କଣିହାଁ/୧୬/୦୯/୨୦୧୫/(ଆଧାର ମିଡ଼ିଆ)-କଣିହାଁ ବ୍ଲକର ପରାବିଲ ଠାରୁ ଡେରାଗୋଳା ରାସ୍ତା ଉନ୍ନତିକରଣ ପ୍ରକଳ୍ପର ଶିଳା ନ୍ୟାସ ଓ ଭୂମିପୂଜନ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଛି । ପାଳଲହଡାର ଲୋକପ୍ରିୟ ବିଧାୟକ ଅଶୋକ ମହାନ୍ତି ମୂଖ୍ୟ ଅତିଥିଭାବେ ଯୋଗଦାନ କରି ଶିଳାନ୍ୟାସ କରିଥିଲେ। ୧୧ କିମି ରାସ୍ତାର ଉନ୍ନତି ମୂଳକ କାର୍ଯ୍ୟ ହେବାକୁ ଥିବାବେଳେ ଏହାର ବ୍ୟୟ ଅଟକଳ ମୂଲ୍ୟ ମୋଟ ୧୧ କୋଟି ୮୩ ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ ହେଉଥିବା ଗ୍ରାମ୍ଯ ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ମିଳିଛି। କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ରାମସାଇ ମାରାଣ୍ଡି, କନିଷ୍ଠ ଯନ୍ତ୍ରୀ ଲୋକେସ କୁମାର ସେଠୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ କରିଥିଲେ। କାର୍ଯ୍ୟକ୍ରମରେ ପ୍ରଥମେ ବଜାର ଛକଠାରେ ଭିତ୍ତିପ୍ରସ୍ତର ସ୍ଥାପନା କାର୍ଯ୍ୟକ୍ରମ ସରିବାପରେ ପରାବିଲ ଗ୍ରାମ୍ୟ ଯାତ୍ରାପଡିଆ ଠାରେ ଏକ ଧନ୍ୟବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ଭାଜପା ନେତା ପ୍ରହ୍ଲାଦ ସାମଲ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ବିଧାୟକ ମହାନ୍ତି କହିଥିଲେ ଯେ ପର୍ଯ୍ୟାୟ କ୍ରମେ ସମସ୍ତ ରାସ୍ତାର ଉନ୍ନତିକରଣ ହେବ। ଏଥିସହିତ ବିରୁ ପରାବିଲ ମଧ୍ୟରେ ସମାକୋଇ ନଦୀ ଉପରେ ବ୍ରିଜ ମଧ୍ୟ ଖୁବଶୀଘ୍ର ଆରମ୍ଭ ହେବ। କାର୍ଯ୍ୟକ୍ରମ ରେ ଗ୍ରାମ୍ଯ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ଉନ୍ନତିକରଣ ର ସବିଶେଷ ବିବରଣୀ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ରେ ସ୍ଥାନୀୟ ତଥା ନିକଟସ୍ଥ ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟ ଓ ବହୁ ବୁଦ୍ଧିଜୀବୀ, ଦଳୀୟ କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ। ପ୍ରକଳ୍ପ କାର୍ଯ୍ୟ ଶିଳାନ୍ୟାସ ନେଇ ଲୋକମାନେ ବିଧାୟକଙ୍କୁ ଧନ୍ୟବାଦ ଦେବା ସହିତ ଅଞ୍ଚଳର ଅନ୍ୟାନ୍ୟ ସମସ୍ୟା ଉପରେ ଲିଖିତ ଦାବି ଉପସ୍ଥାପନା କରିଥିଲେ।
Recent Comments