logo
add image
ଦାଦନ ଖଟିବାକୁ ଯାଇ ବିହାରରେ ପ୍ରାଣ ହରାଇଲେ ଦୁଇ ଶ୍ରମିକ।

ଦାଦନ ଖଟିବାକୁ ଯାଇ ବିହାରରେ ପ୍ରାଣ ହରାଇଲେ ଦୁଇ ଶ୍ରମିକ।

ଖୋର୍ଦ୍ଧା,୩୦/୧୦/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ - ପ୍ରସନ୍ନ କୁମାର ସ୍ବାଇଁ )ନୟାଗଡ ଜିଲ୍ଲା ଗଣିଆ ବ୍ଳକର ଦୁଇ ଯୁବକ ଦାଦନ ଖଟିବାକୁ ଯାଇ ମୃତ୍ୟୁ ବରଣ କରିଥିବା ବେଳେ ଭାଙ୍ଗି ପଡିଛନ୍ତି ପରିବାର।ପରିବାରର ପେଟକୁ ଦାନା ଗଣ୍ଡିଏ ଦେବାକୁ ରାଜ୍ୟ ବାହାରକୁ ଚାଲି ଯାଇଥିବା ପୁଅଟିର ମୃତ୍ୟୁ ଖବର ଶୁଣି ହତବାକ୍ ହୋଇଯାଇଛନ୍ତି ପରିବାରଙ୍କ ସହିତ ସାଙ୍ଗ ସାଥ୍‌ ଏବଂ ଅଞ୍ଚଳବାସୀ।ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଗଣିଆ ବ୍ଳକ ରାସଙ୍ଗ ପଞ୍ଚାୟତ କାଦୁଆ ଏବଂ ଗୋଛାବାରୀ ଗ୍ରାମରେ Iଗତ ଜୁଲାଇ ମାସରେ ବିହାର ପାଟଣାରେ ଦାଦନ ଖଟିବାକୁ ଯାଇଥିଲେ କାଦୁଆ ଗ୍ରାମର ବିଜୟ ବେହେରା ଏବଂ ଗୋଛାବାରୀ ଗ୍ରାମର ମିଲୁ ବେହେରା।ଉଭୟ ସେଠାରେ ଏକ ଏଲ୍-ଆଣ୍ଡ-ଟି କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ।କାର୍ଯ୍ୟ କରୁଥିବା ସମୟରେ ସେମାନଙ୍କର ମୃତ୍ୟୁ ଘଟିଥ‌ିବା ଜଣାପଡିଛି।ବିଜୟଙ୍କ ସ୍ତ୍ରୀ ଓ ପାରିବାରବର୍ଗ ଓ ମିଲୁଙ୍କ ପରିବାରବର୍ଗ ଏଇ ଖବର ପାଇବା ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି।ମୃତ ବିଜୟଙ୍କର ଦୁଇଟି ଛୋଟ ଝିଅ ଅଛନ୍ତି। ମିଲୁ ଓ ବିଜୟ ଦୁଇଜଣ ଗତ ଜୁଲାଇ ମାସରେ ଗ୍ରାମର ଅନ୍ୟ ଯୁବକମାନଙ୍କ ସହିତ ମିଶି କାମ କରିବାକୁ ବିଦେଶ ଯାଇଥିଲେ।ଏହି ପଞ୍ଚାୟତରୁ ୨୦ ରୁ ଊର୍ଦ୍ଧ୍ୱ ଯୁବକ ପେଟ ପାଟଣା ରୋଜଗାର ପାଇଁ ଯାଇଛନ୍ତି ।ମାସ ମାସ ଧରି ମାଟି ତଳେ କାମରେ ନିୟୋଜିତ ଥିବା ବେଳେ ଅନେକଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥାଏ।ସୂଚନା ଥାଉକି ବିଜୟଙ୍କର ବାପା ଜଣେ ଦିନ ମଜୁରିଆ ଭାବେ ଗାଈ ଚରେଇ ନିଜର ଜୀବିକା ନିର୍ବାହ କରୁଛନ୍ତି,ତାଙ୍କର ଏକ ମାତ୍ର ରୋଜଗାରିଆ ପୁଅକୁ ହରେଇ ବାପା ଓ ମା ମର୍ମାହତ।ମିଲୁ ବେହେରାଙ୍କୁ ହରେଇ ପରିବାର ଲୋକ ମଧ୍ୟ ମର୍ମାହତ ହୋଇ ପଡିଛନ୍ତି ! ଉଭୟ ଯୁବକ ଗରୀବ ପରିବାରର ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି । ଏଠାରେ ପ୍ରଶ୍ନ ଉଠୁଛି ରାଜ୍ୟ ସରକାର ଯୋଜନା ପରେ ଯୋଜନା କରି ଚାଲିଥିଲେ ମଧ୍ୟ ବେକାର ଯୁବକ ଯୁବତୀ ମାନେ ଦାଦନ ଖଟିବାକୁ ଯାଉଛନ୍ତି କାହିଁକି ? ପ୍ରକୃତରେ ସରକାରୀ ଯୋଜନା ଗୁଡିକ ବେକାର ଯୁବକ ଯୁବତୀ ମାନେ ପାଉଛନ୍ତି ନା ଏହାର ଫାଇଦା ଅନ୍ୟ କେହି ଉଠାଉଛନ୍ତି ।ରାଜ୍ୟରେ ଏଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ସରକାର ଚୁପ୍ ବସି ରହିଛନ୍ତି କାହିଁକି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି।

Recent Comments

Leave Comments

Top