନଙ୍କୁ ବାଲ୍ୟବିବାହ ପାଇଁ ବାଧ୍ୟ କରିବା ଏହି ପବିତ୍ର ବିଶ୍ୱାସକୁ ଅପମାନିତ କରେ।
ଧର୍ମର ରକ୍ଷକ ଭାବରେ ଆମକୁ ସେମାନଙ୍କୁ ସୁରକ୍ଷା ଦେବାକୁ ପଡିବ, ସେମାନଙ୍କର ପ୍ରତିଭାକୁ ପୋଷଣ କରିବାକୁ ପଡିବ ଏବଂ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ଵଳ କରିବା ପାଇଁ ସୁଯୋଗ ଦେବାକୁ ପଡିବ। ବାଲ୍ୟବିବାହ ବନ୍ଦ କରିବା କେବଳ ଝିଅମାନଙ୍କୁ ସୁରକ୍ଷା ଦେବାନୁହେଁ ବରଂ ଭାରତର ଭବିଷ୍ୟତକୁ ମଧ୍ୟ ସୁରକ୍ଷା ଦେବା। ପୂଜକ ଗଣେଶ୍ୱର ମିଶ୍ର, ରଘୁନାଥ ମିଶ୍ର ,ହୃଷିକେଶ ଦେହୁରୀ ,ପ୍ରୁଥିରାଜ୍ ମିଶ୍ର ଆଦି ବାର୍ତ୍ତା ଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ବିଶ୍ଵଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହା ପାତ୍ରଙ୍କ ତତ୍ବାବଧାନରେ ମାନୀ ସ୍ୱାଇଁ, କୁମୁଦିନୀ ସ୍ୱାଇଁ,ଜୁଲି ସ୍ୱାଇଁ, ମନସ୍ମିତା ନାୟକ ବିଦୁଲତା ଭଞ୍ଜ,ସହଯୋଗ କରିଥିଲେ।
Recent Comments