logo
add image
ବିଶ୍ଵ ଜଳବାୟୁ ସମ୍ମିଳନୀରେ ବୌଦ୍ଧର ପରିବେଶବିତ ପ୍ରବୀରଦାସ ପୁରସ୍କୃତ

ବିଶ୍ଵ ଜଳବାୟୁ ସମ୍ମିଳନୀରେ ବୌଦ୍ଧର ପରିବେଶବିତ ପ୍ରବୀରଦାସ ପୁରସ୍କୃତ

ବୌଦ୍ଧ/୧୭/୦୯/୨୦୨୫/(ଆଧାର ମିଡ଼ିଆ)-ସୁଦୂର ନେପାଳର କାଠମାଣ୍ଡୁ ଠାରେ "ଜଳବାୟୁ ପରିବର୍ତ୍ତନ ଓ ତାର ପ୍ରଭାବ" ଉପରେ ଅନୁଷ୍ଠିତ ବିଶ୍ବ ସମ୍ମିଳନୀରେ ଓଡ଼ିଶାର ବୌଦ୍ଧଜିଲ୍ଲାରୁ ପଞ୍ଚାୟତ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ମୂଖ୍ୟ ଅଧ୍ୟାପକ ତଥା ପରିବେଶବିତ୍ ଡ଼ଃ ପ୍ରବୀର କୁମାର ଦାସ ଯୋଗଦେଇ ସେଠାରେ ତାଙ୍କର ଗବେଷଣା ନିବନ୍ଧ ବୌଦ୍ଧର ଔଷଧୀୟ ଗୁଳ୍ମ ଓ ତାର ବର୍ତ୍ତମାନର ସ୍ଥିତି ଉପରେ ଉପସ୍ଥାପନା କରିଥିଲେ l ସେଠାର  ଏହା ଉଚ୍ଚ ପ୍ରଶଂସିତ ହୋଇ, ସେଥିପାଇଁ ତାଙ୍କୁ ଶ୍ରେଷ୍ଠ ଗବେଷକ ଭାବେ ପୁରସ୍କୃତ କରାଯାଇଛି। 
ସେପ୍ଟେମ୍ବର ଛଅ ଏବଂ ସାତ ତାରିଖରେ ପୋଖ୍ରl ବିଶ୍ଵ ବିଦ୍ୟାଳୟର ଅନ୍ତର୍ଗତ କେନ୍ଦ୍ରୀୟ ମହାବିଦ୍ୟାଳୟରେ ଅନୁଷ୍ଠିତ ଏହି ସମ୍ମିଳନୀରେ ୨୫ ଦେଶରୁ ୧୮୬ ଜଣ ଗବେଷକ,ସାମାଜିକ କର୍ମୀ ଯୋଗଦେଇ ଜଳବାୟୁ ପରିବର୍ତ୍ତନର ବିଭିନ୍ନ କାରଣ ପ୍ରଭାବ ଏବଂ ନିରାକରଣ ଉପରେ ଆଲୋଚନା ହୋଇଥିଲା l ନେପାଳରେ ବର୍ତ୍ତମାନ ସୃଷ୍ଟି ହୋଇଥିବା ଆଇନ ଶୃଙ୍ଖଳା ପରିସ୍ଥିତିରେ  ସେ ସୁରକ୍ଷିତ ଭାବରେ   ବୌଦ୍ଧ ଫେରି ଆସିଛନ୍ତି। ଏହି ଆନ୍ତର୍ଜାତିକ ସମ୍ମାନ ପାଇଁ ବୌଦ୍ଧ ଜିଲ୍ଲା ତଥା ଓଡ଼ିଶାର ବୁଦ୍ଧିଜୀବୀ ମହଲରେ ଖୁସିର ଲହରୀ ଖେଳିବା ସହିତ ଶ୍ରୀଯୁକ୍ତ ଦାସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

Recent Comments

Leave Comments

Top