logo
add image
ପ୍ରଧାନମନ୍ତ୍ରୀ ଆବାସ ଦିବସରେ ୧୦୬ ଜଣଙ୍କୁ କାର୍ଯ୍ୟାଦେଶ ବଣ୍ଟନ

ପ୍ରଧାନମନ୍ତ୍ରୀ ଆବାସ ଦିବସରେ ୧୦୬ ଜଣଙ୍କୁ କାର୍ଯ୍ୟାଦେଶ ବଣ୍ଟନ

ପୁରୀ/୧୭/୯/୨୦୨୫/(ଆଧାର ମିଡ଼ିଆ)-ପୁରୀ ଟାଉନହଲ ପରିସରରେ ଆଜି ପୂର୍ବାହ୍ନରେ ୧୦୬ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳରେ କାର୍ଯ୍ୟାଦେଶ ପତ୍ର ବଣ୍ଟନ କରାଯାଇଛି।ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି ପ୍ରତ୍ୟେକ ବ୍ୟକ୍ତିର ସ୍ୱପ୍ନଥାଏ ନିଜର ଘରଟିଏ ପାଇଁ।ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାହାକୁ ସଫଳ କରୁଛି।ତେବେ କାର୍ଯ୍ୟାଦେଶ ପାଇବା ସହ ଏହାକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପୂର୍ଣ୍ଣାଙ୍ଗ କରିବାକୁ ପରାମର୍ଶ ଦେଇଥିଲେ।
ପୁରୀ ଏକ ପ୍ରାଚୀନ ସହର।ପୂର୍ବ ତୁଳନାରେ ପୁରୀର ସ୍ଥାୟୀ ବାସିନ୍ଦାଙ୍କ ସଂଖ୍ୟାରେ ଅନେକ ବୃଦ୍ଧିଘଟିଛି।ତତ ସହିତ ପୁରୀ ଆଧ୍ୟାତ୍ମିକ ଓ ପର୍ଯ୍ୟଟନ କ୍ଷେତ୍ର ହୋଇଥିବାରୁ ଦୈନିକ ହଜାର ହଜାର ଲୋକଙ୍କ ସମାଗମ ହେଉଛି।ପୁରୁଣା ଡ୍ରେନ,ହାଡି ଗୋହିରୀ ଇତ୍ୟାଦିର ପୁନରୁଦ୍ଧାରର ଆବଶ୍ୟକତା ରହିଛି।ପୁରୀକୁ ମହାନଗର ନିଗମର ଘୋଷଣା ଏକ ଉତ୍ତମ ପଦକ୍ଷେପ ଓ ଅନ୍ୟାନ୍ୟ ବ୍ୟବସ୍ଥାକୂ ସମ୍ମିଳିତ ଭାବେ ବିକଶିତ କରାଯିବ ବୋଲି ଶ୍ରୀ ମହାନ୍ତି କହିଥିଲେ।
ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଏଥିରେ ଅଧ୍ୟକ୍ଷତା କରି ସମସ୍ତଙ୍କୁ ସ୍ବାଗତ ସହ ଆବାସ ଯୋଜନା ସହ ଅନ୍ୟାନ୍ୟ ବିଭାଗ ଦ୍ଵାରା ପ୍ରଦତ୍ତ ବିବିଧ ସୁବିଧା ଯଥା ବିଦ୍ୟୁତ ଯୋଗାଣ, ଜଳ ଯୋଗାଣ, ବୃକ୍ଷ ରୋପଣ, ସ୍ୱଛତା ଇତ୍ୟାଦି ହିତାଧିକାରୀଙ୍କୁ ଯୋଗାଇ ଦିଆଯିବ ବୋଲି କହିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଏଥିରେ ଯୋଗ ଦେଇଥିଲେ।ପୌରପାଳିକାର ସି ଓ ରେସମା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏହି ଅବସରରେ ଅତିଥି ମାନେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନସହ ଟାଉନହଲ ପରିସରରେ ବୃକ୍ଷ ରୋପଣ କରି ରଙ୍ଗୋଲୀ ଓ ବିଭିନ୍ନ ବିଭାଗର ସଚେତନତା ଷ୍ଟଲକୁ ପରିଦର୍ଶନ କରିଥିଲେ।ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Recent Comments

Leave Comments

Top