logo
add image
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ଆୟୁଷ୍ମାନ ପୁରୋହିତ।

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ଆୟୁଷ୍ମାନ ପୁରୋହିତ।

ଭଟଲି,୨୬/୧୦/୨୦୨୪(ଆଧାର ମିଡ଼ିଆ)ବରଗଡ ଜିଲ୍ଲା ଭଟଲି ବ୍ଲକ୍ ଅନ୍ତର୍ଗତ କେଶାଇପାଲି ଗ୍ରାମର ଆୟୁଷ୍ମାନ ପୁରୋହିତ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇ ନିଜ ପରିବାର,ଗାଁ ତଥା ସମଗ୍ର ଭଟଲି ପାଇଁ ଗୌରବ ଆଣି ଦେଇଛନ୍ତି।ସରକାରୀ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ପଞ୍ଚମ ପୁରୋହିତ ତଥା ମାଁ ସୁଦେଷ୍ଣା ପୁରୋହିତ ଗୃହିଣୀ ଥିବା ବେଳେ ବଡ ଭଉଣୀ ବର୍ତ୍ତମାନ ଉଚ୍ଚ ଶିକ୍ଷା ଗ୍ରହଣ କରୁଛନ୍ତି ଏବଂ ନିଜେ ମଧ୍ୟ ଆକାଶ ଇନଷ୍ଟିଚ୍ୟୁଟ୍ ରେ ଅଧ୍ୟୟନରତ ଅଛନ୍ତି।ପିଲାଟି ଦିନରୁ କଳା କ୍ଷେତ୍ରରେ ରୁଚି ରଖିଥିବା ଆୟୁଷ୍ମାନ ସଙ୍ଗୀତ ରଚନା,ନାଟକ ଅଭିନୟ,ନାଟ୍ୟ ନିର୍ଦ୍ଦେଶନା,ତବଲା ବାଦନ ସହିତ  ପାଠପଢାରେ ମଧ୍ୟ ଖୁବ ଧୁରନ୍ଦର।ସେଥିପାଇଁ ବାରମ୍ବାର ବିଭିନ୍ନ ମହଲରୁ ସମ୍ମାନିତ ହୋଇଛନ୍ତି।ଏଇ କିଛି ଦିନ ତଳେ କଲେଜ ହଷ୍ଟେଲରେ ମୋବାଇଲରେ ନିଜେ ରଚନା କରିବା ସହ ନିଜେ ମ୍ୟୁଜକି କମ୍ପୋଜ କରି ଗାଇ ଥିବା ୨ ମିନିଟ୍ ୧୭ ସେକେଣ୍ଡ ର "ସେ ବାପା" ନାମକ ଗୋଟିଏ ସମ୍ବଲପୁରି ଗୀତ ବହୁ ହୃଦୟସ୍ପର୍ଶୀ ହୋଇପାରିଥିଲା ଯଦ୍ୱାରା ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି । ପୂର୍ବରୁ ତାଙ୍କ  ନିଜ ରଚିତ ତଥା ଅଭିନିତ "ମାଁର୍ ତିହାର୍" ନାମକ ଏକ ସମ୍ବଲପୁରୀ ଭଜନ, ଓଡିଆ ଗୀତ "ସଜଫୁଲ" , ''ରାତି ରାତି'' ଆହୁରି ବି ଅନେକ ଗୀତ ଗାଇ ସୁନାମ ଅର୍ଜନ କରିବା ପରେ ଆଜି ଏହି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିବାରୁ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।ଭବିଷ୍ୟତରେ ଆହୁରି ସୁନ୍ଦର ଗୀତ ରଚନା କରି ନିଜେ ଗାଇବା ପାଇଁ ପ୍ରୟାସ ଜାରି ରହିବ ବୋଲି କହିବା ସହିତ ଏହି ସଫଳତା ନିଜ ବାପା ମାଁ ତଥା  ନିଜ ପରିବାର ବୟୋଜ୍ୟେଷ୍ଠ ଓ ଗୁରୁଜନ ମାନଙ୍କ ସହଯୋଗ ଦ୍ୱାରା  ସମ୍ଭବ ହୋଇପାରିଥିବା ସେ ନିଜ ପ୍ରତିକ୍ରିୟାରେ ଜଣାଇଛନ୍ତି ।

Recent Comments

Leave Comments

Top