logo
add image
ବଲାଙ୍ଗୀର ଜିଲ୍ଲା ଜାତୀୟ ସ୍ତରରେ ପୁରସ୍କୃତ।

ବଲାଙ୍ଗୀର ଜିଲ୍ଲା ଜାତୀୟ ସ୍ତରରେ ପୁରସ୍କୃତ।

ବଲାଙ୍ଗିର ୨୨/୧୦ (ଆଧାର ମିଡ଼ିଆ)ବଲାଙ୍ଗିର ଜିଲ୍ଲା ଜାତୀୟ ସ୍ତରରେ ପାଇଲା ଜାତୀୟ ଜଳ ପୁରସ୍କାର। ଦିଲ୍ଲୀର ବିଜ୍ଞାନ ଭବନ ରେ ରାଷ୍ଟ୍ରପତି ଙ୍କ ଠାରୁ ଜିଲ୍ଲାପାଳ ଶ୍ରୀ ଗୌରୱ ଶିୱାଜୀ ଇସଲୱାର ଏହି ପୁରସ୍କାର ଗ୍ରହଣ କରିଛନ୍ତି।୨୦୨୩ ବର୍ଷ ପାଇଁ ଏହି ପୁରସ୍କାର ଦିଆଯାଇଛି ଯେଉଥିରେ ପୂର୍ବ ଜୋନ ପାଇଁ ବଲାଙ୍ଗିର ପୁରସ୍କୃତ ହୋଇଛି।୨୪୧ ହେକ୍ଟର ବୃକ୍ଷରୋପଣ ସହ ୧୬୭ ନୂତନ ବନ୍ଧ , ୨୬୦ ଚାଷ ବନ୍ଧ,୧୭୦ ଚେକ ଡ୍ୟାମ , ୧୩୨୦ ଜଳସେଚିତ ନିର୍ମାଣ ,୬୭୦ ଭୂତଳ ଜଳ ରିଚାର୍ଜ ନିର୍ମାଣ ଏଥିରେ ସାମିଲ ଅଛି। ଏଥିରେ ୫୪୦୦ ହେକ୍ଟର ଡ୍ରିପ୍ ଜଳସେଚନ, ୩୨୫୦ କ୍ଷୁଦ୍ର ଜଳ ସଞ୍ଚୟ ନିର୍ମାଣ ଯେଉଁଥିରେ ୧.୮ ଲକ୍ଷ କ୍ୟୁବିକ ମିଟର ଜଳ ସଞ୍ଚୟ କରିହେବ।୩୫୦୦ ଚାଷବନ୍ଧ ରେ ୨୬ ଲକ୍ଷ୍ୟ କ୍ୟୁବିକ ମିଟର ସଞ୍ଚୟ କ୍ଷମତା ସୃଷ୍ଟି କରା ଯାଇଛି।ଏହି ପୁରସ୍କାର ଗ୍ରହଣ ବେଳେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରଭାତ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

Recent Comments

Leave Comments

Top