ଯୋଡ଼ା ୦୧/୧୦/୨୦୨୪ (ଆଧାର ମିଡ଼ିଆ/ଟଙ୍କଧର ପାତ୍ର) ଜଳ ହିଁ ଜୀବନ, ଆଜି ସମଗ୍ର ଭାରତ ବର୍ଷରେ ପାନୀୟ ଜଳର ସଙ୍କଟ ସର୍ବଦା ଦେଖିବାକୁ ମିଳିଥାଏ ।ଯାହାଫଳରେ ପାଣି ଅଭାବରୁ ସାଧାରଣ ଲୋକ ଡହଳବିକଳ ହୋଇଥାନ୍ତି । ଏହିଭଳି ଏକ ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ବଡବିଲ ଥାନା ଅଧୀନରେ ଥିବା ବଡ଼ବିଲ ବସ ଷ୍ଟାଣ୍ଡ ନିକଟସ୍ଥ ବିର୍ସାମୁଣ୍ଡା ଛକ ପାଖରେ ଥିବା ବଡ଼ବିଲ ବାସୀଙ୍କ ନିମନ୍ତେ ପାନୀୟ ଜଳର ପାଇପ ମାଧ୍ୟମରେ ଘରକୁ ଘରକୁ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଇଛି କିନ୍ତୁ ଦୁଃଖର ବିଷୟ କିଛି ଦିନ ହୋଇଗଲା ଏହି ଯୋଗାଣ ପାଇପର କୌଣସି ତ୍ରୁଟି ଯୋଗୁଁ ସେଠାରୁ ଅନବରତ ପାଣି ନିଷ୍କାସିତ ହେଉଅଛି ଏବଂ ଏହି ଦୃଶ୍ୟ ସାଧାରଣ ଲୋକଙ୍କ ନଜର କୁ ଆସିଲେ ମଧ୍ୟ ଏହାକୁ ଅଣ ଦେଖା କରିଚାଲି ଯାଉଛନ୍ତି। ଯାହାଫଳରେ ବଡ଼ବିଲ ର କିଛି ଅଞ୍ଚଳରେ ପାନୀୟ ଜଳ ଅଭାବ ଦେଖା ଦେଖାଇଦେଇଛି। ଆଧାର ମିଡ଼ିଆ ର ପ୍ରତିନିଧି ଙ୍କ ଦୃଷ୍ଟି ଯେତେବେଳେ ନଷ୍ଟ ହେଉଥିବା ପାନୀୟ ଜଳ ଉପରେ ପଡ଼ିଥିଲା। ସେଥିପାଇଁ ଖବର ପ୍ରସାରଣ ମାଧ୍ୟମରେ ଏହି ସମସ୍ୟାର କିପରି ସମାଧାନ ହୋଇପାରିବ ଓ ବଡ଼ବିଲ ପୌରପାଳିକାର ପୌରାଦକ୍ଷ ,ବଡ଼ବିଲ ର ପାନୀୟ ଜଳ ଯୋଗାଣ ବିଭାଗକୁ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟିତ। ବାକି ଦେଖିବାକୁ ରହିଲା ପାନୀୟ ଜଳର ସମସ୍ୟା କେବେ ଦୂର ହେଉଛି।
Recent Comments