ଯୋଡ଼ା ୦୧/୧୦/୨୦୨୪(ଆଧାର ମିଡ଼ିଆ/ଟଙ୍କଧର ପାତ୍ର) ରକ୍ତଦାନ ମହାପୁନ୍ୟ ଏହି ଶବ୍ଦ ଅର୍ଥ ଗୋଟିଏ ରୋଗୀର ଜୀବନ ବଞ୍ଚାଇବାକୁ ଯାଇ ରକ୍ତଦାନ କରିବା ଏକ ମହାପୁନ୍ୟ କାମ ସହିତ ସମାନ। ତେଣୁ ଆଜିକା ସମାଜରେ ଏହି ମହାପୁନ୍ୟ ଭଳି କର୍ଯ୍ୟଟିକୁ କରିବାକୁ ଯୁବପିଢି ଆଗେଇ ଆସିଛନ୍ତି। ଏହିଭଳି ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳୁଛି କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକାରେ । ସୂଚନା ଅନୁଯାୟୀ ଖଣିଜ ସହର ଯୋଡ଼ା ଓ ଆଖପାଖ ଅଞ୍ଚଳରେ ରୋଗୀମାନେ ସର୍ବଦା ନିଜ ଜୀବନକୁ ବଞ୍ଚାଇବାକୁ ସଂଘର୍ଷ କରିଥାନ୍ତି ଓ ଅନେକ ସମୟରେ ରକ୍ତର ଆବଶ୍ୟକତା ପଡ଼ିଥାଏ ତେଣୁ ଆଜି ଆଶାର ଦ୍ଵାର ଫାଉଣ୍ଡେସନର ନିର୍ଦ୍ଦେଶକ ବିଜୟ ମହାକୁଡ ଓ ତାଙ୍କ ସହଯୋଗୀ ମାନେ ଏହି ଅଭାବକୁ ପୂରଣ କରିବାକୁ ଯାଇ ଯୋଡ଼ା ୮ ନମ୍ୱର ୱାର୍ଡ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ସେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ କରିଥିଲେ। ଏହି ଶିବିରରେ ଯୁବପିଢି ମାନେ ରକ୍ତଦାନ କରିବାକୁ ଖୁସିର ସହିତ ଆଗେଇଆସିଥିଲେ ଓ ରକ୍ତଦାନ ଶିବିରକୁ ସଫଳ କରିବା ପାଇଁ ଟାଟା ଷ୍ଟିଲ ହସ୍ପିଟାଲ ର ମେଡିକାଲ ଟିମ ମଧ୍ୟ ସହଯୋଗ କରିଥିଲେ। ଯେଉଁମାନେ ରକ୍ତଦାନ କରିବାକୁ ଆସିଥିଲେ ସେମାନେ ରକ୍ତଦାନ କରିବା ପରେ ସେମାନଙ୍କୁ ସମାଜସେବୀ , ବୁଦ୍ଧିଜୀବୀ ମାନଙ୍କ ଦ୍ଵାରା ଉତ୍ତରୀ, ଗୋଲାପ ଫୁଲ ଓ ସାଟିଫିକେଟ ପ୍ରଦାନ କରି ସେମାନଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା । ଶେଷରେ ସର୍ବମୋଟ ୩୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ଏବଂ ଏହି ରକ୍ତକୁ ଟାଟା ଷ୍ଟିଲ ହସ୍ପିଟାଲ ର ରକ୍ତଭଣ୍ଡାର ରେ ଗଚ୍ଛିତ କରାଗଲା। ଆବଶ୍ୟକ ସମୟରେ ରକ୍ତଦାନ ହୋଇଥିବା ଏହି ରକ୍ତକୁ ରୋଗୀମାନଙ୍କୁ ଦେଇ ତାଙ୍କ ଜୀବନ ବଞ୍ଚାଯାଇପରିବ ବୋଲି ଆଶାର ଦ୍ଵାର ଫାଉଣ୍ଡେସନ ର ସଦସ୍ୟ ମାନେ ମତପ୍ରକାଶ କରିଥିଲେ।
Recent Comments